ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରିଆଁରେ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଆୟୋଜିତ

ନର୍ଲା:( ମସିହା )କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦ୍ଵିତୀୟ ମାସିକ କ୍ଲଷ୍ଟର ସ୍ତରୀୟ ସମୀକ୍ଷା ବୈଠକ ଆୟୋଜିତ ହୋଇଯାଇଛି। ସରିଆଁ ସିଆରସିସି ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ବୈଠକରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ଏଫ୍ଏଲ୍ଏନ୍), ମୌଳିକ ଶିକ୍ଷଣ ଅନୁଧ୍ୟାନ (ଏଫ୍ଏଲ୍ଏସ୍), ଶିକ୍ଷଣ ସାମଗ୍ରୀର ବହୁଳ ବ୍ୟବହାର, ୟୁନିଫର୍ମ, ଡାଏରି ଓ ନୋଟବୁକ ବଣ୍ଟନ, ଏକାଡେମିକ୍ କେଲେଣ୍ଡର୍, ଖେଳପଡ଼ିଆ, ଭିତ୍ତିଭୂମି ବିକାଶ, ସ୍କୁଲକୁ ଆସିଥିବା ବିଭିନ୍ନ ଅନୁଦାନ ରାଶିର ସଠିକ ବିନିଯୋଗ ଆଦି ବିଷୟରେ ଆଲୋଚନା ଓ ସମୀକ୍ଷା କରାଯାଇଥିଲା। ଏହି ଅବସରରେ ଶିକ୍ଷକ କ୍ଷୀରସିନ୍ଧୁ ବାଗ, ଧର୍ମେନ୍ଦ୍ର ମାଝୀ ଓ ଦୟାନିଧି ପଧାନ ଏଫ୍ଏଲ୍ଏନ୍ ଓ ବିଦ୍ୟା ପ୍ରବେଶ ସମ୍ପର୍କିତ ଡେମୋ କ୍ଳାସ୍ ଦେଇଥିଲେ। ଏଥିରେ କଳାହାଣ୍ଡି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଈଶ୍ୱର ଚନ୍ଦ୍ର ବେହେରା ଉପସ୍ଥିତ ରହି ଡେମୋ କ୍ଳାସ୍ ପର୍ଯ୍ୟବେକ୍ଷଣ କରିବା ସହ ଏଫ୍ଏଲ୍ଏନ୍ ସମ୍ପର୍କିତ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ବୈଠକରେ କ୍ଲଷ୍ଟରର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ସହକାରୀ ଶିକ୍ଷକମାନେ ଅଂଶଗ୍ରହଣ କରିଥିଲେ।

ନର୍ଲା ରୁ ଦିପକ ଠାକୁର ଙ୍କ ରିପୋର୍ଟ

Related posts

ମିନି ଷ୍ଟାଡିୟମ ସାମ୍ନା ମୁକ୍ତ ସ୍ଥାନରେ ସୋସିଆଲ ହୋମ ହେଉ.

Sunil Chandra Nayak

ନୂଆପଡାରେ ରାଜସ୍ୱ ସମୀକ୍ଷା ବୈଠକ। ଜନଅଭିଯୋଗର ତ୍ୱରିତ ଫଇସଲା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ; ବୋଡେନର ମନବୋଧ ମାଝୀ ପାଇଲେ ‘ରାଜସ୍ୱ ମିତ୍ର’ ପୁରସ୍କାର

ପୁଲୱାମା ଆତଙ୍କବାଦୀ ଙ୍କ ଆକ୍ରମଣରେ ସହିଦ୍ ହୋଇଥିବା ବୀର ଯବାନଙ୍କୁ ମନେ ପକାଇବା ସହ “ବ୍ଲାକ ଡେ” ପାଳନ କଲେ ବାଣପୁର ର  ଦେଶ ପ୍ରେମୀ ଯୁବକ

Sunil Chandra Nayak

Leave a Comment

error: Content is protected !!