ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୨୫ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଆସନ୍ତା ୨୦ ରୁ ୨୪ ପର୍ଯ୍ୟନ୍ତ 

୨୫ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଆସନ୍ତା ୨୦ ରୁ ୨୪ ପର୍ଯ୍ୟନ୍ତ 

ରାଉରକେଲା: ଚଳିତବର୍ଷ ସ୍ବସ୍ତି ସାହିତ୍ୟ ସଂସଦ ଏବଂ ନାଟ୍ୟାନୁଷ୍ଠାନ ସ୍ବସ୍ତି ଝଙ୍କାର ର ତରଫରୁ ୨୫ ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଆସନ୍ତା ଏପ୍ରିଲ ୨୦ ତାରିଖ ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଇସ୍ପାତ ସରୋବର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଅନୁଷ୍ଠାନର ସମ୍ପାଦକ ରାଜୀବ ପାଣି ଏସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରି କହିଲେ ଯେ ଉଦଘାଟନୀ ସନ୍ଧ୍ୟା ୨୦ ତାରିଖ ଦିନ ଅନୁଗୋଳ ର ନାଟ୍ୟମ ଅନୁଷ୍ଠାନ ଦ୍ବାରା ନାଟ୍ୟକାର ତଥା ନିର୍ଦ୍ଦେଶକ ସୁଧାଂଶୁ ଦ୍ବିିବେଦୀଙ୍କ ନିର୍ଦ୍ଦେଶିତ ନାଟକ ତ୍ରିଶଙ୍କୁ,୨୧ ତାରିଖ ରେ ଭବାନୀପାଟଣା ର ସ୍ମାରକୀ ଅନୁଷ୍ଠାନ ଦ୍ବାରା ନାଟ୍ୟକାର ଶଙ୍କର ତ୍ରିପାଠୀ ଙ୍କ ରଚିତ ଏବଂ ପ୍ରବୋଧ ରଥଙ୍କ ନିର୍ଦ୍ଦେଶିତ ନାଟକ ଜାତି ନନ୍ଦିଘୋଷ,୨୨ ତାରିଖରେ ଭୁବନେଶ୍ୱରର ବାଗଦେବୀ ଲିଟରେଚର ଟ୍ରଷ୍ଟ ଦ୍ବାରା ନାଟ୍ୟକାର ଡ ଗୈାରହରି ଦାସ ଙ୍କ ରଚିତ ଏବଂ ପବିତ୍ର ମହାନ୍ତିଙ୍କ ନିର୍ଦ୍ଦେଶିତ ନାଟକ ଚିତ୍ର ପ୍ରତିମା, ୨୩ ତାରିଖରେ ଭୁବନେଶ୍ୱରର ବିଦ୍ୟାକନକ ସୃଜନାନୁଷ୍ଠାନ ଦ୍ବାରା ନାଟ୍ୟକାର ମନୋଜ ମିଶ୍ରଙ୍କ ରଚିତ ଏବଂ ସୈ।ନିକା ସାହୁ ଙ୍କ ନିର୍ଦ୍ଦେଶିତ ନାଟକ ଭିନ୍ନ ଦୃଷ୍ଟି , ଉଦଯାପନୀ ସନ୍ଧ୍ୟା ୨୪ ତାରିଖରେ ବାରିପଦାର ଓମ୍ ନାଟ୍ୟ ସଂସ୍ଥା ଦ୍ୱାରା ନାଟ୍ୟକାର ଡ଼ଃ ସଞ୍ଜୟ ହାତୀ ଙ୍କ ରଚିତ ଏବଂ ଧୀର ବସାଙ୍କ ନିର୍ଦ୍ଦେଶିତ ନାଟକ ମଞ୍ଚମାୟା ମଞ୍ଚସ୍ଥ ହେବ। ନାଟକ ଗୁଡିକ ପ୍ରତ୍ୟେହ ସନ୍ଧ୍ୟା ୭ ଘଟିକା ସମୟରେ ମଞ୍ଚସ୍ଥ କରାଯିବ। ଏହି ନାଟକ ଗୁଡିକୁ ଉପଭୋଗ କରିବା ପାଇଁ ବହୁ ସଂଖ୍ୟାରେ ନାଟ୍ୟପ୍ରେମୀ ମାନେ ଯୋଗଦେବାପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି। ପ୍ରାରମ୍ଭରେ ଅନୁଷ୍ଠାନର ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକ ସ୍ବାଗତ ଭାଷଣ, ଉପସଭାପତି ପ୍ରାଧ୍ୟାପକ ଶଙ୍କର ପ୍ରସାଦ ତ୍ରିପାଠୀ ନିଃଶୁଳ୍କ ନାଟକ ଓ ଶୁକ୍ଳ ନାଟକ ମଧ୍ୟରେ ପାର୍ଥକ୍ୟ,ସଦସ୍ୟା ଅଙ୍ଗୁରବାଳା ପରିଡ଼ା ପ୍ରାକ ସୂଚନା ଓ ଶେଷରେ ବରିଷ୍ଠ ସଦସ୍ୟ ବିଜୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଅଶୋକ କୁମାର ପଟ୍ଟନାୟକ, ସରୋଜକାନ୍ତ ଜେନା, ବିଭୁତି ଭୂଷଣ ଦାସ, ଗୈାତମ ଦାସ, ନିରୁପମା ପତି, କିଶୋରୀ ମୋହନ କର, ବିଜୟଲକ୍ଷ୍ମୀ ପଟ୍ଟନାୟକ, ସ୍ନେହଲତା ପଟ୍ଟନାୟକ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଶତାୟୁ,ପି ଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ବିଦ୍ୟାଳୟ ପରିଚାଳନା କମିଟି ଗଠିତ 

Sunil Chandra Nayak

ବିଭିନ୍ନ ସ୍ଥାନରେ ପଣା ବଣ୍ଟନ କାର୍ଯ୍ୟକ୍ରମ 

Sunil Chandra Nayak

ବରିଷ୍ଠ ନାଗରିକଙ୍କ ବିୟୋଗରେ ଶୋକ 

Leave a Comment

error: Content is protected !!