ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁଡୁମି ଜାତିକୁ ଆଦିବାସୀ ମାନ୍ୟତା ଦାବିରେ ରାଇରଙ୍ଗପୁରରେ ବୈଠକ

ମୟୂରଭଞ୍ଜ ୧୧/୩/୨୩ (ମସିହା) କୁଡୁମି ସଂପ୍ରଦାୟ ଲୋକେ ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ,ଆସାମ, ବିହାର ,ଛତିଶଗଡ଼,ନେପାଳ ଅଂଚଳରେ ବସବାସ କରନ୍ତି । ଓଡ଼ିଶାର ମୟୂରଭଞ୍ଜ,କେନ୍ଦୁଝର,ବାଲେଶ୍ବର, ଯାଜପୁର,ସୁନ୍ଦରଗଡ଼, ସମ୍ବଲପୁର ଅଂଚଳରେ କୁଡୁମି ସଂପ୍ରଦାୟର ଲୋକେ ହାରାହାରି ୨୫ ଲକ୍ଷ୍ୟ ରୁ ଉର୍ଦ୍ଧ୍ବ ଲୋକେ ବସବାସ କରୁଥିବା ବେଳେ ସମଗ୍ର ଭାରତରେ ୨ ଅଢେଇ କୋଟିରୁ ଉର୍ଦ୍ଧ୍ବ ଏହି ସଂପ୍ରଦାୟର ଲୋକେ ବସବାସ କରୁଛନ୍ତି ।ସେମାନଙ୍କର ସ୍ବତନ୍ତ୍ର ଭାଷା ଓ ସଂସ୍କୃତି ସ୍ବତନ୍ତ୍ର । ସେମାନଙ୍କୁ ୧୯୫୦ ମସିହା ସେପ୍ଟେମ୍ବର ୬ ତାରିଖ ପରଠାରୁ ସମ୍ବିଧାନରୁ ଆଦିବାସୀ ମାନ୍ୟତା ଉଛେଦ କରାଯାଇଥିଲା । ଚକ୍ରାନ୍ତକାରୀଙ୍କ ଯୋଗୁଁ ସେମାନଙ୍କୁ ଆଦିବାସୀ ମାନ୍ୟତାରୁ ସମ୍ବିଧାନରୁ ଉଛେଦ କରାଯାଇଛି । ସାଂପ୍ରତିକ ପରିସ୍ଥିତିରେ ସେମାନେ ଆର୍ଥିକ ଅନାଟନରେ ଗତି କରୁଛନ୍ତି । ଶିକ୍ଷା, ଚାକିରୀ, ଆର୍ଥିକ କ୍ଷେତ୍ରରେ ପଛୁଆ ହୋଇଥିବାବେଳେ ସେମାନଙ୍କ ସଂସ୍କୃତି ଓ ଭାଷା ବିପନ୍ନ ‌। ସେମାନଙ୍କୁ ପୁନଃ ଆଦିବାସୀ ମାନ୍ୟତା ତାଲିକାରୁ ବଂଚିତ କରା ଯାଇଥିବାରୁ ସରକାରୀ ଯୋଜନାର ସୁଫଳ ପାଇଁ ପାରୁନାହାନ୍ତି ।ଦିର୍ଘ ଵର୍ଷ ହେଲା ସେମାନଙ୍କ ମଧ୍ଯରେ ଅସନ୍ତୋଷର ଦାନା ବୃଦ୍ଧି ପାଉଛି । ଆଦିବାସୀ ପୁନଃ ମାନ୍ୟତା ନେଇ ଓଡ଼ିଶା କୁଡୁମି ସେନା ସର୍ବଭାରତୀୟ ବିଶିଷ୍ଟ କୁଡୁମି ସେନା ନେତା ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ଜୟମୁନୀ ମହାନ୍ତଙ୍କ ଦୁର୍ବାର ନେତୃତ୍ୱରେ ଆନ୍ଦୋଳନ ଚାଲିଛି । ଇତିମଧ୍ୟରେ ଭୂବନେଶ୍ଵର ‌ଓ ଦିଲ୍ଲୀ ଯନ୍ତରମନ୍ତର ମଇଦାନରେ ରେ ମଧ୍ୟ ଆନ୍ଦୋଳନ କରାଯାଇଥିଲା ।ଆଜି ଅପରାହ୍ନରେ ରାଇରଙ୍ଗପୁର ପୌରାଞ୍ଚଳର କୁଚେଇବୁଢି ଗ୍ରାମ ତ୍ରାହି ପଡ଼ିଆରେ ଆଜି କୁଡୁମି ସେନାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।କୁଡୁମି ଜାତିକୁ ପୁନଃ ଆଦିବାସୀ ମାନ୍ୟତା ଦାବିରେ ଆସନ୍ତା ମାର୍ଚ୍ଚ ୨୧ ତାରିଖ ଦିନ କୁଡୁମି ସେନା ପକ୍ଷରୁ ସକାଳ ୬ ରୁ ଦିନ ୧୨ ଟା ଯାଏଁ ହରତାଳ କରାଯିବାକୁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା ।ଏହି ବୈଠକରେ କୁଡୁମି ସେନାର ବରିଷ୍ଠ ନେତୃବୃନ୍ଦ ଏବଂ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ସମସ୍ତେ ଆଗାମି ୨୧ ବନ୍ଦକୁ ପୁର୍ଣପ୍ରାଣରେ ସମର୍ଥନ କରି ଆନ୍ଦୋଳନରେ ଯୋଗ ଦେବେ ବୋଲି ଶପଥ କରିଥିଲେ । ସେମାନଙ୍କ କହିବା ଅନୁସାରେ ଗତ ଯନ୍ତର ମନ୍ତର ଆନ୍ଦୋଳନ ସମୟରେ କେନ୍ଦ୍ର ସରକାର ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟ ସରକାର ଯଦି ଆଦିବାସୀ ମାନ୍ୟତା ନେଇ ଲିଖିତ ସୁପାରିଶ କରନ୍ତି ତାହାକୁ ସେମାନେ ବିଚାରକୁ ନେବେ । ସେହି ଅନୁସାରେ ସେମାନେ ରାଜ୍ୟ ସରକାରଙ୍କୁ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ତଥା ଚଳିତବର୍ଷ ଶେଷ ସୁଦ୍ଧା ରାଜ୍ୟ ସରକାର କୁଡୁମି ସଂପ୍ରଦାୟକୁ ଆଦିବାସୀ ମାନ୍ୟତା କେନ୍ଦ୍ର ସରକାରଙ୍କ ପାଖକୁ ପଠାଇବାକୁ ଅନୁରୋଧ କରିଛନ୍ତି ।ଯଦି ରାଜ୍ୟ କୁଡୁମି ମାନଙ୍କ ର ଧାର୍ଯ୍ୟ ଦାବିକୁ ସରକାର ଅଣଦେଖା କରନ୍ତି ତାହାହେଲେ ଆଗାମି ଦିନରେ କୁଡୁମି ସେନା ପକ୍ଷରୁ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ରାଜ୍ଯ‌ସଭାପତି ଜୟମୁନି ମହାନ୍ତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।ଏହି କାର୍ଯ୍ୟକ୍ରମରେ କୁଡୁମି ସେନା ରାଜ୍ୟ ଅଧ୍ୟକ୍ଷ ଶ୍ରୀ ଜୟମୁନି ମହାନ୍ତ,, ଜିଲ୍ଲା କାର୍ଯ୍ୟକାରୀ ସଭାପତି ସାଇରାମ ମହାନ୍ତ, ଲକ୍ଷ୍ମୀଧର ମହାନ୍ତି,ବାବୁଲୁ ମହାନ୍ତ, ରାଇରଙ୍ଗପୁର ସଭାପତି ଭଜହରି ମହାନ୍ତ,ଛାତ୍ର ସଭାପତି ବରୁଣ ମହାନ୍ତ, ମନୋଜ ମହାନ୍ତ,ତନ୍ମୟ ମହାନ୍ତ, ମହିଳା ସଭାନେତ୍ରୀ ସୁଜାତା ମହାନ୍ତ, ସୌଭାଗ୍ୟ ମହାନ୍ତ,ପ୍ରେମଲତା ମହାନ୍ତ,ଦିପିକା ମହାନ୍ତ, ଉର୍ମିଳା ମହାନ୍ତ, ସଂଯୁକ୍ତା ମହାନ୍ତ,ଅଷ୍ଟମୀ,ଅନିତା,ରଞ୍ଜନା, ପାର୍ବତୀ, ପୁଷ୍ପାଞ୍ଜଳି ମହାନ୍ତଙ୍କ ସମେତ ଶତାଧିକ ପୁରୁଷ ମହିଳା,ଯୁବଛାତ୍ର, କୃଷକ, ଶ୍ରମିକ ସାମିଲ ହୋଇଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମ୍ୟୁଜିକ ସର୍କଲ ବସନ୍ତ ସମାରୋହର ଉଦଯାପନୀ ଦିବସ

Sunil Chandra Nayak

ଆଦିବାସୀ ମହାବିଦ୍ଯାଳୟରେ +୩ ପ୍ରଥମ ପର୍ଯ୍ଯାୟ ନାମଲେଖା ଆରମ୍ଭ

Sunil Chandra Nayak

ଭାରତୀୟ ସଶସ୍ତ୍ର ସେନା ବାହିନୀର ସମ୍ମାନରେ ଆୟୋଜିତ ହେଲା ତ୍ରିରଙ୍ଗା ଶୋଭାଯାତ୍ରା

masiha

Leave a Comment

error: Content is protected !!