ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦିପାବଳି ଉତ୍ସବରେ ମାଇଭାରତର ସ୍ୱଚ୍ଛତା କାର୍ଯ୍ୟକ୍ରମ

ଦିପାବଳି ଉତ୍ସବରେ ମାଇଭାରତର ସ୍ୱଚ୍ଛତା କାର୍ଯ୍ୟକ୍ରମ

ଭାରତ ସରକାରଙ୍କର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତରଣାଳୟ ଅଧିନସ୍ତ ମାଇ ଭାରତ, ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଓ ଭବାନୀପାଟଣା ପୌରପାଳିକାର ମିଳିତ ଆନୁକୁଲ୍ୟରେ ଏକ ବିଶାଳ ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଥିଲା।

ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ପ୍ରସନ୍ନ ମେହେରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଭବାନୀପାଟଣା ସହରର ଡେଲି ମାର୍କେଟ ଓ ଫଟାକା ବଜାର ଅଞ୍ଚଳରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭବାନୀପାଟଣା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ସତ୍ୟ ସମ୍ପୂର୍ନା ରାଉତ ଥିବାବେଲେ ଶ୍ରୀ ରମେଶ ଚନ୍ଦ୍ର ପାଢ଼ି,କଳାହାଣ୍ଡି ଜିଲ୍ଲା କ୍ରୀଡ଼ା ଅଧିକାରୀ , ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ଏଥିରେ ଶ୍ରୀ ଭୂପିନ୍ଦର ନାୟକ ଜୱାନ ଫିଯିକାଲ୍ ଏକଡେମୀର ମୁଖ୍ୟ ଓ ଶ୍ରୀ ସୁନୀଲ ପାଢ଼ି, ଦୂରଦର୍ଶନ ପ୍ରତିନିଧି ଅଂଶଗ୍ରହଣଥିଲେ । ଏହି ସ୍ୱଚ୍ଛତା ଅଭିଯାନରେ ଭବାନୀପାଟଣାର ଡେଲି ମାର୍କେଟ ଅଞ୍ଚଳକୁ ସ୍ୱଚ୍ଛ କରାଯାଇଥିଲା। ଦିପାବଳିର ଉତ୍ସବରେ ସ୍ୱଚ୍ଛତାର ଏହି ଅଭିଯାନ ସ୍ଥାନୀୟ ବାସିନ୍ଦାଙ୍କର ଆଗ୍ରହକୁ ପ୍ରକାଶ କରଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଜୱାନ ଫିଯିକାଲ୍ ଏକଡେମୀ ଭବାନୀପାଟଣାର ଓ କଳାହାଣ୍ଡିର ବିଭିନ୍ନ ଯୁବ ଅନୁଷ୍ଠାନର ସ୍ୱେଚ୍ଛାସେବୀ ମାନେ ଶତାଧିକ ମାତ୍ରରେ ଅଂଶ୍ରହଣ କରିଥିଲେ । ଏବଂ ଏହି କାର୍ଯ୍ୟକ୍ରମ ରେ ମାଇ ଭାରତ ର ସ୍ୱେଚ୍ଛାସେବୀ ଶମ୍ଭୁ ବିଶି, ଚୁଲମଣି ମାଝୀ, ପ୍ରେମିକା ନାଗ, ସାତ୍ବିକା , ନିତିନ୍ ସହଯୋଗ କରିଥିଲେ।

Related posts

ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ:ଅନାଥ ଏବଂ ଏକକ ପିତାମାତା ଶିଶୁ ଙ୍କ ଥଇଥାନ ପାଇଁ ରଣନୀତି ପ୍ରସ୍ତୁତି 

masiha

ଧର୍ମଗଡ ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

Sunil Chandra Nayak

ଜୀବନ ସୁଖମୟ କିନ୍ତୁ ତଥାସ୍ତୁମୟ ନୁହେଁ… ଧାମରା ସଂଘରେ ଗ୍ରୀଷ୍ମ କବିତା ଆସର…

Sunil Chandra Nayak

Leave a Comment

error: Content is protected !!