ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକ ବିଜୟ ପ୍ରଧାନ ଙ୍କୁ ପ୍ରଜାକୋର୍ଟ ରେ ଦଣ୍ଡ ଘଟଣା ଉପଖଣ୍ଡ ସାମ୍ବାଦିକ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

ସାମ୍ବାଦିକ ବିଜୟ ପ୍ରଧାନ ଙ୍କୁ ପ୍ରଜାକୋର୍ଟ ରେ ଦଣ୍ଡ ଘଟଣା

ଉପଖଣ୍ଡ ସାମ୍ବାଦିକ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର 

କାମାକ୍ଷାନଗର (ମନିସ)27/5/25 — ବଲାଙ୍ଗିରର ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ଆକ୍ରମଣ ଘଟଣା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଂଘ । ସାମ୍ବାଦିକ ବିଜୟ ପ୍ରଧାନଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ସମସ୍ତ ଦୁର୍ବୃତ୍ତଙ୍କ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଦାବି କରିଛି ଉପଖଣ୍ଡ ସାମ୍ବାଦିକ ସଂଘ । ଏହି ମର୍ମରେ ଆଜି ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଉପଜିଲ୍ଲାପାଳ ମହୋଦୟଙ୍କ କଙ୍କଡ଼ାହାଡ ଜନଶୁଣାଣି ନେଇ ବାହାରେ ଥିବାରୁ କାମାକ୍ଷାନଗର ସହାୟକ ଜିଲ୍ଲାପାଳ ଶ୍ରୀମତୀ କମଳା ମଲ୍ଲିକଙ୍କୁ , ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ସଭାପତି ଶୁଭମୟ ନନ୍ଦଙ୍କ ନେତୃତ୍ବରେ ସାମ୍ବାଦିକ ପ୍ରତିନିଧିମଣ୍ଡଳି ସାକ୍ଷାତ କରି ଏହି ଦାବିପତ୍ର ପ୍ରଦାନ କରିଛି କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଂଘ । ଉପଖଣ୍ଡ ସାମ୍ପାଦିକ ସଂଘର ସଭାପତି ଶୁଭମୟ ନନ୍ଦ, ସମ୍ପାଦକ ପ୍ରକାଶ ପାତ୍ର, ବରିଷ୍ଠ ସାମ୍ବାଦିକ ଅଶ୍ବିନୀ କୁମାର ସାହୁ, ସୌମ୍ୟ ରଞ୍ଜନ ନାୟକ,ପ୍ରହଲ୍ଲାଦ ମୁଦୁଲି ,ସୁମିତ୍ରା ମିଶ୍ର, ଦୈତାରୀ ବେହେରା,ବିଷ୍ଣୁ ପ୍ରସାଦ ସେଠୀ, ଜ୍ୟୋତି ରଞ୍ଜନ ସାହୁ, ପଦ୍ମନାଭ ଦାସ, କୃଷ୍ଣଚନ୍ଦ୍ର ସାହୁ, ଚିତ୍ତ ରଞ୍ଜନ ଦିବେଦି ପ୍ରମୁଖ ଦାବିପତ୍ର ପ୍ରଦାନ କାଳରେ ଉପସ୍ଥିତ ରହିଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜ୍ଞାନଜ୍ୟୋତି ସ୍କୁଲରେ ଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା 

Sunil Chandra Nayak

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ କାର୍ଯ୍ୟ ରେ ଯୋଗ ଦେଲେ ନୂତନ ବିଡ଼ିଓ ଶ୍ରୀମତୀ ତିଳତମା ପୃଷ୍ଟି

Sunil Chandra Nayak

ମୂଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ତଥା ରାଜ୍ୟ ସରକାର ଙ୍କ ୫ଟି ସଚିବ ଭି କେ ପାଣ୍ଡିୟାନ ଙ୍କ ଉପରେ କାଳିମାଡ ଘଟଣାକୁ ନେଇ ଧର୍ମଗଡ ବିଜୁ ଜନତା ଦଳର ତୀବ୍ର ନିନ୍ଦା ସହ ନୀରବ ଶୋଭାଯାତ୍ରା

masiha

Leave a Comment

error: Content is protected !!