ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ବ୍ଲକ : ଅନେକ ପଞ୍ଚାୟତର ଅମୃତଧାର ଅଚଳ ,ମିଳୁନି ପାଣି

ଚିଲିଗୁଡା।( ମ ନି ସ )  ଜଳ ହି ଜୀବନ । ଜଳ ବିନା ମଣିଷ ବଞ୍ଚିବା ସମ୍ଭବ ନୁହେଁ ।ମଣିଷ ଶରୀର ପାଇଁ ଜଳ ନିତାନ୍ତ ଆବଶ୍ୟକ ଅଟେ ।ବ୍ଲକ ପ୍ରଶାସନ ଜନସାଧାରଣଙ୍କ ପାଇଁ ପାଣି ପିଇବାକୁ ପଞ୍ଚାୟତ ସ୍ତରରେ ପ୍ରତ୍ୟେକ ସ୍ଥାନରେ ଲୋକଙ୍କ ସୁବିଧା ପାଇଁ ଲକ୍ଷ ଲକ୍ଷ ଟଙ୍କାରେ ଅମୃତ ଧାରା ନିର୍ମାଣ କରାଯାଇଛି ମାତ୍ର ନିର୍ମାଣର କିଛି ବର୍ଷ ପରେ ନିର୍ମାଣ ହୋଇଥିବା ଅମୃତଧାର। ଗୁଡିକ ଅଚଳାବସ୍ଥା ରେ ପଡି ରହିଥିବା ଦେଖିବାକୁ ମିଳିଛି ।ବ୍ଲକର ଅନେକ ପଞ୍ଚାୟତର ଅମୃତଧାର। ଅଚଳ ଅବସ୍ଥାରେ ପଡିରହିଛି ।ଏଥି ପ୍ରତି କାହାର ମଧ୍ୟ ନଜର ନାହିଁ ।ବର୍ତ୍ତମାନ ଆଗକୁ ଟାଣ ଖରା ହେବ ।ଲୋକେ ପାଣି ପାଇଁ ଡହଳ ବିକଳ ହେବେ । ଅଚଳ ଅବସ୍ଥାରେ ପଡି ରହିଥିବା ଅମୃତଧାର। ଗୁଡିକୁ ମରାମତି କଲେ ଲୋକେ ଜଳ କଷ୍ଟରୁ ବଞ୍ଚିତ ହୁଅନ୍ତେ ଏପରିକି ଖରା ଦାଉରୁ ମଧ୍ୟ ରକ୍ଷା ପାଇ ପାରନ୍ତେ ।ଏବେ ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ଅମୃତଧାର। କାହା କାମରେ ଆସିପାରୁନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି । ଏଣୁ ବ୍ଲକ ପ୍ରଶାସନ ଓ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ତରଫରୁ ଅଚଳ ହୋଇଥିବା ଅମୃତଧାର। ଗୁଡିକୁ ମରା ମତି କରି ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ପିଇବା ପାଇଁ ଯୋଗାଇ ଦେବା ପାଇଁ ଦୃଷ୍ଟି ଦେବାକୁ ଲୋକେ ଦାବି କରିଛନ୍ତି ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଚାଷ କାର୍ଯ୍ୟରେ ମଜିଗଲେ କାଉନସିଲର ଷେଣ୍ଢ ବାବୁ

Sunil Chandra Nayak

ଉତ୍କଳ ସ୍ନେହୀ ମହିଳା ସମିତିର ବେଦବ୍ୟାସ ଅଗ୍ନି ବାବା ଆଶ୍ରମରେ ସେବା କାର୍ଯ୍ୟକ୍ରମ

Sunil Chandra Nayak

କେନ୍ଦ୍ର ସରକାର ଙ୍କ ଚାଉଳ ମାରଣ ନୀତି ବିରୁଦ୍ଧ ରେ ବିଜେଡ଼ି ର ପ୍ରତିବାଦ

Sunil Chandra Nayak

Leave a Comment

error: Content is protected !!