ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନବିକତାର ପରିଚୟ ଦେଲା “ବିନ୍ଦୁମିନା ସେବା ଫାଉଣ୍ଡେସନ”: ଭୁବନେଶ୍ୱରରୁ ଗାଁକୁ ଫେରିଲା ମହିଳାଙ୍କ ମୃତଦେହ

ମାନବିକତାର ପରିଚୟ ଦେଲା “ବିନ୍ଦୁମିନା ସେବା ଫାଉଣ୍ଡେସନ”: ଭୁବନେଶ୍ୱରରୁ ଗାଁକୁ ଫେରିଲା ମହିଳାଙ୍କ ମୃତଦେହ

ଜୁନାଗଡ଼ (ମ ନି ସ): ସତରେ ଏ ଦୁନିଆରେ କିଛି ବ୍ୟକ୍ତିଙ୍କୁ ଅକାଳରେ ଏବଂ ଅନିଚ୍ଛା ସତ୍ତ୍ୱେ ସଂସାର ଛାଡ଼ି ଚାଲିଯିବାକୁ ପଡ଼ିଥାଏ। ହେଲେ ପରିବାର ପ୍ରତି ଥିବା ଦାୟିତ୍ୱ ଅଧାରେ ରହିଯିବା ଫଳରେ ପଛରେ ରହିଯାଇଥିବା ସ୍ୱାମୀ ଓ ଛୋଟ ଛୋଟ ସନ୍ତାନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧୀନ ଖଲିଆକାନୀ ଗ୍ରାମ ପଞ୍ଚାୟତର କୁରେସିନୀ ଗାଁରେ। ସୂଚନା ଅନୁଯାୟୀ, କୁରେସିନୀ ଗ୍ରାମର ଶ୍ରୀଯୁକ୍ତ ସଂଗୁ ନାଏକଙ୍କ ପତ୍ନୀ ସଜନୀ ନାଏକ ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ଭୁବନେଶ୍ୱର ସ୍ଥିତ ସମ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ଦୁର୍ଭାଗ୍ୟବଶତଃ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ହସ୍ପିଟାଲରେ ମୃତ ମାଆଙ୍କ ପାଖରେ ତାଙ୍କର ଏକ ନାବାଳକ ପୁଅ ଓ ସ୍ୱାମୀ ଉପସ୍ଥିତ ଥିଲେ ମଧ୍ୟ ଆର୍ଥିକ ଅଭାବ ଯୋଗୁଁ ମୃତଦେହକୁ ନିଜ ଗାଁ କୁରେସିନୀକୁ ଆଣିବା ପାଇଁ ସେମାନେ ସମ୍ପୂର୍ଣ୍ଣ ଅସମର୍ଥ ଥିଲେ।ଏହି ସଂକଟ ସମୟରେ ମୃତ ମହିଳାଙ୍କ ପୁଅ ସୋସିଆଲ ମିଡ଼ିଆ ମାଧ୍ୟମରେ ସହଯୋଗ ପାଇଁ ଆକୁଳ ନିବେଦନ କରିଥିଲେ। ଏହା ଦେଖି ସ୍ଥାନୀୟ ଯୁବକ ପିଣ୍ଟୁ ମେହେର, ପିଣ୍ଟୁ ନାଏକ, ହୁତେଶ ମସ୍ରା ଓ ବୈଶାଖୁ କେତକୀ ପ୍ରମୁଖ ତୁରନ୍ତ “ବିନ୍ଦୁମିନା ସେବା ଫାଉଣ୍ଡେସନ”ର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦଙ୍କ ସହ ଯୋଗାଯୋଗ କରିଥିଲେ।ଖବର ପାଇବା ମାତ୍ରେ ବିନ୍ଦୁମିନା ସେବା ଫାଉଣ୍ଡେସନ ପକ୍ଷରୁ ତୁରନ୍ତ ତତ୍ପରତା ପ୍ରକାଶ କରାଯାଇ ଭୁବନେଶ୍ୱରରୁ କୁରେସିନୀ ଗ୍ରାମକୁ ମୃତଦେହ ଆଣିବା ପାଇଁ ଏକ ଗାଡ଼ିର ମାଗଣା ବ୍ୟବସ୍ଥା କରାଯାଇଥିଲା। ଫାଉଣ୍ଡେସନର ଏହି ମହତ ସହଯୋଗ ଯୋଗୁଁ ମୃତଦେହ ଆଜି ନିଜ ଗାଁରେ ପହଞ୍ଚିବା ପରେ ସମ୍ମାନର ଗ୍ରାମ୍ୟ ସ୍ମଶାନ ରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ବିପଦ ସମୟରେ ଫାଉଣ୍ଡେସନର ଏଭଳି ଅହରହ ମାନବ ସେବା ଓ ମହାନତାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଭୂରି ଭୂରି ପ୍ରଶଂସା କରିଛନ୍ତି।

ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ଵିଜାତଳା ବ୍ଳକର ବିକାଶ ପୁରୁଷ ବିଶିଷ୍ଟ ଆଦିବାସୀ ସାମାଜିକ କର୍ମୀ ସୁଦର୍ଶନ ମୁର୍ମୁ ଙ୍କ ଦେହାନ୍ତ, ସମଗ୍ର ଅଞ୍ଚଳରେ ଶୋକର ଛାୟା

Sunil Chandra Nayak

ଜୀବନ ବୀମା ନିଗମର ଅଭିକର୍ତ୍ତା ସଂଘର ୫ ଦଫା ଦାବି ନେଇ ଧାରଣା

masiha

ବନ୍ଧୁଗାଁ ବ୍ଲକର ସିମାନ୍ତ ବର୍ତ୍ତି ୫ଟି ଗ୍ରାମକୁ ରାସ୍ତା ନାହିଁ , କାନ୍ଧ ରେ ବୋହି ନେବାକୁ ପଡୁଛି ଦୁଇ ଚକିଆ ଯାନ

Sunil Chandra Nayak

Leave a Comment

error: Content is protected !!