ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିପୁଳ ପରିମାଣର ଦେଶୀ ମଦ ସହିତ ମୋଟର ସାଇକେଲ ଜବତ, ୦୨ ଗିରଫ 

ବିପୁଳ ପରିମାଣର ଦେଶୀ ମଦ ସହିତ ମୋଟର ସାଇକେଲ ଜବତ, ୦୨ ଗିରଫ 

ମୟୂରଭଂଜ-୪/୦୮ — ମୟୁରଭଞ୍ଜ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶକ୍ରମେ ଓ ରାଇରଙ୍ଗପୁର ଅବକାରୀ ଉପ-ଅଧିକ୍ଷକ ଶ୍ରୀ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଇରଙ୍ଗପୁର ଅବକାରୀ ରେଞ୍ଜ ପକ୍ଷରୁ ରାଇରଙ୍ଗପୁର ଅବକାରୀ ଥାନା ସହ ଉପ-ନିରୀକ୍ଷକ ଶ୍ରୀ ସୁଧାଂଶୁ କୁମାର ବେହେରା ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ରାଇରଙ୍ଗପୁର ସହରାଞ୍ଚଳ ଥାନା ଅନ୍ତର୍ଗତ ମହିଷାନେଦା ଗ୍ରାମ ଅଞ୍ଚଳରେ ଚଢ଼ାଉ କରାଯାଇ ୧୦୦ ଲିଟର ଦେଶୀ ରନ୍ଧା ମଦ ଏବଂ ଗୋଟିଏ ମୋଟର ସାଇକେଲ *(ଓଡି-୧୧ଟି -୯୯୯୪)* ଜବତ କରାଯିବା ସହିତ ପିଠାକୁଟୁଣୀ ଗ୍ରାମର ମକରା ମାହାଲି ଓ ଗୁରୁବା ମାହାଲି ଙ୍କୁ ଗିରଫ କରାଯାଇଛି । ଜବତ ହୋଇଥିବା ଦେଶୀ ରନ୍ଧା ମଦ ଓ ମୋଟର ସାଇକେଲର ଆନୁମାନିକ ମୂଲ୍ୟ ୭୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ କନେଷ୍ଟବଳ ଅରୁଣ କୁମାର ମୁଦୁଲି ଓ ସୁରେନ୍ଦ୍ର ସୋରେନ ପ୍ରଭୃତି ସାମିଲ ଥିଲେ । ଏନେଇ ରାଇରଙ୍ଗପୁର ଅବକାରୀ ଥାନା ପକ୍ଷରୁ ୦୧ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଅବକାରୀ ଓ ପୋଲିସର ମିଳିତ ଚଢ଼ାଉ 100ଲି ମଦ ଜବତ, 1500ଲି ପୋଚ ନଷ୍ଟ 

Sunil Chandra Nayak

କାଜୁ ବାଡ଼ରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

masiha

ଏଟିଏମ୍ ଭାଙ୍ଗି ଚୋରି ଉଦ୍ୟମ

Sunil Chandra Nayak

Leave a Comment

error: Content is protected !!