ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବାଲୁଗାଁ ଉମାମହେଶ୍ୱର ଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ ଅନୁଷ୍ଠିତ

ବାଲୁଗାଁ:- ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଉମାମହେଶ୍ୱର ଦେବଙ୍କ ପୀଠରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ପଞ୍ଚଦଶ ବାର୍ଷିକ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ ମହା ସମାରୋହରେ ଆଜି ସମାପନ ହୋଇଯାଇଅଛି। ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ଅଷ୍ଟଶମ୍ଭୁ ମାନଙ୍କ ମହା ମିଳନ ପର୍ବ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ବାଲୁଗାଁର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ନିମନ୍ତ୍ରଣ କ୍ରମେ ବାଲୁଗାଁ ଅଞ୍ଚଳର ଠାକୁର ଯଥା ଶ୍ରୀ ଶ୍ରୀ ରାମେଶ୍ଵର ଦେବ ବିଜେ ଗବପଦର, ଶ୍ରୀ ଶ୍ରୀ ସିଂହନାଥ ଦେବ ବିଜେ ସୀଙ୍ଗେଶ୍ଵର, ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ଦେବ ବିଜେ ନିମିକ୍ଷେତା, ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ଦେବ ବିଜେ ଦୋଳ ମୁଣ୍ଡାଇ, ଶ୍ରୀ ଶ୍ରୀ ବାଙ୍କନିଧି ଦେବ ବିଜେ ଗବପଦର, ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଦେବ ବିଜେ ବଡକୂଳ, ଶ୍ରୀ ଶ୍ରୀ ଗତିଶ୍ୱର ଦେବ ବିଜେ ମଙ୍ଗରାଜପୁର, ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ଦେବ ବିଜେ ରଘୁନାଥପୁର, ଶ୍ରୀ ଶ୍ରୀ ଦଧିବାମନ ଦେବ ବିଜେ ସାନ୍ତରାପୁର, ଶ୍ରୀ ଶ୍ରୀ ଗୋପାଳଜୀଉ ଦେବ ବିଜେ ପାଟଣା ସାହି, ଶ୍ରୀ ଶ୍ରୀ ରଘୁନାଥ ଦେବ ବିଜେ ବାଲୁଗାଁ, ଶ୍ରୀ ଶ୍ରୀ ରାଧାଗୋବିନ୍ଦ ଦେବ ବିଜେ କୁଲାକୁଣ୍ଡେଇ ନୂଆଗାଁ, ମା ଜାଗୁଳାଇ ଠାକୁରାଣୀ ପାଟଣା ସାହି, ଜାଗୁଳାଇ ଠାକୁରାଣୀ ଗୁଣ୍ଡୁରିପୁର, ମା ଚଣ୍ଡୀ ଠାକୁରାଣୀ ବାଲୁଗାଁ ! ସୁସଜ୍ଜିତ ବିମାନ ସହିତ ଶୁକ୍ରବାର ରାତ୍ର ସମୟରେ ସମସ୍ତ ଠାକୁରଙ୍କ ଗ୍ରାମବାସୀ ମାନେ ଘଣ୍ଟ, କାହାଳୀ, ମଶାଲ ପାଟ ପଟୁଆର ସହିତ ଉମାମହେଶ୍ୱର ଦେବଙ୍କ ଯାତ୍ରା ପଡ଼ିଆରେ ମଧ୍ୟରେ ପ୍ରବେଶ କରିବା ସହିତ ସମସ୍ତ ଠାକୁର ନିଜ ନିଜ ଆସନ ଗ୍ରହଣ କରିଥିଲେ। ଆଜି ସକାଳେ ସମୟରେ ସମସ୍ତ ଠାକୁରଙ୍କ ନିତିକାନ୍ତି ଅନୁସାରେ ପୂଜାର୍ଚ୍ଚନା ହେବା ସହ ଅପରାହ୍ନ ସମୟରେ ହୋମ ପୂର୍ଣ୍ଣାହୁତି ଓ ପୁରସ୍କାର ବିତରଣ ହୋଇଥିଲା। ସନ୍ଧ୍ୟା ସମୟରେ ସମସ୍ତ ଠାକୁରଙ୍କ ମେଳଣ ପର୍ବ ଅନୁଷ୍ଠିତ ହୋଇଥିଲା। ଭକ୍ତ ଭଗବାନ ଙ୍କ ଏହି ମେଳଣ ପର୍ବକୁ ଦେଖିବା ପାଇଁ ବାଲୁଗାଁ ବାଣପୁର ଓ ତାର ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ ମିଳିଥିଲା। ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମକୁ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ କମିଟି ବାଲୁଗାଁ ପରିଚାଳନା କରିଥିଲେ।

ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

କୁରାଳ (ପଞ୍ଚମୀ) ପୂଜା ଆନନ୍ଦ ଓ ଉଲ୍ଲାସର ସହ ପାଳିତ

masiha

ଚଙ୍ଗରିଆ ଥପାପଡା ରେ ୨ୟ ବର୍ଷ ଅଷ୍ଟ ପ୍ରହର ନାମଯଜ୍ଞ ଉତ୍ସାହ ଉଦ୍ଦୀପନା ସହ ସମ୍ପନ୍ନ

masiha

ଆଜି ପବିତ୍ର ଶ୍ରୀରାମ ନବମୀ , ଚଳଚଞ୍ଚଳ ଦେଶର ରାମ ମନ୍ଦିର

Sunil Chandra Nayak

Leave a Comment

error: Content is protected !!