ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ଫଟୋ ପ୍ରତିଯୋଗିତା ଫଳାଫଳ, ପ୍ରଥମ ସ୍ଥାନରେ ଅପରାଜିତା

ପ୍ରକାଶ ପାଇଲା ଫଟୋ ପ୍ରତିଯୋଗିତା ଫଳାଫଳ, ପ୍ରଥମ ସ୍ଥାନରେ ଅପରାଜିତା

ଖଇରା,୦୫/୭/୨୫- ପ୍ରତିଭା ଘର କୋଣରେ ରହିଲେ ବିକଶିତ ହୋଇ ପାରେନାହିଁ । ଏଥିପାଇଁ ଏକ ମାଧ୍ୟମ ଲୋଡ଼ା ହୋଇଥାଏ । ସେଭଳି ଏକ ମାଧ୍ୟମ ହେଉଛି ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ “। ଗଦ୍ୟ ସାହିତ୍ୟର ଉନ୍ନତି ପାଇଁ ଗଠିତ ହୋଇଥିଲେ ମଧ୍ୟ ସମାଜସେବା ଓ ବେରୋଜଗାରକ୍ଷମ ବ୍ଯକ୍ତିଙ୍କୁ ସ୍ବାବଲମ୍ବି କରାଇବା ଅନୁଷ୍ଠାନର ମୂଳଲକ୍ଷ୍ୟ । ଗଳ୍ପ, ପ୍ରବନ୍ଧ, ମେଧାଅନ୍ବେଷଣ ଓ ଫଟୋ ପ୍ରତିଯୋଗିତା ଭଳି ବିଭିନ୍ନ ପ୍ରତିଯୋଗିତାରେ ଦ୍ବାରା ଲୋକାୟିତ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବାରେ ମୁଖ୍ୟ କର୍ଣ୍ଣଧାର ସାଜିଛି ” ମୋ ଅନୁଷ୍ଠାନ “। ନୂତନ ଓ ପୁରାତନ ପ୍ରତିଭା ମାନଙ୍କୁ ପ୍ରତିଯୋଗିତା ମାଧ୍ୟମରେ ଶିକ୍ଷା ଦେଇଥାଏ ଅନୁଷ୍ଠାନ । ସୁତରାଂ ଏହା ଏକ ଶିକ୍ଷାର ଅନୁଷ୍ଠାନ କହିଲେ ଅତ୍ଯୁକ୍ତି ହେବନାହିଁ । ବିଭିନ୍ନ କବି ଲେଖକଙ୍କ ପୁସ୍ତକ ପଢିବା ପାଇଁ ପାଠାଗାର ମଧ୍ୟ ଖୋଲା ଯାଇଛି । ଖୁବ୍ ଶୀଘ୍ର ବେରୋଜଗାର ମହିଳା ମାନଙ୍କ ନିମନ୍ତେ ସିଲେଇ ଶିକ୍ଷା ତାଲିମ କେନ୍ଦ୍ର ଖୋଲୁଛି । ଯାହାର ଦାୟିତ୍ୱ ଅନୁଷ୍ଠାନର ସଭାପତି ଭଉଣୀ କୁଞ୍ଜଲତା ମାହୁଁନ୍ତ ନିର୍ବାହ କରିବାକୁ ଯାଉଛନ୍ତି । ଖାଲି ଏତିକି ନୁହେଁ ସ୍ବାବଲମ୍ବି କ୍ଷେତ୍ରରେ ଆଉ କ’ଣ କ’ଣ ପଦକ୍ଷେପ ବେରୋଜଗାର ବ୍ଯକ୍ତିଙ୍କ ପାଇଁ ନିଆଯାଇପାରେ ତାହା ଅନୁଷ୍ଠାନ କରୁଛି ।

     ଅନୁଷ୍ଠାନର ପରମ୍ପରା ଅନୁଯାୟୀ ଗତ ତା ୦୧/୮/୨୦୨୫ ରିଖ ଦିନ ମୋ ଅନୁଷ୍ଠାନ ଫେସବୁକ୍ ଗୃପ୍ ରେ ଫଟୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ରାଜ୍ୟ ତଥା ରାଜ୍ୟ ବାହାରର ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଥିଲେ । ମୋଟ ୭ ଜଣ ଅଂଶ ଗ୍ରହଣ କରିଥିଲେ । ସେମାନେ ହେଲେ ଅପରାଜିତା ରଥ, ଭଦ୍ରକ, ଯାଜ୍ଞସେନୀ ପଣ୍ଡା, ବାଙ୍ଗାଲୋର, ବୈଷ୍ଣବୀ ପ୍ରଧାନ, ବରଗଡ଼, ସୁନିତା ଦାଶ, ଭୁବନେଶ୍ୱର, ଉପମା ରଣ, ଦେବଗଡ଼, ତନ୍ମୟବାଳା ମିଶ୍ର, ସୁବର୍ଣ୍ଣପୁର ଓ ରୀତାଞ୍ଜଳି ଡାକୁଆ କୋରାପୁଟ । ସୂଚନା ମୁତାବକ ଅକ୍ଷୟ କୁମାର ବେହେରା, ଅନୁପମା ବିଶ୍ବାଳ,ସ୍ବାଗତିକା ସାହୁ, ଛବିରାଣୀ ପତି ଓ ମାଧୁରୀ ମିଶ୍ରଙ୍କୁ ସମୀକ୍ଷା ଦାୟିତ୍ୱ ଦିଆଯାଇଥିଲା । ସମୀକ୍ଷା ଦାୟିତ୍ୱ ଅନୁଷ୍ଠାନର ସଦସ୍ୟ/ସଦସ୍ଯା ମାନଙ୍କୁ ଅର୍ପଣ କରିଥାଏ ଅନୁଷ୍ଠାନ । ସେମାନଙ୍କ ସମୀକ୍ଷାକୁ ତର୍ଜମା କରାଯାଇ ଫଳାଫଳ ପ୍ରକାଶ ହୋଇଥାଏ । ଅନୁଷ୍ଠାନର ଜଣେ ବରିଷ୍ଠ ସଦସ୍ଯା ତଥା ଝାରସୁଗୁଡାର ସୁ ସାହିତ୍ୟିକା ମାଧୁରୀ ମିଶ୍ରଙ୍କ ଶେଷ ସମୀକ୍ଷାରୁ ଅପରାଜିତା ରଥଙ୍କୁ ପ୍ରଥମ ସ୍ଥାନ ମିଳିଛି । ଏହାକୁ ମିଶାଇ ଶ୍ରୀମତୀ ରଥ ୩ୟ ଥର ପାଇଁ ପ୍ରଥମ ସ୍ଥାନ ଅଧିକାର କରି ଥିବାରୁ ସଭାପତି ଓ ସମ୍ପାଦକଙ୍କ ସମେତ ମୋ ଅନୁଷ୍ଠାନ ପରିବାର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସଙ୍ଗେ ସଙ୍ଗେ ଚଲାପଥ କୁସୁମିତ ନିମନ୍ତେ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବଡବାଣ୍ଠା ଗାଁ ଦାଣ୍ଡରେ ଲହଡି ଭାଙ୍ଗୁଛି ବର୍ଷା ପାଣି,ଘରେ ପଶୁଛି ପାଣି,ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ

Sunil Chandra Nayak

ତାଳୁକା ଲିଗାଲ ସାର୍ଭିସ କମିଟି ତରଫରୁ ଆଇନ ସଚେତନତା ସଭା ଅନୁଷ୍ଠିତ 

Sunil Chandra Nayak

ସରlଗୁଡ଼ା ଗ୍ରାମରେ ମା ପେଣ୍ଡ୍ରାଣୀ ଠାକୁରାଣୀ ଯାତ୍ରା ସମ୍ପନ୍ନ 

masiha

Leave a Comment

error: Content is protected !!