ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଅଶନଵଣି ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଅଜଣା ବ୍ୟକ୍ତିର ମୃତ୍ୟୁ

ମୟୂରଭଞ୍ଜ – ୧୯/୮ ( ମସିହା)ରାଇରଙ୍ଗପୁର ସହର ସନ୍ନିକଟ ରାଇରଙ୍ଗପୁର – ବିଶୋଇ ରାଜ୍ୟ ରାଜପଥ ତଥା ସହରଠାରୁ ୫ କିମି ଦୂରରେ ଆଜି ରାତ୍ର ୯.୩୦ ଟା ପାଖାପାଖି ସମୟରେ ଏକ ଭୟଙ୍କର ଦୁର୍ଦ୍ଦଟଣା ଘଟି ଯାଇଛି ।ଅଜଣା ଗାଡ଼ି ଧକ୍କାରେ ଅଜଣା ଲୋକର ମତ୍ଯୁ ହୋଇଯାଇଛି ।ମଣିଷର ଅନ୍ତଵୁଜୁଳା ,ଦେହ ମାଂସ ସବୁ ଚଟଣି ହୋଇଯାଇଛି,ଅଣ୍ଟା ତଳକୁ କେବଳ ଗୋଡ଼ ଦୁଇଟା ପଡିଛି ।ଗାଡ଼ିଟି ଭୟରେ ଦୃତ ଗତିରେ ଖସିପଳାଇଛି ।ଘଟଣାଟି ଵିଜାତଳା ବ୍ଳକ ଜିଲ୍ଲା ପରିଷଦ ସଦସ୍ୟା ମୀନା ସୋରେନ ଙ୍କ ଘର ପାଖରେ ।ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ।ଶବକୁ ରାତି ୧୦.୫୦ ରେ ଉଠାଯାଇ ରାଇରଙ୍ଗପୁର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଲୋମହର୍ଷଣକାରୀ ଓ ଛାତିଥରା ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ଆଚମ୍ବିତ ଓ ଭୟଭୀତ ହୋଇ ପଡ଼ିଛନ୍ତି ।ଘଟଣା ସ୍ଥଳ ଲୋକାରଣ୍ୟ ହୋଇଉଠିଛି ।ମୃତ ବ୍ୟକ୍ତି ଜଣକ ଚାଲି ଚାଲି ଯାଉଥିଲେ ।ରାସ୍ତା କଡ଼ରେ ବେଗ ଟି ପଡ଼ିଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଅବକାରୀ ଚଢାଉ: ୧୦୫ ଲିଟର ମଦ ଜବତ , ୪ ଗିରଫ୍

masiha

ବାଲିଗୁଡ଼ା: ଦୁଇ ମାଂସ ବ୍ୟବସାୟୀଙ୍କୁ ଅପହରଣ ଘଟଣାରେ ୧୦ ଜଣ ଗିରଫ

masiha

ବିଷ ପିଇ ଯୁବକ ର ଆତ୍ମହତ୍ୟା 

Sunil Chandra Nayak

Leave a Comment

error: Content is protected !!