ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଅମଠା ଶୈବ ପୀଠ ସ୍ଥଳୀରେ ଶିବ ଓ ଚଣ୍ଡୀ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଶୋହଳ ପ୍ରହର ନାମ ଯଜ୍ଞ ଆୟୋଜିତ

ଟେମରି (ମନିସ): ୨୫/୦୫:-କାହିଁ କେତେ ଅନାଦି କାଳରୁ ଅମଠା ଗ୍ରାମରେ ଶୈବ ପୀଠ ସ୍ଥଳୀରେ ଭଗବାନ ମହାଦେବ ଶିବ ଓ ମାତା ପାର୍ବତୀ ଚଣ୍ଡୀ ରୂପରେ ପୂଜା ପାଇଁ ଏହି ଅଞ୍ଚଳର ନିପୁତ୍ରିକ ପତିପତ୍ନୀଙ୍କୁ ସନ୍ତାନ, ନିର୍ଦ୍ଧନୀଙ୍କୁ ଧନ, ଦୁଃଖୀ ଲୋକଙ୍କୁ ସୁଖ ପ୍ରଦାନ କରିବା, ରୋଗୀ ଲୋକଙ୍କ ରୋଗ ମୁକ୍ତ କରିବା ଆଦି ଶୈବଭକ୍ତଙ୍କ ମନସ୍କାମନା ପୂରଣ କରି ଏହି ଅଞ୍ଚଳର ହଜାର ହଜାର ଭକ୍ତଙ୍କ ବିଶ୍ବାସ ଜନ୍ମାଇ ପୂଜା ପାଇ ଆସୁଛନ୍ତି । ସେ ଦୀର୍ଘ ଦିନରୁ ପୂଜା ପାଇ ଆସୁଥିଲେ ହେଁ ତାଙ୍କ ପାଇଁ ମନ୍ଦିର କରାଯାଇ ନ ଥିଲା। କିନ୍ତୁ ଏବେ ଅମଠା ଗ୍ରାମବାସୀଙ୍କ ସହଯୋଗକ୍ରମେ ଆଜି ଭଗବାନ ମହାଦେବଙ୍କ ମନ୍ଦିର ଟିଏ ନିର୍ମାଣ କରି ଆଜି ପ୍ରତିଷ୍ଠା କରାଯାଇଛି । ଗତ ମଇ ମାସ ୨୩ ତାରିଖରେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫରଙ୍ଗ ଗ୍ରାମ ପଞ୍ଚାୟତ ର ଅମଠା ଗ୍ରାମ ଶୈବ ପୀଠ ସ୍ଥଳୀରେ ଗ୍ରାମର ଝିଅ, କୁଲବଧୁ , ମାଆମାନଂକୁ ନେଇ କଳସ ଯାତ୍ରା କରାଯାଇ ଅଧିବାସ ପାଳନ କରାଯାଇଛି ଏବଂ ଭଗବାନ ଶିବ ଓ ମାତା ଚଣ୍ଡୀଙ୍କ ମନ୍ଦିର ପ୍ରତିଷ୍ଠା କରଯାଇଛି । ଏହି ଉପଲକ୍ଷେ ଗତ ଦୁଇ ଦିନ ଧରି ଷୋହଳ ପ୍ରହର ନାମ ଯଜ୍ଞ ଆୟୋଜନ କରାଯାଇଛି । ଏଥିରେ ଦୂର ଦୁରାନ୍ତର ମହିଳା ଓ ପୁରୁଷ ସଂକୀର୍ତ୍ତନ ଦଳଗୁଡ଼ିକ ଯୋଗ ଦେଇ ହରେ କୃଷ୍ଣ ହରେ ରାମ… ମହାମନ୍ତ୍ର ନାମ ମଧୁର ସ୍ଵରରେ ଗାନ କରାଯାଇଛି । ଏଥିରେ ଷୋହଳ ପ୍ରହର ନାମଯଜ୍ଞର କର୍ତ୍ତା ଭାବରେ ବୈଦ୍ୟନାଥ ସିଂ ଓ ତାଙ୍କ ଧର୍ମପତ୍ନୀ ସୂର୍ଯ୍ୟକୁମାରୀ ସିଂ ଏବଂ ଶିବ ଓ ଚଣ୍ଡୀ ମନ୍ଦିର ପ୍ରତିଷ୍ଠାରେ କର୍ତ୍ତା ଭାବରେ ଚନ୍ଦ୍ରଧ୍ଵଜ ସିଂ ଓ ତାଙ୍କ ଧର୍ମପତ୍ନୀ ଚନ୍ଦ୍ରମଣି ସିଂ ପୂଜାବିଧି କାର୍ଯ୍ୟ ତୁଲାଇଥିବା ବେଳେ ଗ୍ରାମବାସୀ ଅନ୍ୟାନ୍ୟ କାର୍ଯ୍ୟରେ ସହଯୋଗ କରିଥିଲେ ।

ଜଗଜ୍ଜିବନ ସା ଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ମା ‘ତାରିଣୀ ପୀଠ ର ପ୍ରତିଷ୍ଠା ଦିବସ ଅନୁଷ୍ଠିତ  

Sunil Chandra Nayak

ନବନିର୍ମିତ ତ୍ରୀନାଥ ମନ୍ଦିରର ରତ୍ନମୁଦ ମହୋତ୍ସବ ଓ ଅଷ୍ଟ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ

Sunil Chandra Nayak

ପାଳିତ ହୋଇଛି ପ୍ରସିଦ୍ଧ ଐତିହାସିକ ପର୍ଜ୍ୟଟନ ସ୍ଥଳିର ପୋଡାଗଡ଼ ମଣ୍ଡେଇ

Sunil Chandra Nayak

Leave a Comment

error: Content is protected !!