ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ୟୁଥ୍ ଫେଷ୍ଟିଭାଲ୍ (ରାଉଫେଷ୍ଟ) କାର୍ଯ୍ୟକ୍ରମ ଘୋଷିତ.

ରାଉରକେଲା ୟୁଥ୍ ଫେଷ୍ଟିଭାଲ୍ (ରାଉଫେଷ୍ଟ) କାର୍ଯ୍ୟକ୍ରମ ଘୋଷିତ.

ରାଉରକେଲା: ଯୁବ ହଷ୍ଟେଲ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ, ରାଉରକେଲା ୟୁନିଟ୍ ପକ୍ଷରୁ ରାଉରକେଲା ୟୁଥ୍ ଫେଷ୍ଟିଭାଲ୍ – ରାଉଫେଷ୍ଟ ର ଇଭେଣ୍ଟ ୱାଇଜ୍ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ନଭେମ୍ବର ୨୯ ରୁ ମାର୍ଚ୍ଚ ୧ ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ।

ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଭାପତି ପ୍ରତାପ କୁମାର ସ୍ୱାଇଁ, ସମ୍ପାଦକ ନିରଞ୍ଜନ ବେହେରା, କୋଷାଧ୍ୟକ୍ଷ ସଚ୍ଚିଦାନନ୍ଦ ଲେଙ୍କା, ଆୟୋଜକ ସମ୍ପାଦକ ସରୋଜ କୁମାର ପଟ୍ଟନାୟକ, ଉପ-ସଭାପତି ଅମିତାଭ ଠାକୁର ମଞ୍ଚାସୀନ ରହି ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରିଥିଲେ। ସୂଚନା ଅନୁଯାୟୀ ହିଲ୍ ଟ୍ରେକିଂ ପ୍ରତିଯୋଗିତା ଆସନ୍ତା ୨୯ ତାରିଖ, ରବିବାର, ସକାଳ ୭ଟା – ବେସ୍ କ୍ୟାମ୍ପ, ତାରା ତାରିଣୀ ମନ୍ଦିର, ସେକ୍ଟର-୫, ସରସ୍ୱତୀ ଶିଶୁ ମନ୍ଦିର ନିକଟ, ରଙ୍ଗୋଲି ପ୍ରତିଯୋଗିତା (କେବଳ ମୁରୁଜ) ସେହି ରବିବାର, ଅପରାହ୍ନ ୩ଟା – ବି/୩୫, ସେକ୍ଟର-୩, ରାଉରକେଲା ୟୁଥ୍ ହଷ୍ଟେଲ୍ ପରିସର, ସାଇକ୍ଲିଂ ପ୍ରତିଯୋଗିତା ଆସନ୍ତା ଡିସେମ୍ବର ୦୬ ତାରିଖ ରବିବାର, ସକାଳ ୭ଟା – ରାଉରକେଲା ବିମାନବନ୍ଦର ଗେଟ୍ ଠାରୁ ସେକ୍ଟର-୨ ବିଜୁ ପଟ୍ଟନାୟକ ଛକ ଦେଇ ରିଙ୍ଗ୍ ରୋଡ୍ ହୋଇ ଫେରିବ, ପେଣ୍ଟିଂ ପ୍ରତିଯୋଗିତା ସେହିଦିନ ଅପରାହ୍ନ ୩ଟା – ବି/୩୫, ସେକ୍ଟର-୩, ରାଉରକେଲା ୟୁଥ୍ ହଷ୍ଟେଲ୍ ପରିସରରେ ଅନୁଷ୍ଠିତ ହେବ।

ମାରାଥନ୍ ପ୍ରତିଯୋଗିତା ଆସନ୍ତା ୧୩ ତାରିଖ, ରବିବାର, ସକାଳ ୭ଟା – ସ୍ପେସ୍ ଚୌକ୍ ଠାରୁ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଦେଇ ମେଫେୟାର୍ ଭିଲେଜ୍ ପର୍ଯ୍ୟନ୍ତ ଫେରିବ, କୁଇଜ୍ ପ୍ରତିଯୋଗିତା ସେହିଦିନ ସକାଳ ୧୧ଟା – ଏସଏସଆରଭିଏମ ଇସ୍ପାତ ଇଂଲିଶ୍ ମିଡିୟମ୍ ସ୍କୁଲ୍, ସେକ୍ଟର-୨୦, ରାଉରକେଲା, ଗୀତ ପ୍ରତିଯୋଗିତା ଅପରାହ୍ନ ୩ଟା – ବି/୩୫, ସେକ୍ଟର-୩, ରାଉରକେଲା ୟୁଥ୍ ହଷ୍ଟେଲ୍ ପରିସରରେ ଅନୁଷ୍ଠିତ ହେବ। ସେହିପରି ନୃତ୍ୟ ପ୍ରତିଯୋଗିତା (ଏକକ ଓ ଦଳଗତ) ଆସନ୍ତା ଜାନୁଆରୀ ମାସ ୩ ତାରିଖ, ରବିବାର, ସକାଳ ୧୧ଟା – ସିଭିକ୍ ସେଣ୍ଟର, ରାଉରକେଲା ଓ ବାର୍ଷିକ ଦିବସ ଉତ୍ସବ ମାର୍ଚ୍ଚ ୧ ତାରିଖ ରବିବାର, ସନ୍ଧ୍ୟା ୬ଟା ଠାରୁ – ସିଭିକ୍ ସେଣ୍ଟର, ରାଉରକେଲା ଠାରେ ପୁରସ୍କାର ବିତରଣ ସହ ବାର୍ଷିକ ଉତ୍ସବ ପାଳନ କରାଯିବ। ଏଥିପାଇଁ ନିୟମାବଳୀ ଅନୁସାରେ ସମସ୍ତ ପ୍ରତିଯୋଗୀଙ୍କ ପାଇଁ ସ୍ପଟ୍ ରେଜିଷ୍ଟ୍ରେସନ୍ ବାଧ୍ୟତାମୂଳକ। ରେଜିଷ୍ଟ୍ରେସନ୍ ଫି ଟ. ୫୦/- ପ୍ରତି ଇଭେଣ୍ଟ। ପ୍ରତି ଗ୍ରୁପ୍ ରେ ତିନୋଟି ପୁରସ୍କାର ଦିଆଯିବ। ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ଜାଣିବା ପାଇଁ କର୍ମକର୍ତ୍ତା ଆଶିଷ – ୯୪୩୭୦୮୪୩୮୪, ଆୟୋଜକ ସମ୍ପାଦକ – ୯୪୩୯୦୩୯୦୯୪୨, କାର୍ଯ୍ୟକ୍ରମ ସଂଯୋଜକ – ୯୪୩୭୧୦୫୪୨୨ ରେ ଯୋଗାଯୋଗ କରିବା ପାଇଁ ସୂଚନା ଦିଆଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ସମରକାନ୍ତ ମଲ୍ଲିକ, ବିଜୟ ପଣ୍ଡା, ସୁବାସ ଦାସ, ଆଶିଷ ବିର୍ସା ହେମ୍ବ୍ରମ,କେ ସି ପାଢ଼ୀ,ଏ ଏନ୍ ମହାନ୍ତି, ପ୍ରଦୀପ ମହାନ୍ତି, ପ୍ରଦୀପ ଦାଶ, ଏନ୍ ପି ମହନ୍ତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଢେଙ୍କାନାଳ ସଦର ବ୍ଲକ୍ ର ପୋଲିସ୍ ଲାଇନ୍ କ୍ଲଷ୍ଟର୍ ସ୍ତରୀୟ ସୁରଭି ଓ ମିଲେଟ୍ କାର୍ଯ୍ୟକ୍ରମ -୨୦୨୫ ଅନୁଷ୍ଠିତ

Sunil Chandra Nayak

Meri Maati Mera Desh program was held Social worker Bikram Joined

masiha

ମନରେଗା କାମରେ ଟଙ୍କା ହଡପ ସନ୍ଦେହରେ ଗ୍ରାମବାସୀ , ମେସିନରେ କାମ କରି ମଧ୍ୟ ସମ୍ପୂର୍ଣ ହେଲାନି ପୋଖରୀ ଖୋଳା 

Leave a Comment

error: Content is protected !!