ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଫଟାଗୁଡା ଡକାୟତି ମାମଲା ରେ ଖାତିଗୁଡା ପୋଲିସ କବଜାରେ ପାଞ୍ଚ ଡକାୟତ , ଜଣକୁ ଖୋଜା ଚାଲିଛି

ତେନ୍ତୁଳିଖୁଣ୍ଟି ୧୭/୦୩/୨୩ – ନବରଙ୍ଗପୁର ଜିଲ୍ଲା ଖାତିଗୁଡା ଥାନା ଅନ୍ତର୍ଗତ ଫଟା ଗୁଡା ଗ୍ରାମରେ ସାତ ଅଗଷ୍ଟ ୨୦୨୨ରେ କେ ରାମନା ମୂର୍ତ୍ତି ପିତା ଅପନା ଙ୍କ ଘରେ ଏକ ଡକାୟତି ହୋଇଥିଲା। ଭୟ ଓ ଜୀବନରେ ମାରିଦେବା ଧମକ ଯୋଗୁଁ ଥାନାରେ ଅଭିଯୋଗ କରିନଥିଲେ। କିନ୍ତୁ ଡକାୟତି ମାମଲାରେ ଲିପ୍ତ ଜଣକୁ ସେ ଚିହ୍ନଟ କରିବା ପରେ ଏଗାର ମାର୍ଚ୍ଚ ୨୦୨୩ ରେ କେଶ ଦରଜ କରିଥିଲେ। ସେ ନିଜ ଅଭିଯୋଗରେ ଲେଖିଛନ୍ତି ୭ରୁ ଆଠ ଜଣ ଘରେ ଜୋର ଜବରଦସ୍ତ ପଶି ତାଙ୍କ ବେକରେ ଖଣ୍ଡା ରଖିବା ସହ ପରିବାର ର ଅନ୍ୟ ସଦସ୍ୟ ଙ୍କୁ ବାନ୍ଧି ଦେଇ ଘର ର ଅଲମୀରା ଚାବି ନେଇ ସୁନା ପନ୍ଦର ତୋଳା ଓ ଦୁଇ ଲକ୍ଷ ଟଙ୍କା ଚୋରି କରି ନେଇଥିବା ଉଲ୍ଲେଖ କରିଛନ୍ତି। ରାମନା ମୂର୍ତ୍ତି ଙ୍କ ଚିହ୍ନଟ ଆଧାରରେ ଫଟା ଗୁଡା ର ଭବାନୀ ବିଶୋଇ (୨୭) ପିତା ଦୁରମାନ ଙ୍କୁ ଥାନାକୁ ଆଣି ଜେରା କରିବାପରେ ସେ ଚୋରି କରିଥିବା ସ୍ୱୀକାର କରିଥିଲା। ତାର ସହଯୋଗୀ ମାନଙ୍କ ନାମ ମଧ୍ୟ କହିଥିଲା ଭବାନୀ । ପରଜା ବାରଙ୍ଗ ପଦର ଗ୍ରାମର ଘାସି ହରିଜନ ଙ୍କ ପୁଅ ରିଙ୍କୁ (୨୦), ଚାରଗାଁ ର ହରିବନ୍ଧୁ ଙ୍କ ପୁଅ ବିଶ୍ଵନାଥ @ବଣ୍ଟି(୨୫),ରଣ୍ଡା ପାଲି ର ଭଗବାନ ଖାତି ଙ୍କ ପୁଅ ବାଲ୍ୟ ଖାତି @ ଖଇରୁ , ବୋରିଗୁମା ନୂଆଗୁଡା ର ମନ ଭୂମିଆଙ୍କ ପୁଅ ଲୁକୁ ଭୂମିଆ (୨୭) ଙ୍କୁ ଗିରଫ କରାଯାଇଛି । କିନ୍ତୁ ପଡା ପଲ୍ଲା ର ନକୁଳ ଙ୍କ ପୁଅ ଉତକୁଡି ହରିଜନ (୨୫) ଫେରାର ଅଛି। ଏଯାବତ ପୋଲିସ 19 ଗ୍ରାମ ତରଳିକୃତ ସୁନା ଜବତ କରିଛି ଓ ସତର ହଜାର ଟଙ୍କା ମଧ୍ୟ ଜବତ ହୋଇଥିବା ଜଣା ପଡ଼ିଛି। ତଦନ୍ତ ପ୍ରକ୍ରିୟା ରେ ପୋଲିସ ଅଭିଯୋଗ କାରୀ ଙ୍କ ଘରକୁ ଯାଇ ଅଳଙ୍କାର ର ଖାଲି କେଶ ଓ ତିନୋଟି କାନ ରିଂ ର କେଶ ଦେଖିଛନ୍ତି। ଅଭିଯୁକ୍ତ ଙ୍କୁ ଆଜି ଏଡ଼ ଡି ଜେ ଏମ କୋର୍ଟ ରେ ହାଜର କରିବ ଓ ତଦନ୍ତ ଜାରୀ ଥିବାରୁ ରିମାଣ୍ଡ ରେ ଆଣିବେ ବୋଲି କହିଛନ୍ତି ପୋଲିସ ଆଇ ଆଇ ସି ଦୀପକ ଲେଙ୍କା ଓ ଏସ ଡି ପି ଓ ଆଦିତ୍ୟ ସେନ ତଥା ଅନୁସନ୍ଧାନ ଅଧିକାରୀ ମହେଶ୍ୱର ଭୁରଭୁରି କହିଛନ୍ତି। ଅନ୍ୟତମ ଅଭିଯୁକ୍ତ କୁ ଖୋଜା ଚାଲିଥିବା କହିଛି ଖାତିଗୁଡା ପୋଲିସ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଚୋରା କାଠ ବୋଝେଇ ପିକଅପ୍ ଜଵତ 

Sunil Chandra Nayak

ବାଲିଗୁଡ଼ା ସହରରେ ବଢୁଛି ଅପରାଧିକ କାର୍ଯ୍ୟକଳାପ ଲକ୍ଷର ସିସିଟିଭି ବ୍ୟବସ୍ଥା ଅଚଳ

masiha

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ ଥାନା ପୋଲିସକୁ ସଫଳତା : ଡକାୟତ ଦଳକୁ ଧରି ପାଞ୍ଚ ଲକ୍ଷ ଟଙ୍କା କଲା ଉଦ୍ଧାର

masiha

Leave a Comment

error: Content is protected !!