ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାପ କାମୁଡାରେ ଯୁବକ ମୃତ୍ୟୁ ସନ୍ଦେହ

କାମାକ୍ଷାନଗର(ମନିସ )7/3/23 // ସାପ କାମୁଡାରେ ଯୁବକର ମୃତ୍ୟୁ ସନ୍ଦେହ। ମୃତକ ହେଲେ କଙ୍କଡାହାଡ ଥାନା ପଳାଶଡାଙ୍ଗି ଗ୍ରାମ ଡଙ୍କାଡିହ ସାହିର ଚଗୀଲୁ ଦେହୁରୀ। ସୂଚନା ଥାଉକି ଆଜି ସକାଳେ ଚଗୁଲୁ ଗ୍ରାମ ନିକଟ ପୋଖରିକୁ ଶୌଚପାଇଁ ଯାଇଥିଲେ। ବଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରି ପୋଖରି ନିକଟରେ ପଡିଥିବାର ଦେଖିଥିଲେ। ପରିବାର ଲୋକେ ଉଦ୍ଧାର କରି କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତିକରିଥିଲେ। ଡାକ୍ତର ତାଙ୍କୁ ଏଠି ମୃତ ଘୋଷଣା କରିଛନ୍ତି। ଯୁବକଙ୍କ ଡାହାଣ ପାଦରେ ସାପକାମୁଡା ଦାଗ ଥିବାରୁ ଏହା ସାପକାମୁଡାରେ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଖବର ପାଇ ମେଡିକାଲରେ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଯାରିରଖିଛି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କୁଷ୍ଠ ଓ ଫାଇଲେରିଆ ନିରାକରଣ ପାଇଁ ପ୍ରାଇଭେଟ ମେଡ଼ିସିନ ପ୍ରାକ୍ଟିସନର /ରେଜିଷ୍ଟର ମେଡ଼ିସିନ ପ୍ରାକ୍ଟିସନର ଙ୍କୁ ପ୍ରଶିକ୍ଷଣ

Sunil Chandra Nayak

ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ସ୍ବାଧିନ ଫେଡେରସନ୍ ଓ ସଂଯୁକ୍ତ କିଷାନ୍ ମୋର୍ଚ୍ଚାର ବିକ୍ଷୋଭ

Sunil Chandra Nayak

ଡଙ୍ଗା ସିଲ ଠୁଁ ବିଜାପଦର ରାସ୍ତା ଓ ସଂଯୋଗକାରୀ ବ୍ରିଜ ନିର୍ମାଣ କରିବାକୁ ଦାବୀ

Sunil Chandra Nayak

Leave a Comment

error: Content is protected !!