ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଚୁଡ଼ା ପାହାଡ଼ ପାଦଦେଶ ଗଦଲାଝରଣ ପର୍ଯ୍ୟଟନ ସ୍ଥଳୀ ଶ୍ରୀ ଶ୍ରୀ ଧବଳେଶ୍ବର ମନ୍ଦିରରେ ମହାଶିବରାତ୍ରି ପାଳିତ

ଭାରତ ଦେଶରେ ମହାଶିବରାତ୍ରୀ ପର୍ବ ପାଳନ ଏକ ପ୍ରାଚୀନ ପରମ୍ପରା । କାଶ୍ମୀରରୁ କନ୍ୟାକୁମାରୀ ଯାଏଁ ପ୍ରତ୍ୟେକ ସ୍ଥାନରେ ନିରାଡମ୍ବର ଭାବରେ ପାଳିତ ହେଉଛି। ଲିଙ୍ଗରାଜ ମନ୍ଦିର ଭୁବନେଶ୍ଵରରୁ କପିଳାସ ଢେଙ୍କାନାଳ,କଳାହାଣ୍ଡି ସମେତ ଓଡିଶାର ପୁରପଲ୍ଲୀରେ ସ୍ଥାନ ସ୍ଥାନରେ ନିରାଡମ୍ବର ଭାବରେ ଆଜି ମହାସମାରୋହରେ ପାଳିତ ହେଉଛି । ହିନ୍ଦୁ ପୁରାଣ ଶାସ୍ତ୍ର ଅନୁଯାଇ ମହାଦେବ ପ୍ରଜାପତିଙ୍କ ପୁତ୍ରୀ ମହାସତୀ ପାର୍ବତୀ ବିବାହ କରିଥିଲେ । କିନ୍ତୁ ନିଜ ପିତାଙ୍କ ପାଟିରୁ ସ୍ବାମୀ ନିନ୍ଦା ସୟକରି ନ ପାରି ସେ ଦେହ ତ୍ୟାଗ କରିଥିଲେ। ମାତା ପାର୍ବତୀ ପୁନର୍ଜନ୍ମରେ ହିମାଳୟ ରାଜାଙ୍କ ଔରସରୁ ଜନ୍ମ ନେଇ ସଂହାର କର୍ତ୍ତା ମହାଦେବଙ୍କୁ ଫାଲଗୁନ କୃଷ୍ଣପକ୍ଷ ତ୍ରୟୋଦଶୀ ଦିନରେ ପୁନଃର୍ବିବାହ କରିଥିଲେ । ଏହି ଦିନରେ ଯେଉଁ ଭକ୍ତ ମାତା ପାର୍ବତୀ ଓ ଭଗବାନ ଶିବଙ୍କୁ ଜାଗର ଜାଳି ଉଜାଗର ରହି ପୂଜାର୍ଚ୍ଚନା କରିଥାନ୍ତି ସେହି ଭକ୍ତଙ୍କ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ଵାସ ରହିଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ ଚୁଡ଼ାପାହାଡ ପାଦଦେଶ ଅବସ୍ଥିତ ଗଦଳାଝରଣ ଶ୍ରୀ ଶ୍ରୀ ମହାଦେବ ଧବଳେଶ୍ଵର ମହାପ୍ରଭୂଙ୍କ ପୀଠ ସ୍ଥଳୀରେ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି । ଏହି ପୀଠ ସ୍ଥଳୀରେ କଳାହାଣ୍ଡି , ବଲାଙ୍ଗୀର, ନୂଆପଡ଼ା ସମେତ ବିଭିନ୍ନ ଅଂଚଳର ଜାତି, ଧର୍ମ, ବର୍ଣ୍ଣ ନିର୍ବିିଶେଷରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ବୌଦ୍ଧ, ଜୈନ, ଶୈବ, ବୈଷ୍ଣବ , ମହିମା ଧର୍ମ, ତଥା ଅନ୍ୟାନ୍ୟ ଧର୍ମ ଅବଲମ୍ୱୀ ଭକ୍ତ ବୃନ୍ଦ ଏକତ୍ରିତ ପରିଦର୍ଶନ କରି ପୂଜା ଅର୍ଚ୍ଚନା କରିବା ଦେଖିବାକୁ ମିଳିଥାଏ । ଏଠାରେ ଭକ୍ତଙ୍କ ପାହାଡ଼ ଚଡା ଦୃଶ୍ୟ ଅତ୍ୟନ୍ତ ମନୋରମ ଓ ଆକର୍ଷୀୟ ହୋଇଛି। ଏଠାରେ ମହାପ୍ରଭୂ ଶ୍ରୀ ଶ୍ରୀ ରାମଚନ୍ଦ୍ରଙ୍କ ମନ୍ଧିର ପ୍ରତିଷ୍ଠା ହୋଇଥିବା ବେଳେ ଷୋହଳ ପ୍ରହର ନାମଯଜ୍ଞ ଆୟୋଜିତ ହୋଇଛି । ଏଠାରେ ବରଗଡ଼ , ବଲାଙ୍ଗୀର, ପାଟଣାଗଡ, କଳାହାଣ୍ଡି ଓଡିଶା ଓ ଛତିଶଗଡର ମହିଳା ଓ ପୁରୁଷ ସଂକୀର୍ତ୍ତନ ମଣ୍ଡଳୀ ଭକ୍ତ ବୃନ୍ଦ ହରେ କୃଷ୍ଣ ହରେ ରାମ… ମହାମନ୍ତ୍ର ସ୍ୱର , ଲୟ ତାଳ ଓ ମୃଦଙ୍ଗ ବଜାଇ ନୃତ୍ୟ ପ୍ରଦର୍ଶନ କରିଥିଲେ । ବର୍ଷକୁବର୍ଷ ଭକ୍ତ ଙ୍କ ଜନ ସମାଗମ ଭିଡ ବୃଦ୍ଧି ପାଉଥିବା ହେତୁ ଏହି ସ୍ଥଳୀକୁ ପର୍ଯ୍ୟଟନ ସ୍ଥଳୀ ରୂପେ ମାନ୍ୟତା ଦିଆଯାଉ ତଥା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନ ରାଶି ପ୍ରଦାନ କରାଯାଉ ବୋଲି ଜନ ସାଧାରଣରେ ଦାବୀ ହେଉଛି । ଏଥିରେ ସଭାପତି ନରେନ୍ଦ୍ର ପଧାନ, ସଂପାଦକ ଗଣେଶ ରାଉତ, ଚନ୍ଦ୍ରମଣି ପଧାନ, ନଉ କିଶୋର ପଧାନ, ଅଶ୍ୱିନ ଖମାରୀ, ଲାଲୁ ସାହୁ, ରାମେ ଭୋଇ, ଭାଗ୍ୟବାନ ବାଗ, ଲଳିତ ପଧାନ, ପୂର୍ଣ୍ଣ ଚନ୍ଦ୍ର ଭୋଇ, ଭବାନୀ ସରାପ, ଅନ୍ତରାମ ବେହେରା, ସନ୍ତୋଷ ବୁଧିଆ,ରାମ ପ୍ରସାଦ ସା, ଠାକୁର ନିଆଲ, ଉଦିଆନିଆଲ, ଗୋକୁଳ ପଧାନ, ଦେବେନ୍ଦ୍ର ବାରିକ, ଗିରି ଶଙ୍କର ଭୋଇ, ସୁରେନ୍ଦ୍ର ବାରିକ, ଓ ପୂଜକ ଦେବରାଜ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଗୋଲାମୁଣ୍ଡା ବ୍ଲକ ଦଶପୁର, ଅମଠା, ଫରଙ୍ଗ, ଚପରିଆ, କେଗାଁ, ମହାଲିଙ୍ଗ, ଲେତେର, ବୃନ୍ଦାବାହାଲ, ଚିଚିଆ ଆଦି ଅନ୍ୟାନ୍ୟ କୋଣଅନୁକୋଣରେ ଥିବା ଗ୍ରାମ ଶିବ ମନ୍ଦିର ଗୁଡ଼ିକରେ ମହାପ୍ରଭୂଙ୍କ ପୂଜା ମହୋତ୍ସବ ପାଳିତ ହୋଇ ଯାଇଛି । 

ପ୍ରଗତିଶୀଳ ମସିହା ଗୋଳାମୁଣ୍ଡା ରିପୋର୍ଟର ରାମକୁମାର ସେନାପତି ଓ ଜଗଜ୍ଜୀବନ ସା ଙ୍କ ରିପୋର୍ଟ 

Related posts

ବାର୍ଷିକୀ ଶ୍ରାଦ୍ଧ ଦିବସରେ ଜମିଲା ସତସଙ୍ଗ ର ଆସର

masiha

ଢ଼େଙ୍କାନାଳ ଜିଲ୍ଲା ଜରଡା ଗାଁ ର ନିଆରା ପରମ୍ପରା : ବିନା ଦିଆସିଲ ଏବଂ ତେଲ ରେ ଜଳେ ନିଆଁ

Sunil Chandra Nayak

ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ

Leave a Comment

error: Content is protected !!