ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗହିରମଥା ସାମୁଦ୍ରୀକ ଅଭୟାରଣ୍ୟରେ ଵେନୀୟମ ମାଛ ମରା ଟ୍ରଲର ସହ 11ଗିରଫ

ଗହିରମଥା ସାମୁଦ୍ରୀକ ଅଭୟାରଣ୍ୟରେ ଵେନୀୟମ ମାଛ ମରା ଟ୍ରଲର ସହ 11ଗିରଫ

ରାଜନଗର-15.9.024 କେନ୍ଦ୍ରପଡା ଜିଲ୍ଲା ରାଜନଗର ବନଖଣ୍ଡ ଅଧିନସ୍ଥ ଗହିରମଥା ରେଞ୍ଜ ଅଞ୍ଚଳ ସାମୁଦ୍ରିକ ଅଭୟାରଣ୍ୟରେ ଵେନୀୟମ ଭାବେ ମାଛ ମାରୁଥିବା 11ଜଣ ମତ୍ସ୍ୟଜୀଵୀଙ୍କୁ ଵନବିଭାଗ ଗିରଫ କରି କୋର୍ଟ ଚାଲାଣ କରିବା ସହ ଟ୍ରଲର ଏଵଂ ଆନୁସାଙ୍ଗିକ ଜିନିଷ ଜଵତ କରିଛନ୍ତି।ସୂଚନା ଯୋଗ୍ୟ 14.9.024ତାରିଖ ସନ୍ଧ୍ୟା 7.50 ମିନିଟି ସମୟରେ ପେଣ୍ଠ ଵେଳାଭୂମି ଠାରୁ 5 କିମି ଦୂରରେ ମା ଦୁର୍ଗା ନାମକ ଟ୍ରଲର ମାଛମାରୁଥିବା ଖବର ପାଈ ରେଞ୍ଜର ପ୍ରଦୋଷ କୁମାର ମହାରଣା ଫରେଷ୍ଟର ପ୍ରଫୁଲ୍ଲ କୁମାର ମାଝିଙ୍କୁ ନିର୍ଦ୍ଦେଶ ଦେଇଥିଲେ ଅନ୍ୟ କର୍ମଚାରୀଙ୍କୁ ନେଈ ଟ୍ରଲରକୁ ଧରିଆଣିବାକୁ।ଫରେଷ୍ଟର ଓ ବନ କର୍ମଚାରୀଙ୍କ ମିଳିତ ସହଯୋଗରେ ଟ୍ରଲରକୁ କୂଳକୁ ଆଣି ତଦନ୍ତ କରି ଜଵତ କରିବା ସହ ଭିଏଚ଼ଏଫ 3,ଜିପିଏସ 1,ଫିସ୍ ଫାଇଣ୍ଡର 1 ,ଜାଲ 13 ଓ ମାଛ 3 କୁଇଣ୍ଟାଲ ଜବତ କରିବା ସହ 11ଜଣ ମତ୍ସ୍ୟଜୀଵୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ରେଞ୍ଜର ଶ୍ରୀ ମହାରଣା ସୂଚନା ଦେଇଛନ୍ତି।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ରାଇରଙ୍ଗପୁର ଟାଉନ ଥାନା! ମୁଣ୍ଡିଆ ଖେଳ ପଡିଆ ନିକଟସ୍ଥ ନିମ୍ବ ଗଛରୁ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର

masiha

ଅବକାରୀ ଓ ପୋଲିସର ମିଳିତ ଚଢ଼ାଉ 100ଲି ମଦ ଜବତ, 1500ଲି ପୋଚ ନଷ୍ଟ 

Sunil Chandra Nayak

ନାବାଳିକାଙ୍କ ଗର୍ଭପାତ ନେଇ ଥାନାରେ ମାମଲା 

masiha

Leave a Comment

error: Content is protected !!