ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିରବତୀ ମହିଳା କଲେଜରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

ପିରବତୀ ମହିଳା କଲେଜରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

କର୍ଲାମୁଣ୍ଡା (ସୁଶାନ୍ତ ରଣା): କର୍ଲାମୁଣ୍ଡା ବ୍ଳକ ତେରେସିଂହା ସ୍ଥିତ ପିରବତୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ପ୍ରଥମ ବର୍ଷ ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଏକ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ କଲେଜର ପ୍ରତିଷ୍ଠାତା ମୁରଲୀଧର ରଣା ମୁଖ୍ୟ ଅତିଥି, ଅବସରପ୍ରାପ୍ତ ବିଇଓ ହୃଷିକେଶ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ନାରୀ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ l ଏଥିରେ ଅଧ୍ୟକ୍ଷ ଯଶୋବନ୍ତ ରଣା ସଭାପତିତ୍ୱ କରିଥିବା ବେଳେ ସାମାଜିକ ବିଜ୍ଞାନ ଅଧ୍ୟାପିକା ସୁଶ୍ରୀ ପିଙ୍କି ଜାନି ମଞ୍ଚ ପରିଚାଳନା କରିଥିଲେ l ଶିକ୍ଷା ଅଧ୍ୟାପିକା ସୁଶ୍ରୀ ଇପ୍ସିତା ରଣା, ଇତିହାସ ଅଧ୍ୟାପକ ଭୁବନେଶ୍ୱର ଗହୀର, ସୁମନ୍ତ ରଣା, ହରେକୃଷ୍ଣ ସାହୁ, ପ୍ରସନ୍ନ ରଣା, ବିଳାସିନୀ ବାଗ ପ୍ରମୁଖ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ୱେ ରକ୍ତଦାନ କରି ମଣିଷପଣିଆର ପରିଚୟ ଦେଲେ ସ୍ୱାସ୍ଥ୍ୟକର୍ମୀ ଶାନ୍ତି ମାଝୀ 

Sunil Chandra Nayak

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ ଉତ୍ସବ ଅବସରରେ ଗୀତିନାଟ୍ୟ କାଞ୍ଚିକାବେରୀ ମଞ୍ଚସ୍ଥ

masiha

୫୨୦ ନମ୍ବର ଜାତୀୟ ରାଜପଥ ରେ ଫସିଲା ବସ, ଶୋଚନୀୟ ରାସ୍ତା ପରିସ୍ଥିତି ରେ ଯାତ୍ରୀମାନେ ଦୁଃଖିତ

Sunil Chandra Nayak

Leave a Comment

error: Content is protected !!