ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଅନ୍ତଃନିବେଶୀ ସାଧନ କେନ୍ଦ୍ରରେ ଭିନ୍ନକ୍ଷମ ବିଦ୍ୟାର୍ଥୀଙ୍କ ନିମନ୍ତେ ସହାୟକ ଉପକରଣ ବିତରଣ

ମୟୂରଭଞ୍ଜ ୧୭/୩/୨୩ (ମସିହା) ଭଗବାନ କାହାକୁ କେମିତି ଜନ୍ମ ଦେଇଛନ୍ତି କେହି କହି ପାରିବେ ନାହିଁ ।ସମାଜରେ ସୁସ୍ଥ ମଣିଷ ଭଳି ଭିନ୍ନକ୍ଷମ ମାନେ ମଧ୍ୟ ଵଂଚିବାର ମୌଳିକ ଅଧିକାର ଅଛି । ସେମାନଙ୍କ ର ମଧ୍ୟ ସାମାଜିକ ବିକାଶ କ୍ଷେତ୍ରରେ ଅବଦାନ ରହିଛି ।କେନ୍ଦ୍ର ଓ ରାଜ୍ୟ ସରକାର ଭିନ୍ନକ୍ଷମଙ୍କ ପାଇଁ ବହୁକିଛି ଯୋଜନା ପ୍ରଣୟନ କରିଛନ୍ତି ଏବଂ ସ୍ବତନ୍ତ୍ର ବିଭାଗ ମଧ୍ୟ କରିଛନ୍ତି । ସେମାନେ ଯେଭଳି ଅନ୍ୟର ବୋଝ ହୋଇ ରହିବେ ନାହିଁ ।

ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରର କୁଚେଇବୁଢି ପିସିଏମ ସ୍କୁଲ ସନ୍ନିକଟ ଅନ୍ତଃ ନିବେଶୀ ସାଧନ କେନ୍ଦ୍ର ପରିସରରେ ବାମନଘାଟୀ ଉପଖଣ୍ଡର ୬ ଟି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧିନସ୍ଥ ( ବିଶୋଇ, ବିଜାତଳା, ରାଇରଙ୍ଗପୁର,ଜାମଦା,ଵହଳଦା ତିରିଂ) ର ଭିନ୍ନକ୍ଷମ ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ସହାୟକ ଉପକରଣ ବିତରଣ କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସଦାନନ୍ଦ ମହାନ୍ତଙ୍କ ଆୟୋଜିତ କାର୍ଯ୍ୟକ୍ରମରେ ରାଇରଙ୍ଗପୁର ବ୍ଳକ ଏବିଡିଓ ଶ୍ରୀ ରମାକାନ୍ତ ସେଠୀ,ଏବିଇଓ ଶ୍ରୀ କାର୍ତ୍ତିକ କାରୁଆ,,ସିଆ୍ସିସି ଶୁଶାନ୍ତ ପରୀକ୍ଷା ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦ୍ଘାଟନ କରିଥିଲେ । ଏଥିରେ ଅତିଥିଗଣ ଛାତ୍ରଛାତ୍ରୀ, ଅଭିଭାବକମାନଙ୍କ ମନୋବଳ ଦୃଢ଼ କରିବା ସହିତ ଏକ ଗଠନମୂଳକ ଦିଗରେ ପ୍ରେରଣା ଯୋଗାଇଦେବା ଉପରେ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ । ଏଥିରେ ତିରିଂ ବ୍ଳକର ୨୩,ଵହଳଦା ବ୍ଳକର ୨୮,ଜାମଦା ବ୍ଳକର ୧୨,ବିଜାତଳା ବ୍ଳକର ୧୭,,ବିଶୋଇ ବ୍ଳକର ୧୯ ଏବଂ ରାଇରଙ୍ଗପୁର ମ୍ୟୁନିସିପାଲିଟି ଏବଂ ବ୍ଳକର ୧୯ ଜଣ ତଥା ସମୁଦାୟ ୧୧୮ ଜଣ ଚିହ୍ନଟ ଭିନ୍ନକ୍ଷମ ଛାତ୍ରଛାତ୍ରିଙ୍କୁ ତିନିଚକିଆ ସାଇକେଲ,ହୁଇଲ ଚେୟାର,ସି ପି ଚେୟାର, ଏଲଵୋ ସ୍କ୍ରଚେସ ,ବେଲ୍ କିଟ୍, ତଥା ଅନ୍ୟ କିଟ୍ ପ୍ରଦାନ କରାଯାଇଥିଲା । କିଟ୍ ଗୁଡିକ କିଭଳି ବ୍ୟବହାର କରିବେ ଏବଂ ଯତ୍ନ ନେବେ ତାହା ବିଆରଟି ଶିକ୍ଷକମାନେ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କୁ ଶିଖାଇଥିଲେ । ସରକାରଙ୍କ ଯୋଜନା ,ଶିକ୍ଷା ପ୍ରଶାସନର ସହାୟତା ଏବଂ ବିଆରଟି ଶିକ୍ଷକମାନଙ୍କ ପ୍ରେରେଣା, ସହଯୋଗ, ସାହାଯ୍ୟକୁ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ବହୁ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଗୋଷ୍ଠୀ ସାଧନ ଶିକ୍ଷକ ଶିକ୍ଷକ ମହେଶ ଚନ୍ଦ୍ର ମହାପାତ୍ର,ସାଗରିକା ପଣ୍ଡା,କିଶୋର ସାହୁ, ସତ୍ୟବାନ ଗିରି, ଶୁଶାନ୍ତ ଷଣ୍ଢ,ପ୍ରଶାନ୍ତ ଦାଶ,, ଦୟାନିଧି ଧରି,କିଶୋର ସାହୁ, ଅଜୟ ବେହେରା, ଅକ୍ଷୟ ରାଜ,ସେକ ଅବତାର ହୁସେନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ପରଲୋକ

Sunil Chandra Nayak

ପବିତ୍ର ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

ବିରଳ ପକ୍ଷୀ ଅସୁସ୍ଥ ଅବସ୍ଥାରେ ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର , ବନବିଭାଗକୁ ହସ୍ତାନ୍ତର ପରେ ପକ୍ଷୀର ଚିକିତ୍ସା ଜାରି

Sunil Chandra Nayak

Leave a Comment

error: Content is protected !!