ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବୃନ୍ଦବାହଲ ପ୍ରହରୀ ମଣ୍ଡପରେ ଷୋହଳ ପ୍ରହର ନାମଯଜ୍ଞ

ଗୋଳାମୁଣ୍ଡା/୨୪/୩/୨୩/ମସିହା/ବିଶ୍ୱର ମଙ୍ଗଳ କାମନା ପାଇଁ ଅନେକ ସ୍ଥାନରେ ଯାଙ୍ଗଜଜ୍ଞ ଓ ପ୍ରହର ନାମ ଜଜ୍ଞ ଅନୁଷ୍ଠିତ ହୋଇଯାଉଛି। ଏଭଳି ସ୍ଥଳେ ଗୋଳାମୁଣ୍ଡା ବ୍ଲକ ସ୍ଥିତ ବୃନ୍ଦବାହଲ ପଞ୍ଚାୟତ ଖୋଦ ବୃନ୍ଦବାହଲ ପ୍ରହରୀ  ମଣ୍ଡପ ରେ ମଧ୍ୟ ଷୋହଳ ପ୍ରହର ନାମ ଜଜ୍ଞ ଆରମ୍ଭ ହୋଇଛି। ଗତ ଗୁରୁବାର ଦିନ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା ବେଳେ ଶୁକ୍ରବାର ଦିନ ପ୍ରାତଃ ଘ,୦୭,୦୭ମିନିଟ ରୁ ନାମାରମ୍ଭ ହୋଇ ଆସନ୍ତା ରବିବାର ପ୍ରାତଃ ୦୭,୦୭ମିନିଟରେ ନାମ ସମାପନ ହେବ ଓ ଦିବା ୧୦ଘଣ୍ଟିକାରୁ ନଗର କୀର୍ତ୍ତନ ଏବଂ ଦଧିହାଣ୍ଡି ଭଗ୍ନ ଓ ପ୍ରସାଦ ସେବନ ହେବାର ସ୍ଥିରୀକୃତ ହୋଇଛି । ବହୁ ଦୂର ଦୁରନ୍ତାରୁ ପୁରୁଷ/ଝିଅ କୀର୍ତ୍ତନ ଦଳ ଉପସ୍ଥିତ ରହି ନିଜ ନିଜର କଲା ପ୍ରଦର୍ଶନ କରିଛନ୍ତି। ଷୋହଳ ପ୍ରହରୀର ନାମ ଯଜ୍ଞ  ର କର୍ତା ଭାବେ ବୃଷଭ ରାଉତ ଓ ସହଧାର୍ମିନ ଶ୍ରୀମତୀଲକ୍ଷ୍ମୀ ରାଉତ ବିରାଜମାନ କରିଥିବା ବେଳେ ଗ୍ରାମର ହଜାର ହଜାର ଶ୍ରଦ୍ଧାଲୁ ଏବଂ ମହିଳା ପୁରୁଷ ମାନେ ଅଂଶ ଗ୍ରହଣ କରିଥିଲେ । ସ୍ଥାନରେ ମାଆ ଭଗବତୀଙ୍କ ଆନନ୍ଦ ବଜାର ରେ ବହୁ ଲୋକ ପ୍ରସାଦ ସେବନ କରି ଖୁସି ଅନୁଭବ କରିଥିଲେ। ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ, ହରେରାମ ହରେରାମ ରାମ ରାମ ହରେ ହରେ ନାମ ଯଜ୍ଞରେ ଲୋକେ ବିମୋହିତ ହୋଇ ଥାନ୍ତି, ଧନ୍ୟ ଧନ୍ୟ ସେହି ନାମର ନାମାମୃତ୍ୟ ପାନ କରି ଶ୍ରଦ୍ଧାଳୁ ମାନେ ଖୁସି ଅନୁଭବ କରିଥାନ୍ତି।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ଆଜି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଆରମ୍ଭ ହୋଇଯାଇଛି ମହାପ୍ରଭୁଙ୍କ ସ୍ନାନ ଯାତ୍ରା

ହମିରପୁରରେ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ

Sunil Chandra Nayak

ଆସନ୍ତା ୨୧ ତାରିଖ ରୁ ନର୍ଲା ରେ ୨୪ ପ୍ରହର ନମଯଜ୍ଞ

masiha

Leave a Comment

error: Content is protected !!