ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କଡଲା ପଂଚାୟତ ଅନ୍ତର୍ଗତ ମଧୁପୁର ଗ୍ରାମର ପର୍ଶୁରାମ ଜେନା ଆଜି ସକାଳ 7:15 ସମୟରେ ନିକଟସ୍ଥ କୁମୁରିସିଙ୍ଗା ହାଟକୁ ପରିବା କିଣି ଆସୁଥିବା ସମୟରେ ହାତୀ ଆକ୍ରମଣ ର ଶିକାର ହୋଇଥିଲେ.l ଗୁରୁତର ଅବସ୍ଥାରେ ତାଙ୍କୁ ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଅଣାଯାଇଥିଲା ଏବଂ ପରେ ପରେ ତାଙ୍କୁ 108 ଆମ୍ବୁଲାନ୍ସ ଯୋଗେ କଟକ ସ୍ଥାନାନ୍ତର କରାଯାଇଛିି। ସେହିପରି ଆଜି ସକାଳ 5:00 ଟା ସମୟରେ ପାଟଲା ପଂଚାୟତ ର ବାଙ୍କିଡି ଗ୍ରାମର ସତ୍ୟାନନ୍ଦ ବେହେରା ନିକଟସ୍ଥ ରୁଙ୍ଗଟା ପ୍ଲାଣ୍ଟ କାର୍ଯ୍ୟ ନିମନ୍ତେ ଯିବାସମୟରେ ହାତୀ ଆକ୍ରମଣ ର ଶିକାର ହୋଇଥିଲେ ସାଙ୍ଗେ ସାଙ୍ଗେ ତାଙ୍କୁ ଚିକିତ୍ସା ନିମନ୍ତେ ମେରାମଣ୍ଡଳୀ ଡାକ୍ତରଖାନା କୁ ନିଆଯାଇଥିଲା । ଗୋଟିଏ ଦିନରେ ଦୁଇ ଦୁଇଟି ହାତୀ ଆକ୍ରମଣ ର ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି.. ତେବେ ଦେଖିବାକୁ ବାକିରହିଲା ବନବିଭାଗ ଏଥିପ୍ରତି କଣ କାର୍ଯ୍ୟାନୁଷ୍ଠାନ ନେଉଛି