ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ବିଜୁ ପଟ୍ଟନାୟକ ଙ୍କ ଶ୍ରାଦ୍ଧ ଦିବସ ପାଳିତ 

ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ବିଜୁ ପଟ୍ଟନାୟକ ଙ୍କ ଶ୍ରାଦ୍ଧ ଦିବସ ପାଳିତ 

ରାଉରକେଲା: ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ଆନୁକୂଲ୍ୟରେ ପ୍ରବାଦପୁରୁଷ କଳିଙ୍ଗ ବୀର ବିଜୁ ପଟ୍ଟନାୟକ ଙ୍କ ୨୮ତମ ଶ୍ରାଦ୍ଧ ଦିବସ ବାଲିଯୋଡି ଛକ ସ୍ଥିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ପରିସରରେ ଅନୁଷ୍ଟିତ ହୋଇଯାଇଛି। ଅନୁଷ୍ଠାନର ସମ୍ପାଦକ ତଥା ସମାଜସେବୀ ଅରୁଣ କୁମାର ପରିଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଡାକ୍ତର ବିଷ୍ଣୁପ୍ରିୟା ସହୁ,ଡାକ୍ତର ଫକିର ଚରଣ ହୋତା, କବି ହରିହର ବେହେରା, ବିଶିଷ୍ଟ ଶିକ୍ଷାବିତ୍ ବିଜୟ କୁମାର ମିଶ୍ର, ଆଦର୍ଶ ବିଦ୍ୟାଳୟର ସମ୍ପାଦକ ଅନନ୍ତ ଜେନା ଯଥାକ୍ରମେ ମୁଖ୍ୟ ଅତିଥି ମୁଖ୍ୟ ବକ୍ତା ସମ୍ମାନିତ ଅତିଥି ସମ୍ମାନିତ ବକ୍ତା ଓ ବକ୍ତା ଭାବେ ଯୋଗଦେଇ ବିଜୁ ପଟ୍ଟନାୟକ ଙ୍କ ପ୍ରତିଭା, ସମାଜସେବା ସ୍ଵାଧୀନତା ସଂଗ୍ରାମ ସର୍ବୋପରି ନବ ଓଡ଼ିଶା ଗଠନରେ ତାଙ୍କର ଭୂମିକା ସଂପର୍କରେ ବିସ୍ତୃତ ଆଲୋଚନା କରିଥଲେ। ରାଉରକେଲା ଇସ୍ପାତ କାରଖାନା, ହୀରାକୁଦ ନଦୀବନ୍ଧ, ପାରାଦୀପ ବନ୍ଦର, ରାଉରକେଲା ଇଞ୍ଜିନିୟରିଂ କଲେଜ, ସୁନାବେଢ଼ା ମିଗ୍ ବିମାନ କାରଖାନା, ପାରାଦୀପରୁ ଦୈତାରୀ ଜାତୀୟ ରାଜପଥ ଗଠନରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ତାଙ୍କ ଭଳି ମହାନ ଦୂରଦ୍ରଷ୍ଟା ନେତାଙ୍କୁ ଭାରତ ରତ୍ନ ସମ୍ମାନ ରେ ସମ୍ମାନିତ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅତିଥି ମାନେ ପରାମର୍ଶ ଓ ଅନୁରୋଧର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସନାତନ ସାହୁ, ନାଟ୍ୟକାର ହରିହର ବେହେରା, ଭଗଵାନ ସହୁ, କାପ୍ରା ହାଁସଦା ଅନୁଆରୀ ବେଗମ୍ , ଚାନ୍ଦମଣି ମାଝି,ରାମଚନ୍ଦ୍ର ସାମଲ, ସନାତନ ବାରିକ, ଅନ୍ତର୍ଯ୍ୟାମି ବେଉରିଆ ଓ ସାରନଗରୀ ନାରୀ କଲ୍ୟାଣ ସମିତି ର ସମସ୍ତ ସଦସ୍ୟା ଉପସ୍ଥିତ ଥିଲେ । ସଚଳା ପଣ୍ଡା ଅତିଥି ମାନଙ୍କ ପରିଚୟ ପ୍ରଦାନ ଓ ଶେଷରେ ଧନ୍ୟବାଦ୍ ଦେଇଥଲେ। ଏହି ସଭାରେ ସ୍ଵୟଂ ସହାୟକ ଗୋଷ୍ଠୀ ଓ ମିଶନ ଶକ୍ତିର ମହିଳା କର୍ମୀ, ସମାଜସେବୀ ଶିକ୍ଷାବିତ ଓ ସ୍ଥାନୀୟ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତଥା ଶିକ୍ଷାନୁଷ୍ଠାନ ସମୂହ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଶ୍ରୀ ପରିଡା ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବେଦାନ୍ତ ଲିମିଟେଡ ପକ୍ଷରୁ ଦ୍ଵିତୀୟ ପର୍ଯ୍ୟାୟ ମୋତିଆବିନ୍ଦୁ ଚିକିତ୍ସା ଶିବିର 

masiha

ବିଶ୍ଵ ଏଡ଼ସ୍ ଦିବସ ରେ ଯୁବ ରେଡକ୍ରସ୍, ରାୟଗଡା ସ୍ଵୟଂଶାସିତ ମହାବଦ୍ୟାଳୟ ଦ୍ୱାରା ସଚେତନତା ପଦଯାତ୍ରା ଓ ସଭା

Sunil Chandra Nayak

ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେଲା ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

Leave a Comment

error: Content is protected !!