ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଘଟଣା  ଅଭିଯୁକ୍ତଙ୍କ ଦ୍ୱାରା ସିନ ରିକ୍ରିଏସନ କରେଇଲା ପୁଲିସ  ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ 

ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଘଟଣା 

ଅଭିଯୁକ୍ତଙ୍କ ଦ୍ୱାରା ସିନ ରିକ୍ରିଏସନ କରେଇଲା ପୁଲିସ 

ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ 

ଲାଞ୍ଜିଗଡ଼, ୦୫/୦୮(ମନିସ)-ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ତଥା ଲାଞ୍ଜି ପଞ୍ଚାୟତ କାଣ୍ଡାମା ଗାଁର ବୃଦ୍ଧ ରଘୁ ପାତ୍ର(୬୦)ଙ୍କ ହତ୍ୟା ଘଟଣାରେ ପୁଲିସ ଚାରିଜଣଙ୍କୁ ଅଟକ ରଖିଥିବାବେଳେ ଆଜି ମୁଖ୍ୟ ଅଭିଯୁକ୍ତ ନରେଶ ଦୋରାକୁ ଘଟଣାସ୍ଥଳକୁ ନେଇ ସିନ ରିକ୍ରିଏସନ କରାଇଛି। ଘଟଣା ଦିନ ନରେଶ ବୃଦ୍ଧଙ୍କୁ ହତ୍ୟା କରିବା ସମ୍ପର୍କରେ ପୁଲିସକୁ ଦେଖାଇବା ପରେ ହତ୍ୟାରେ ବ୍ୟବହୃତ ଠେଙ୍ଗାକୁ ଜବତ କରିଛି। ସେହିପରି ପାରିପାର୍ଶ୍ଵିକ ପରିସ୍ଥିତି ଓ ହତ୍ୟା ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ ପରେ ମୁଖ୍ୟ ଅଭିଯୁକ୍ତ ନରେଶ ଦୋରା ଓ ତାର ସହଯୋଗୀ ପ୍ରଦୀପ ହରିଜନଙ୍କୁ କୋର୍ଟଚାଲାଣ କରାଯାଇଛି। ଅପରପକ୍ଷରେ ନରେଶର ଭାଇ ଓ ପ୍ରଦୀପର ଭାଇ ଏହି ଘଟଣାରେ ସମ୍ପୃକ୍ତ ନଥିବା ଦର୍ଶାଇ ସେମାନଙ୍କୁ ପରିବାର ଲୋକଙ୍କ ଜିମାରେ ଛାଡିଦେଇଛି। ଏନେଇ ବିଶ୍ୱନାଥପୁର ଥାନାରେ କେସ ନଂ ୫୩/୨୦୨୫ ରୁଜୁ କରାଯାଇଥିବାବେଳେ ଥାନାଧିକାରୀ ତୁଳସୀରାମ ଶବର ଘଟଣାର ତଦନ୍ତ କରୁଛନ୍ତି। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ କଳାହାଣ୍ଡି ଏସପି ନାଗରାଜ ଦେବରକୋଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ କେସିଙ୍ଗା ଉପଖଣ୍ଡ ପୁଲିସ ଅଧିକାରୀ ସମ୍ବିତ ମାଝୀ ଦିଗଦର୍ଶନ ଦେଉଛନ୍ତି। ସୂଚନାଯୋଗ୍ୟ, ଜୁଲାଇ ୩୦ ତାରିଖ ସନ୍ଧ୍ୟାରେ ନିଖୋଜ ହୋଇଥିବା ବୃଦ୍ଧ ରଘୁ ପାତ୍ରଙ୍କ ମୃତଶରୀର ରାୟଗଡା ରେଳବାଇ ପୁଲିସ ଉଦ୍ଧାର କରିଥିଲା। ଏହି ଘଟଣାରେ ନରେଶ ଓ ତାର ତିନି ସହଯୋଗୀ ହତ୍ୟା କରି ଶବ ଗାୟବ କରିଦେଇଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ପୁଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମର ସହାୟତା ନେବା ସହିତ ଚାରିଜଣଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା। ଏହାପରେ ବୃଦ୍ଧଙ୍କ ହତ୍ୟା ରହସ୍ୟ ଉନ୍ମୋଚିତ ହୋଇଥିଲା। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ବିଦ୍ୟୁତ ତାର ଚୋରି ଓ ହତ୍ୟା ଘଟଣା ର ସମସ୍ତ ଅଭିଯୁକ୍ତ ନିର୍ଦୋଷରେ ଖଲାସ

Sunil Chandra Nayak

ଗାଡିମୋଟର ଯାଞ୍ଚ, ଜଣେ ଗିରଫ

Sunil Chandra Nayak

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଭିଣେଇ କୁ ମରଣାନ୍ତକ ଆକ୍ରମଣ କଲା ଶଳା

masiha

Leave a Comment

error: Content is protected !!