ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷକ ସାରଙ୍ଗ ବହିଦାରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ନର୍ଲା (ମନିସ): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ସରିଆଁ କ୍ଲଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପକ୍ଷରୁ ଅବସରପ୍ରାପ୍ତ ଶିକ୍ଷକ ସାରଙ୍ଗ ବହିଦାରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସରିଆଁ ଆଞ୍ଚଳିକ ସାଧନ କେନ୍ଦ୍ର ପରିସରରେ ଆୟୋଜିତ ଉକ୍ତ ସଭାରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁର ପ୍ରଧାନଶିକ୍ଷକ ସାଧୁରାମ ଭୋଇ ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ଭାବେ ସିଆରସିସି ସୁଧୀର କୁମାର ଧଙ୍ଗଡ଼ାମାଝୀ, ନୋଡାଲ୍ ପ୍ରଧାନଶିକ୍ଷକ ଟଙ୍କଧର ସାହା, ନର୍ଲା ବ୍ଲକ୍ ଶିକ୍ଷକ ସଂଘର ସାଧାରଣ ସଂପାଦକ ଅମିତ କୁମାର ଶର୍ମାଙ୍କ ସମେତ ବିଦାୟୀ ଶିକ୍ଷକ ଶ୍ରୀ ବହିଦାର ମଞ୍ଚାସୀନ ଥିଲେ। ଶିକ୍ଷକ ଜଗଦୀଶ ପ୍ରସାଦ ସାହୁ ସଭା ପରିଚାଳନା କରିଥିବା ବେଳେ ଲମ୍ବୋଦର ବେହେରା, ଦୟାନିଧି ପଧାନ, ପ୍ରଫୁଲ୍ଲ କୁମାର ରାଉତ ପ୍ରମୁଖ ଅତୀତର ସ୍ମୃତିଚାରଣ କରିଥିଲେ। ନୂଆପଡ଼ା ପ୍ରାଥମିକ ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିବା ଶ୍ରୀ ବହିଦାର ନିଜର ୩୬ ବର୍ଷର ଶିକ୍ଷକତା ଅନୁଭୂତି ବଖାଣିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ କ୍ଷୀରସିନ୍ଧୁ ବାଗ। ଏଥିରେ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

ନର୍ଲାରୁ ଦୀପକ ଠାକୁରଙ୍କ ରିପୋର୍ଟ

Related posts

ଲକ୍ଷ୍ମୀପୁର ବ୍ଲକ ପଡ଼ିଆ ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା ଶୁଭାରମ୍ଭ 

masiha

ମାସା ତରଫରୁ ଵାମନଘାଟୀ ଉପଖଣ୍ଡ ସ୍ତରୀୟ ରଚନା, ବକୃତା ଏବଂ ସାଧାରଣଞ୍ଜାନ ପରୀକ୍ଷା

Sunil Chandra Nayak

ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ ପାଳନ

Sunil Chandra Nayak

Leave a Comment

error: Content is protected !!