ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡାରେ ମହାପୁରୁଷ ଅତିବଡୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ ପାଳିତ 

ରାୟଗଡାରେ ମହାପୁରୁଷ ଅତିବଡୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ ପାଳିତ 

ରାୟଗଡା ତା ୧୫-୦୯-୨୪ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ରାୟଗଡା ଜିଲ୍ଲା ଶାଖା ପକ୍ଷରୁ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ ଉତ୍ସବ ମହା ସମାରୋହରେ ଜେକେପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ଆମ ପଞ୍ଚବଟୀ ସାହିତ୍ୟ ପତ୍ରିକାର ସମ୍ପାଦକ ଶ୍ରୀ ସୁଶାନ୍ତ କୁମାର ନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଓଡିଆ ଭାଷା ବିଭାଗୀୟ ମୁଖ୍ୟ ଡକ୍ଟର ରୁଦ୍ରାଣୀ ମହାନ୍ତି ଯୋଗ ଦେଇ ଓଡିଆ ଭାଗବତ ଉପରେ ଆଲୋଚନା କରି ପରିବାର ଗଠନରେ ଭାଗବତର ପ୍ରାସଙ୍ଗିକତା ଉପରେ ସୁନ୍ଦର ଭାବେ ବୁଝାଇଥିଲେ । ସମ୍ମାନୀୟ ଅତିଥିଭାବେ ଜେକେ କାଗଜ କଳର ମହା ପ୍ରବନ୍ଧକ ଶ୍ରୀ ଗୌରୀ ଶଙ୍କର ପଟ୍ଟନାୟକ ଯୋଗ ଦେଇଥିବା ବେଳେ ଅନ୍ୟତମ ସମ୍ମାନୀୟ ଅତିଥି ଭାବେ ଜେକେ କାଗଜକଳର ସାମାଜିକ ଦାୟିତ୍ୱବୋଧ ବିଭାଗର ଉପ ପ୍ରବନ୍ଧକ ଶ୍ରୀ ହରି ହର ଖମାରୀ ଯୋଗ ଦେଇଥିଲେ । ଶିକ୍ଷକ ଶ୍ରୀ ନୀଳାଞ୍ଚଳ ମିଶ୍ର କାର୍ଯ୍ୟ କ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ମଞ୍ଚାସୀନ ଅତିଥିଙ୍କୁ ପୁଷ୍ପଗୁଛ ଓ ଉପଢ଼ୌକନ ଦେଇ ସମ୍ୱର୍ଦ୍ଧନା କରାଯିବାସହ ବିଶିଷ୍ଟ ଅନୁବାଦକ ତଥା ନବରଙ୍ଗପୁର ଜିଲ୍ଲା ସହକାରୀ ଜିଲ୍ଲାପାଳ ଶ୍ରୀ ଆଶୁତୋଷ ପାତ୍ର ଓ ଜିଲ୍ଲା ସଂଯୋଜକ ସାହିତ୍ୟିକ ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ନୀଳାମ୍ବର ମିଶ୍ରଙ୍କୁ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ରାୟଗଡା ଜିଲ୍ଲା ଶାଖା ପକ୍ଷରୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ସାହିତ୍ୟ ପରିଷଦର ଜିଲ୍ଲା ସମ୍ପାଦକ ଶ୍ରୀ ଡ ସୂର୍ଯ୍ୟ ନାରାୟଣ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବନପଦ୍ମ ଟ୍ରଷ୍ଟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ସରକାରୀ ପ୍ରାଥମିକ ସେବାଶ୍ରମ ବିଦ୍ଯାଳୟର ବାର୍ଷିକ ଉତ୍ସବ 2024 ପାଳିତ

masiha

ଯୁଗଯାତ୍ରୀ ସାହିତ୍ୟ ସଂସଦ ତରଫରୁ ସନ୍ଥ କବି ଭୀମ ଭୋଇଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି 

Sunil Chandra Nayak

Leave a Comment

error: Content is protected !!