ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାଞ୍ଜିଗଡରୋଡ଼ରେ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ 

ଲାଞ୍ଜିଗଡରୋଡ଼ରେ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ 

ଲାଞ୍ଜିଗଡ, ୧୦/୦୯(ମନିସ)- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ଅନ୍ୟତମ ଦୁର୍ଗାପୂଜା ହେଉଛି ଲାଞ୍ଜିଗଡ ରୋଡ଼ ଦୁର୍ଗାପୂଜା। ଗତବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଳନ କରିଥିବା ଲାଞ୍ଜିଗଡ ରୋଡ଼ ଦୁର୍ଗାପୂଜା କମିଟି ଏଥର ୫୧ତମ ବର୍ଷରେ ପୂଜନୋତ୍ସବକୁ ଆହୁରି ସରସ ସୁନ୍ଦର କରିବାକୁ ଅଣ୍ଟା ଭିଡ଼ିଛି। କଳାହାଣ୍ଡି, ରାୟଗଡା ଓ କନ୍ଧମାଳ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ବେଶ ଲୋକପ୍ରିୟ ଥିବା ଲାଞ୍ଜିଗଡରୋଡ଼ ଦୁର୍ଗାପୂଜାରେ ମାଆ ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି, ଆକର୍ଷଣୀୟ ସାଜସଜ୍ଜା ଓ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁବେଳେ ଚର୍ଚ୍ଚାର ବିଷୟ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏହିକ୍ରମରେ ଆଜି ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ କମିଟି କର୍ମକର୍ତ୍ତାଙ୍କ ସହିତ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକଙ୍କ ସହିତ ବିଭିନ୍ନ ବର୍ଗର ଜନସାଧାରଣ ଉପସ୍ଥିତ ଥିଲେ। ଦୁର୍ଗାପୂଜା କମିଟିର ସଭାପତି ଟଙ୍କଧର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମିଥୁନ ପ୍ରସାଦ ସାହୁ, ଦୁଷ୍ମନ୍ତ ଓଝା, ଚନ୍ଦ୍ରଶେଖର ମହାପାତ୍ର, କେ. ବୈକୁଣ୍ଠ ରାଜୁ, ପୂର୍ଣ୍ଣଚନ୍ଦ୍ର ଗଉଡ଼, ଗୋପାଳ ସୁନାନୀ, ନୀଲେଶ ସ୍ୱାଇଁ, ସତ୍ୟନାରାୟଣ ପଟ୍ଟନାୟକ, ରଜତ ରାଉତ, ଶ୍ରୀଧର ସାହୁ, ତ୍ରିଲୋଚନ ମହାପାତ୍ର, କିରଣ କୁମାର ବର୍ମା, ସୀମାଞ୍ଚଳ ମହାଖୁଡ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ଚଳିତ ବର୍ଷ ଦୁର୍ଗାପୂଜାକୁ ଆହୁରି ସରସ ସୁନ୍ଦର କରିବା ଉପରେ ଆଜି ଗୁରୁତ୍ୱାରୋପ କରାଯାଇଥିଲା।

ସୁଶିଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୩, ଅନୁଷ୍ଠିତ

masiha

ଦକ୍ଷିଣୀ ଶୌଣ୍ଢିକ ସାଂସ୍କୃତିକ ମହାସଂଘ ର ଠାକୁରାଣୀ ରଥକୁ ଧର୍ମଗଡ ଠାରେ ଭବ୍ୟ ସ୍ୱାଗତ

Sunil Chandra Nayak

କଳାହାଣ୍ଡି ମାଟିରେ ଆସନ୍ତା ୩୦ ତାରିଖରେ ମୁଖ୍ଯମନ୍ତ୍ରୀଙ୍କ ଗସ୍ତକୁ “ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନ ସ୍ୱାଗତ କରିବା ସହ ଭତ୍ତା ୩୦୦୦ଟଙ୍କା ଘୋଷଣା ଦାବି କରିଛି 

masiha

Leave a Comment

error: Content is protected !!