ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦକ୍ଷିଣୀ ଶୌଣ୍ଢିକ ସାଂସ୍କୃତିକ ମହାସଂଘ ର ଠାକୁରାଣୀ ରଥକୁ ଧର୍ମଗଡ ଠାରେ ଭବ୍ୟ ସ୍ୱାଗତ

ଆସନ୍ତା ଏପ୍ରିଲ ୨୦୨୩ ତାରିଖ ୭, ୮ଓ ୯ ପର୍ଯ୍ୟନ୍ତ କୋକସରା ବ୍ଲକ୍ ଅନ୍ତର୍ଗତ ଲଡୁଗାଁ ଠାରେ ଦକ୍ଷିଣୀ ଶୌଣ୍ଢିକ ସାଂସ୍କୃତିକ ମହାସଂଘ ର ପଞ୍ଚମ ମହାସଭା ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଆଜି ଠାରୁ ସମାଜର ଆରାଧ୍ୟ ଦେବୀ ମା ଠାକୁରାଣୀ ଙ୍କ ଏକ ସୁସଜ୍ଜିତ ରଥ ବିଭିନ୍ନ ଅଞ୍ଚଳ ପରିକ୍ରମା କରୁଅଛି। ଏହି ରଥ ଆଜି ପହଂଚିବା ପରେ ଧର୍ମଗଡ ବ୍ଲକ ଆଞ୍ଚଳିକ କମିଟି ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା।ଦକ୍ଷିଣୀ ଶୌଣ୍ଢିକ ସାଂସ୍କୃତିକ ମହାସଂଘ ର ସମସ୍ତ ସଭ୍ୟ ଓ ସଭ୍ୟା ଉପସ୍ଥିତ ରହି ମା ଠାକୁରାଣୀ ଙ୍କ ପୂଜାର୍ଚ୍ଚନା ଓ ବନ୍ଦାପନା କରିଥଲେ।

ଆଜି ଲଡୁଗାଁ ଠାରୁ ରଥ ବାହାରି ସୁନାମାଲ, କାଉଡୋଳା, ଟେମରା,କାଲୋପଲା, ମହିଚଲା, ତରାପୁର ଦେଇ ଧର୍ମଗଡରେ ପହଞ୍ଚି ଥିଲା। ଧର୍ମଗଡ ଓ ଜୁନାଗଡ ଆଞ୍ଚଳିକ କମିଟି ର ସଭାପତି ଶ୍ରୀ ବିଦ୍ୟାଧର ସାହୁ, ସହ ସମ୍ପାଦକ ପ୍ରଦୀପ କୁମାର ସାହୁ, ବରିଷ୍ଠ ସଭ୍ୟ ଗଙ୍ଗାଧର ସାହୁ, ଚନ୍ଦ୍ରଧ୍ଵଜ ସାହୁ, ଅଜିତ କୁମାର ସାହୁ, ସୁନୀଲ କୁମାର ସାହୁ, ସରୋଜ କୁମାର ସାହୁ, ସୁଧୀର କୁମାର ସାହୁ, ଅଭୟ ସାହୁ, ଦୟାନିଧି ସାହୁ, ଖଗେଶ୍ବର ସାହୁ, ଷଡମାତୁର ସାହୁ,ବିକାଶ ଭାରତୀ ସାହୁ, ତ୍ରିଲୋଚନ ସାହୁ, କୈଳାସ ଚୌଧୁରୀ,ବୈବସୂତ ସାହୁ,ଜିଲ୍ଲା କମିଟି ର ସଂପାଦକ ଥବିର ପ୍ରସାଦ ସାହୁ, ବରିଷ୍ଠ ସଭ୍ୟ ବାସୁଦେବ ସାହୁ, ଗୋପାଳ ସାହୁ, ପଞ୍ଚମ ମହାସଭା ସଭାପତି ବ୍ୟୋମକେଶ ସାହୁ ଓ ସମାଜର ମହିଳା ମାନେ ଏହି ଅବସରରେ ଉପସ୍ଥିତ ଥିଲେ।

ଦକ୍ଷିଣୀ ଶୌଣ୍ଢିକ ସାଂସ୍କୃତିକ ମହାସଂଘ ର ଏହି ରଥ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ କଳାହାଣ୍ଡି ଓ ଟିଟଲାଗଡ ସବଡିଭିଜନର ଗ୍ରାମ ଗୁଡିକକୁ ପରିକ୍ରମା କରିବ।

ଆସନ୍ତା ଏପ୍ରିଲ ୭ତାରିଖରୁ ୯ ତାରିଖ ଯାଏଁ ଲଡୁଗାଁ ଠାରେ ମହାସଂଘ ର ପଞ୍ଚମ ମହାସଭା କୁ ଓଡ଼ିଶା ସରକାରଙ୍କ ଜଳ ସମ୍ପଦ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ଥିବା ବେଳେ ସାଂସଦ ବସନ୍ତ କୁମାର ପଣ୍ଡା, ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର, ନିରଞ୍ଜନ ବିଶି, ଧର୍ମଗଡ ବିଧାୟକ ମୌସଧି ବାଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଭବାନୀପାଟଣା ନଗର ପାଲିକା ର ଅଧ୍ୟକ୍ଷା ସଂଯୁକ୍ତା ବେହେରା, ପୁର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ,କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ମହାସଂଘ ର ସଂପାଦକ ଥବିର ପ୍ରସାଦ ସାହୁ ପ୍ରକାଶ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମୟୂରୀ ଥିମ୍ ସଙ୍ଗ ଲୋକାର୍ପିତ  ଗୀତ ସଂଗୀତ ଓ ଗାୟନ ଶୈଳୀ ଉପସ୍ଥିତ ଦର୍ଶକ ଙ୍କ ପ୍ରଶଂସା

Sunil Chandra Nayak

ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ଦ୍ୱାରା କୁରୁମପୁରୀରେ ଯାନ୍ତ୍ରିକ ପ୍ରତ୍ୟକ୍ଷ ବିହନ ବୁଣା (mDSR) ପ୍ରଶିକ୍ଷଣ କାର୍ଯ୍ୟକ୍ରମ 

Sunil Chandra Nayak

ରାଜପୁର ସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!