ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଙ୍କଡଙ୍କ ଉପଦ୍ରବ ଯୋଗୁଁ ଫସଲ ଉଜୁଡି ଯାଉଥିବା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଗ୍ରାମବାସୀ

ମାଙ୍କଡଙ୍କ ଉପଦ୍ରବ ଯୋଗୁଁ ଫସଲ ଉଜୁଡି ଯାଉଥିବା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଗ୍ରାମବାସୀ

କେନ୍ଦ୍ରାପଡ଼ା, : ମାଙ୍କଡଙ୍କ ଉପଦ୍ରବ ଯୋଗୁଁ ଫସଲ ଉଜୁଡି ଯାଉଥିବା ନେଇ ଚାଷୀମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ କୁରୁଜଙ୍ଗା ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମ ଗୁଡିକରେ ଶହ ଶହ ସଂଖ୍ୟାରେ ମାଙ୍କଡଙ୍କ ଉପଦ୍ରବ ହେତୁ ଚାଷଜମି ଓ ବାଡିବଗିଚାରେ ଫସଲ ସବୁ ଉଜୁଡି ଯାଉଥିବାରୁ ଚାଷୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହିତ ଏହାର ତୁରନ୍ତ ପ୍ରତିକାର କରାଯିବାକୁ ଦାବି କରିଛନ୍ତି । ଏମିତିକି ଲୋକମାନଙ୍କ ଘରେ ପଶିଯାଇ ଖାଦ୍ୟ ଓ ପନିପରିବା ପ୍ରଭୃତି ଖାଇ ନଷ୍ଟଭ୍ରଷ୍ଟ କରିଦେବା ସହ ଗ୍ରାମରାସ୍ତାରେ ପଲ ପଲ ମାଙ୍କଡ ବସିରହି ଲୋକଙ୍କ ଯାତାୟତରେ ବାଧା ସୃଷ୍ଟି କରୁଛନ୍ତି । ଏଥିସହିତ ଲୋକଙ୍କୁ ଆକ୍ରମଣ କରି କ୍ଷତାକ୍ତ କରିଦେଉଛନ୍ତି । ମାଙ୍କଡ ଆକ୍ରମଣରେ ଗୁରୁତ୍ତର ହୋଇ ପଞ୍ଚାୟତର ଅମ୍ବରା ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ନୂଆଗାଁ ଓ ବଡମଙ୍ଗରାଜପୁର ଗ୍ରାମର ୪/୫ଜଣ ବ୍ୟକ୍ତି ମାଙ୍କଡ ଆକ୍ରମଣରେ ଖଣ୍ଡିଆଖାବରା ହୋଇ ଚିକିତ୍ସାଧିନ ଅଛନ୍ତି । ମୁଗ ଓ ବିରି ଫସଲ ନଷ୍ଟ ହୋଇଯାଇଥିବା ବେଳେ ଗୋବରୀ ନଦୀର ପାଳ ଜମିରେ ଯେଉଁଠାରେ ଆଳୁ, କଖାରୁ, ବିଲାତି, ବାଇଗଣ, ଜହ୍ନି, ଭେଣ୍ଡୀ, କଲରା ପ୍ରଭୃତି ଫଳୁଥିବା ଜମି ଆଜି ମାଙ୍କଡଙ୍କ ଉପଦ୍ରବ ଯୋଗୁଁ ପଡିଆ ପଡିଥିବା ଅଭିଯୋଗ ହୋଇଛି । ଏସବୁ ଫସଲ କରି ପରିବାର ପ୍ରତିପୋଷଣ କରୁଥିବା ଲୋକମାନେ ହତାସ ହୋଇପଡିଛନ୍ତି । ଏସମ୍ପର୍କରେ ଚାଷୀମାନେ ବନ ବିଭାଗର ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ପରେବି କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଗୋଲଖ ଚନ୍ଦ୍ର ସାହୁ, କ୍ଷୀରୋଦ ଚନ୍ଦ୍ର ସାମଲ, ଅଲେଖ ଚନ୍ଦ୍ର ଦାସ, ବାନାମ୍ବର ଜେନା, ଅଭିମନ୍ୟୁ ସାହୁ, ଦୁର୍ଯ୍ୟୋଧନ ପ୍ରଧାନ, ନିରଞ୍ଜନ ବିଶ୍ୱାଳ ପ୍ରମୁଖ ଚାଷୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତି ନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!!

Related posts

କର୍ମଚାରୀ ୟୁନିୟନକୁ ଅଫିସ ଓ କାଉଣ୍ଟର ନେଇ ଜାଗା ଯୋଗାଇବା ନେଇ ଦାବି 

masiha

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବୁଦ୍ଧଜୟନ୍ତୀ ପାଳନ କଲା ଢେଙ୍କାନାଳ ଥିଙ୍କର୍ସ ଫୋରମ

ସର୍ବୋଚ୍ଚ ନମ୍ବର ରଖି ଶ୍ରୁତୀ ପାଇଲେ ପ୍ରମିଳା ପଟ୍ଟନାୟକ ସ୍ମୁତି ସମ୍ମାନ 

masiha

Leave a Comment

error: Content is protected !!