ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରିଷିଡା ଏକଳ ବିଦ୍ୟାଳୟର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଆଞ୍ଚଳିକ ଏକଳ ବିଦ୍ୟାଳୟ ପକ୍ଷରୁ ବୃକ୍ଷ ରୋପଣ ହୋଇ ଯାଇଛି l ସ୍ଥାନୀୟ ମାଁ ତାରିଣୀ ଶୈବ ଶକ୍ତି ମନ୍ଦିର ସାମ୍ନା ରାସ୍ତାର ଉଭୟ ପାର୍ଶ୍ବରେ ବୃକ୍ଷ ରୋପଣ କରାଯାଇଛି l ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ କର୍ଲାମୁଣ୍ଡା ବ୍ଲକ ବଜରଙ୍ଗ ଦଳ ପ୍ରମୁଖ ସୁଶାନ୍ତ ମଲ୍ଲିକ ଏବଂ ରିଷିଡା ଆଞ୍ଚଳିକ ଏକଳ ବିଦ୍ୟାଳୟ ପରିଚାଳିକା ସୁଶ୍ରୀ ପୁଷ୍ପା ଦଣ୍ଡସେନାଙ୍କ ନେତୃତ୍ୱରେ ଛାତ୍ର ଛାତ୍ରୀମାନେ ଆଠ ପ୍ରଜାତିର ଚାରା ରୋପଣ କରିଥିଲେ l ଏଥିରେ ଆମ୍ବ, ପଣସ, ନଡିଆ, ବେଳ, ଅଁଳା ଆଦି ଗଛ ରହିଛି l ଏକଳ ବିଦ୍ୟାଳୟ ପରିଚାଳିକା ସୁଶ୍ରୀ ଦଣ୍ଡସେନା ଓ ବଜରଙ୍ଗ ଦଳ ବ୍ଲକ ପ୍ରମୁଖ ଶ୍ରୀ ମଲ୍ଲିକ ଭବିଷ୍ୟତରେ ପରିବେଶ କିପରି ଭଲ ରହିବ, ସେ ଉପରେ ଆଲୋଚନା କରି ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଧର୍ମଗଡ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖାର ନୂତନ ସମ୍ପ୍ରସାରିତ କୋଠା ଉଦଘାଟିତ ଯଶୋଦା ଅନାଥ ଆଶ୍ରମର ସମାଜସେବୀ ଦମ୍ପତି ସମ୍ବର୍ଦ୍ଧିତ….. 

masiha

ଲୋକେ ହନ୍ତସନ୍ତ,ଅଘୋଷିତ ବିଦ୍ୟୁତ କାଟ,ହନ୍ତସନ୍ତ ଗାଁ ଓ ସହରବାସୀ

Sunil Chandra Nayak

ପଦ୍ମନାଭ ପରେ କୋଇଡା’ର  କେଉଁ ମାଇନିଙ୍ଗ ଅଫିସର ର  ପାଳି ?

masiha

Leave a Comment

error: Content is protected !!