ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଇନ୍ଦ୍ରାବତୀ ବୈଷ୍ନୋଦେବୀ ମନ୍ଦିରରେ ଶାରଦୀୟ ନବରାତ୍ର ଉତ୍ସବ… ମହା ସପ୍ତମୀ ଦିନ ମା ଙ୍କ ପ୍ରତିଷ୍ଠା ଦିବସ ଉତ୍ସବର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଇନ୍ଦ୍ରାବତୀ ବୈଷ୍ନୋଦେବୀ ମନ୍ଦିରରେ ଶାରଦୀୟ ନବରାତ୍ର ଉତ୍ସବ…

ମହା ସପ୍ତମୀ ଦିନ ମା ଙ୍କ ପ୍ରତିଷ୍ଠା ଦିବସ ଉତ୍ସବର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଇନ୍ଦ୍ରାବତୀ ବୈଷ୍ନୋଦେବୀ ମନ୍ଦିରରେ ଶାରଦୀୟ ନବରାତ୍ର ଉତ୍ସବ ଗତ ୨୨ ତାରିଖ ଠାରୁ ଆରମ୍ଭ ହୋଇ ଯାଇଛି। ଚଳିତ ବର୍ଷ ଏଠାରେ ବହୁତ ଆଡ଼ମ୍ବର ଭାବେ ନବରାତ୍ର ଉତ୍ସବ ପାଳନ କରାଯାଉଛି। ପ୍ରଥମ ଦିନରେ ଭବ୍ୟ କଳସ ଯାତ୍ରା, କଳସ ସ୍ଥାପନ ଓ ଧ୍ୱଜା ରୋହଣ ପରେ ଦେବୀଙ୍କର ବୈଦିକ ପୂଜା ଓ ଅଭିଷେକ ହୋଇଥିଲା। ପ୍ରତ୍ୟହ ଧ୍ଵଜା ରୋହଣ ପରେ ସକାଳୁ ଅଭିଷେକ, ଚଣ୍ଡିପାଠ,ସନ୍ଧ୍ୟାରେ ଆଳତି ରୀତି ନୀତିରେ ଅନୁଷ୍ଠିତ ହେଉଛି। ମନ୍ଦିରରେ ମାଁ ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଙ୍କ ପ୍ରବଳ ଭିଡ଼ ଜମୁଛି। ମୁଖ୍ୟ ପୂଜକ ପଣ୍ଡିତ ଶାନ୍ତେଶ୍ୱର୍ ତିୱାରୀ ଓ ପଣ୍ଡିତ ଶିବାନନ୍ଦ ତିୱାରୀ ପୂଜା କାର୍ଯ୍ୟ ସମ୍ପାଦନ କରୁଥିବା ବିବେକ ବେହେରା, ସରୋଜ ପଣ୍ଡା, ଅମୂଲ୍ୟ ପାଢ଼ୀ ସପତ୍ନିକ କର୍ତ୍ତା ଅଛନ୍ତି। ଆସନ୍ତା ୨ ତାରିଖ ଦିନ ଏଠାରେ ସଂକଳ୍ପ ନେଇଥିବା ୧୭ଜଣ ବ୍ରତୀ ଚଣ୍ଡି ପାଠ ଓ ୧୪୨ ଜଣ ଶ୍ରଦ୍ଧାଳୁ ନବରାତ୍ର ସଂକଳ୍ପ ନେବା ସହିତ ଅଖଣ୍ଡ ଦୀପ ସ୍ଥାପନ କରିଛନ୍ତି। ପ୍ରତିଦିନ ଭଣ୍ଡାରା କମିଟି ପକ୍ଷରୁ ଭକ୍ତ ମାନଙ୍କ ପାଇଁ ଅନ୍ନ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଛି।

 ଆସନ୍ତା ୧ ତାରିଖ ବିଜୟା ଦଶମୀ ରେ ମହା ନବମୀ ପାଳନ,କନ୍ୟା ପୂଜନ ସହିତ ପୂର୍ଣ୍ଣାହୁତି ହେବ। ସେହିଦିନ ଏଠାରେ ସ୍ବତନ୍ତ୍ର ଭାବରେ ମାଁ ବିଜୟା ପୂଜନ, ମାଁ ଅପରାଜିତା ପୂଜନ ଏଵଂ ସମି ପୂଜନ ଅନୁଷ୍ଠିତ ହେବ ବୋଲି ନବରାତ୍ର କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ଏହାବ୍ୟତୀତ ମହା ସପ୍ତମୀ ଦିନ ମାଁ ଙ୍କ ପ୍ରତିଷ୍ଠା ଦିବସ ଉତ୍ସବ ଉପଲକ୍ଷେ ୧୦୮ ଦୀପ ର ମହା ଆଳତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଶ୍ରୀ ଭବାନୀ ଶଙ୍କର ଟ୍ରଷ୍ଟ ର ବରିଷ୍ଠ ସଦସ୍ୟ ଇଙ୍ଗିତ କୁମାର ପଣ୍ଡା ସୂଚନା ଦେଇଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ହିଞ୍ଜିଳିକାଟୁ ପୌରାଞ୍ଚଳ ଓ ଆଖପାଖ ଅଞ୍ଚଳରେ ଭକ୍ତିଭାବର ସହ ପାଳିତ ହେଲା ପବିତ୍ର ବାହୁଡ଼ା ଯାତ୍ରା

Sunil Chandra Nayak

ପଥର ଗଡରେ ଲୁଚି ରହିଥିବା ଇତିହାସର ବାଘ ବାଘୁଆଣି ଶକ୍ତିପୀଠ 

ମହା ଆଡମ୍ବରରେ ସରସ୍ୱତୀ ପୂଜା ପାଳନ କଲା ଗୋପବନ୍ଧୁ ପାଠାଗାର

Sunil Chandra Nayak

Leave a Comment

error: Content is protected !!