ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରିଷିଡା ଏକଳ ବିଦ୍ୟାଳୟର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଆଞ୍ଚଳିକ ଏକଳ ବିଦ୍ୟାଳୟ ପକ୍ଷରୁ ବୃକ୍ଷ ରୋପଣ ହୋଇ ଯାଇଛି l ସ୍ଥାନୀୟ ମାଁ ତାରିଣୀ ଶୈବ ଶକ୍ତି ମନ୍ଦିର ସାମ୍ନା ରାସ୍ତାର ଉଭୟ ପାର୍ଶ୍ବରେ ବୃକ୍ଷ ରୋପଣ କରାଯାଇଛି l ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ କର୍ଲାମୁଣ୍ଡା ବ୍ଲକ ବଜରଙ୍ଗ ଦଳ ପ୍ରମୁଖ ସୁଶାନ୍ତ ମଲ୍ଲିକ ଏବଂ ରିଷିଡା ଆଞ୍ଚଳିକ ଏକଳ ବିଦ୍ୟାଳୟ ପରିଚାଳିକା ସୁଶ୍ରୀ ପୁଷ୍ପା ଦଣ୍ଡସେନାଙ୍କ ନେତୃତ୍ୱରେ ଛାତ୍ର ଛାତ୍ରୀମାନେ ଆଠ ପ୍ରଜାତିର ଚାରା ରୋପଣ କରିଥିଲେ l ଏଥିରେ ଆମ୍ବ, ପଣସ, ନଡିଆ, ବେଳ, ଅଁଳା ଆଦି ଗଛ ରହିଛି l ଏକଳ ବିଦ୍ୟାଳୟ ପରିଚାଳିକା ସୁଶ୍ରୀ ଦଣ୍ଡସେନା ଓ ବଜରଙ୍ଗ ଦଳ ବ୍ଲକ ପ୍ରମୁଖ ଶ୍ରୀ ମଲ୍ଲିକ ଭବିଷ୍ୟତରେ ପରିବେଶ କିପରି ଭଲ ରହିବ, ସେ ଉପରେ ଆଲୋଚନା କରି ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

୧- ବନ୍ଧୁଗାଁ ବ୍ଲକ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ,୨- ବରିଷ୍ଟ ବିଜେଡି କର୍ମୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ , ୩- ବ୍ଲକ ସ୍ତରୀୟ ବିକାଶର ଧାରା ଓଡ଼ିଶା ସାରା 

Sunil Chandra Nayak

ଆଦି କର୍ମଯୋଗୀ ଅଭିଯାନ 

Sunil Chandra Nayak

କ୍ଷତ୍ରିୟ ଧାକଡ ସମାଜ ମହା ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!