ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧାନଫସଲରେ ରୋଗ ପୋକ (ବିପିଏଚ) ଆତଙ୍କ, ଚିନ୍ତା ରେ ଚାଷୀକୂଳ

ଧାନଫସଲରେ ରୋଗ ପୋକ (ବିପିଏଚ) ଆତଙ୍କ, ଚିନ୍ତା ରେ ଚାଷୀକୂଳ

 କଳାହାଣ୍ଡି ଜିଲ୍ଲା ଦଣ୍ଡପାଟ ଅଞ୍ଚଳରେ ଅଧିକାଂଶ ଜମି ଧାନ ଚାଷ ରେ ବିପିଏଚ ଭଳି ରୋଗ ପୋକ ଲାଗି ଯାଇଥିବା ଚାଷୀ ମାନଙ୍କ ଚିନ୍ତାର କାରଣ ହୋଇଛି।ଏହି ଅଞ୍ଚଳ ର ୯୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭରଶୀଳ।ଛୋଟ କିସମର ଧାନ ଏବେ ଅମଳକ୍ଷମ ଅବସ୍ଥାରେ ରହିଥିବା ବେଳେ ବଡ଼ କିସମର ଧାନ କ୍ଷୀର ଭରିବା ପର୍ଯ୍ୟାୟରେ ପହଞ୍ଚିଛି। ତେବେ ଏହି ସମୟରେ ଧାନଫସଲରେ ବିପିଏଚ୍‌ ରୋଗପୋକର ପ୍ରାଦୁର୍ଭାବ ଚାଷୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ବିଭିନ୍ନ କିସମର କୀଟନାଶକ ପ୍ରୟୋଗ କଲେ ମଧ୍ୟ ରୋଗ ନିୟନ୍ତ୍ରଣ ହୋଇ ପାରୁ ନ ଥିବା ଚାଷୀ ମାନେ ପ୍ରକାଶ କରିଛନ୍ତି। ବିପିଏଚ ରୋଗପୋକ କିଛି ସମୟ ମଧ୍ୟରେ ଧାନ ବିଲକୁ ଚରି ଯାଉଥିବା ବେଳେ ଧାନକୁ ଅଗାଡି କରିଦେଉଛି। କଷ୍ଟ ଉପାର୍ଜିତ ସୁନାର ଫସଲ ନିମିଷକ ମଧ୍ୟରେ ନଷ୍ଟ ହୋଇଯାଉଛି। ଚାଷୀମାନେ ବିଭିନ୍ନ ବ୍ୟାଙ୍କ, କୃଷି ସମବାୟ, ଫାଇନାନ୍ସ କମ୍ପାନୀ, ମହାଜନୀ ଋଣ ନେଇ ଚାଷ କାର୍ଯ୍ୟରେ ବିନିଯୋଗ କରିଥିବା ବେଳେ ବିପିଏଚ ରୋଗପୋକ ସେମାନଙ୍କ ପାଇଁ କାଳ ସାଜିଛି। ବେହେରା ଗ୍ରାମ ପଞ୍ଚାୟତ ସମେତ ଟେଣ୍ଡାପାଲି, ଛଞ୍ଚାଣ ବାହାଳି,ବେହେରା ଗୁଡ଼ା, ଧଅଁରପୁର,କଦଳିମୁଣ୍ଡା,ଜୟନ୍ତ ପୁର, ପର୍ଲା ଆଦି ପଞ୍ଚାୟତ ର ସମସ୍ତ ଗ୍ରାମ ରେ ଏହି ରୋଗ ର ପ୍ରାଦୁର୍ଭାବ ଦେଖା ଯାଇଛି। ଦଳସର୍ଗି ଗ୍ରାମର ପ୍ରେମ କାଣ୍ଡ,ସଙ୍କୀର୍ତ୍ତନ ହଂସ,ଦୁର୍ଯ୍ୟୋଧନ ହଂସ ଅକ୍ଷ ହଂସ ସମେତ ଅନ୍ୟ ୧୫ଜଣ, ବେହେରା ଗ୍ରାମର ବେହେରା ରେ ଅଭିରାମ ବିଶି,ମନ୍ଧର ବିଶି,କୋଦଣ୍ଡ ବିଶି,କେଶବ ବିଶି,ମଣି ସାହୁ,ଶରତ ସାହୁ, ବାଙ୍କିମୁଣ୍ଡା ର ଧନପତି ପୁଝାରୀ,ଭାଗିରଥି ଗୋପାଳ,ଓଷା ଗୋପାଳ ସମେତ ଅନେକ ଚାଷୀ ଙ୍କ ବ୍ୟାପକ ଭାବରେ ରୋଗ ପୋକ ରେ ହେକ୍ଟର ହେକ୍ଟର ଚାଷ ଜମି ରେ ଚାଷ ନଷ୍ଟ ହୋଇ ଥିବା ସେମାନେ ପ୍ରକାଶ କରିଛନ୍ତି । ଏ ନେଇ ବେହେରା ଭିଏଡବ୍ଲୁ ସରୋଜିନୀ ମେହେର ଙ୍କୁ ପଚାରିବାରୁ ବ୍ଲକ କୃଷି ଅଧିକାରୀ ଙ୍କ ସହ କ୍ଷେତ୍ର ପରିଦର୍ଶନ କରିଥିଲୁ,ପୁଣି ଥରେ କ୍ଷେତ୍ର ପରିଦର୍ଶନ କରି ପ୍ରଭାବିତ ଚାଷ ଜମି ରେ ରୋଗ ପୋକ ନିୟନ୍ତ୍ରଣ ର ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ବସୁଧା ଯୋଜନାର ଘରେଇ ପିଇବା ପାଣିକୁ ଗାଁ ଲୋକଙ୍କ ଦ୍ୱାରା ଅପବ୍ୟବହାରକୁ ନେଇ ସରପଞ୍ଚଙ୍କ ବଳିଷ୍ଟ ପଦକ୍ଷେପ

masiha

ବାଣିଜ୍ୟ ଓ ପରିଚାଳନା କ୍ଷେତ୍ରରେ ନୂତନ ସମ୍ଭାବନା ସମ୍ପର୍କୀତ ଅନ୍ତର୍ଜାତୀୟ ଆଲୋଚନା ଚକ୍ର ଉଦ୍‌ଘାଟିତ

masiha

ଗୋଲାମୁଣ୍ଡା ଠାରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ 

masiha

Leave a Comment

error: Content is protected !!