ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାଇରଙ୍ଗପୁରରେ ହୋଲିକା ଦହନ ଉତ୍ସବ

  ମୟୂରଭଞ୍ଜ – ୭/୩/୨୩ (ମସିହା) ହିନ୍ଦୁ ସଂସ୍କୃତିରରେ ହୋଲିକା ଦହନ ଉତ୍ସବ ଏକ ଅନନ୍ୟ ପର୍ବ ଓ ସ୍ବତନ୍ତ୍ର ତା ରହିଛି। ବିଶେଶତଃ ମାରଓ୍ବାଡି,ବିହାରୀ ,ଗୁଜୁରାଟୀ,ରାଜସ୍ଥାନୀମାନେ ଏହି ଉତ୍ସବକୁ ଵହୁ ଆନନ୍ଦ ଉଲ୍ଲାସର ପାଳନ କରିଥାନ୍ତି ।ଏହି କାର୍ଯ୍ୟକ୍ରମ ବସନ୍ତ ଋତୁର ପୂର୍ଣ୍ଣିମାରେ ହୋଇଥାଏ । ଅଧର୍ମ ଉପରେ ଧର୍ମ ର ବିଜୟ ନେଇ ଉତ୍ସବ ପାଳନ କରନ୍ତି । ପୌରାଣିକ ଅନୁସାରେ ହିରଣ୍ଯକଶ୍ଯପ ରାକ୍ଷସ ର ପୁଅ ପ୍ରହଲ୍ଲାଦ କୃଷ୍ନ ଭକ୍ତ ଅଟେ । ହିରଣ୍ଯକଶ୍ୟପର ଭଉଣୀ ହୋଲିକା ବ୍ରହ୍ମାଙ୍କ ଦ୍ବାରା ଅମର ବର ପ୍ରାପ୍ତ ପାଇଥିଲା ।ସେ ନିଆଁ ରେ ପୋଡିବନି କି ଜଳରେ ବୁଡି ମରିବନି । ହିରଣ୍ଯକଶ୍ଯପ ସବୁବେଳେ ପ୍ରହଲ୍ଲାଦକୁ ସବୁଦିନ ପାଇଁ ନିଜ ରାସ୍ତାରୁ କଣ୍ଟା ହଟାଇବା ପାଇଁ ଚେଷ୍ଟା କରି ବିଫଳ ହେବାପରେ ହୋଲିକାର ସାହାଯ୍ୟ ନେଇଥିଲା ।ହୋଲିକା ପ୍ରହଲ୍ଲାଦ କୁ ତା’ମାତାଠାରୁ ଛଡ଼ାଇଋ ହୁତୁ ହୁତୁ ଜଳନ୍ତା ନିଆଁରେ ବସି ପଡିଥିଲା ।ଯେହେତୁ ପ୍ରହଲ୍ଲାଦ କୃଷ୍ଣ ଭକ୍ତ ଶ୍ରୀକୃଷ୍ଣ ପ୍ରହଲ୍ଲାଦକୁ ରକ୍ଷା କରିଥିବାବେଳେ ହୋଲିକା ସେହି ନିଆଁରେ ଫାଲଗୁନ ମାସ ପୂର୍ଣ୍ଣିମା ଦିନରେ ପୋଡ଼ି ହୋଇ ପାଉଁଶ ହୋଇ ଯାଇଥିଲା । ଅଧର୍ମ ର ନାଶୂ ହୋଇ ଧର୍ମର ପ୍ରତିଷ୍ଠା ହୋଇଥିଲା ।ସେହି ପୁରାଣ ଅନୁସାରେ ରାଇରଙ୍ଗପୁରର ମୁଖ୍ୟତଃ ବଜାରର ସମସ୍ତ ଧର୍ମାବଲମ୍ବୀ ଲୋକେ ସୋମବାର ସଂଧ୍ୟାରେ ଏହି ହୋଲିକା ଦହନ ଉତ୍ସବରେ ଯୋଗ ଦେଇ ପୂଜାର୍ଚ୍ଚନା କରି ପରସ୍ପରକୁ ରଙ୍ଗ ଲଗାଇ ଆନନ୍ଦ ଉଲ୍ଲାସର ସହ ଘରକୁ ଫେରିଥିଲେ । ଏହି ଉତ୍ସବରେ ପୂଜାର୍ଚ୍ଚନା କଲେ ଘରେ ଚ ଧନର ଅଭାବ ରହିବ ନାହିଁ ବୋଲି ଆସ୍ଥା ଓ ବିଶ୍ବାସ ଅଛି ।ଆଜି ରାଇରଙ୍ଗପୁର ପଞ୍ଚାୟତ ମନ୍ଦିର ତରଫରୁ ହୋଲିକା ଦହନ କାର୍ଯ୍ୟକ୍ରମ ବଜାର ଡେଲି ମ୍ୟାକେର୍ଟ ଠାରେ ଆୟୋଜିତ ହୋଇଥିଲା |ଏହି ମନ୍ଦିର ର ସଭାପତି ବିଶ୍ବରାଜଜୀ ଅଗ୍ରୱାଲ,ସଂପାଦକ ରଂଜନ ଚାନ୍ଦ ଗୋଟିଆ ,କାର୍ଯ୍ୟକାରୀ ସଦସ୍ୟ ଅନୁପ ଚାନ୍ଦ ଗୋଟିଆ ,ସତ୍ୟ ନାରାୟଣ ମନ୍ଦିର ପୂଜକ ତଥା ଅନ୍ୟାନ୍ୟ ସଦସ୍ୟମାନେ ଏଥିରେ ସାହାଯ୍ୟ ଓ ସହଯୋଗ କରିଥିଲେ |ଏହି ମହାନ ଧାର୍ମିକ ପରିବେଶକୁ ଦେଖିବାପାଇଁ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଗହଳି ଚହଳି ଲାଗି ରହିଥିଲା |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଗୀତାଜ୍ଞାନ ଯଜ୍ଞ , ଶ୍ରୀମଦ୍ ଭାଗବତ ପରିଷଦ ଢେଙ୍କାନାଳ ଆନୁକୂଲ୍ୟରେ ଭଗବତ ଗୀତା ଫଚଦଶ ଆଧାୟର ତାତ୍ଵିକ ପ୍ରବଚନ

Sunil Chandra Nayak

ମା ସୁକିଆ ବାଉତୀଙ୍କ ପୀଠ 

Sunil Chandra Nayak

ଆରମ୍ଭ ହେଲା ଖଣିସହର ବାନେଇକଳାରେ ପ୍ରସିଦ୍ଧ ଗଣେଶ ପୂଜା

masiha

Leave a Comment

error: Content is protected !!