ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳମଣି ଗୋପବନ୍ଧୁ ୱେଲେଫେୟାର ଟ୍ରଷ୍ଟ ଆନୁକୂଲ୍ୟରେ ପୁଣ୍ୟାତ୍ମା ଗୋପବନ୍ଧୁ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

ମହାନ ଦେଶସେବକ ସେବା ଓ ତ୍ୟାଗର ପ୍ରତୀକ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ 95 ତମ ପୁଣ୍ୟତିଥି ଅବସରରେ ଉତ୍କଳମଣି ଗୋପବନ୍ଧୁ ୱେଲେଫେୟାର ଟ୍ରଷ୍ଟ ପକ୍ଷରୁ ଗଭୀର ଶ୍ରଦ୍ଧାଶୁମନ ଅର୍ପଣ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ସମ୍ପାଦକ ତଥା ସମାଜ ସେବୀ ଅରୁଣ କୁମାର ପରିଡା ଅଧ୍ୟକ୍ଷତା କରିଥିଲେ l ବାଲିଯୋଡି ଛକ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଚିକିତ୍ସକ ଡା ଫକୀର ଚରଣ ହୋତା, ଆଇଡ଼ିଏଲ ଏକ୍ସପ୍ଲୋସିଭି ଲିମିଟେଡ଼ ର କାର୍ମିକ ବିଭାଗର ମୁଖ୍ୟ ରଞ୍ଜନ ମହାନ୍ତି, ପାତଞ୍ଜଳି ଯୋଗ ସମିତ ର ରାଜ୍ୟ ପ୍ରଭାରୀ ଅକ୍ରୁର ମାର୍ଥା, ଗ୍ଲୋବାଲ ଆଇ ଟି ଆଇ ର ନିର୍ଦେଶକ ସିମାଞ୍ଚଳ ପଣ୍ଡା,ସ୍ଵପ୍ନେଶ୍ଵର ମନ୍ଦିର କମିଟିର ମୁଖ୍ୟ ସତ୍ୟନ୍ଦର ଚାନ୍ଦ ବିଦ୍ୟାଷ୍ଟଡି ପଏଣ୍ଟର ନିର୍ଦେଶକ ସରୋଜ କୁମାର ବେହେରା ଯଥାକ୍ରମେ ମୁଖ୍ୟ ଅଥିତି ମୁଖ୍ୟ ବକ୍ତା ସନ୍ନମାନିତ ଅଥିତି ସନ୍ନମାନିତ ବକ୍ତା ଓ ନିମନ୍ତ୍ରିତ ଅଥିତି ଭାବରେ ଯୋଗ ଦେଇ ଗୋପବନ୍ଧୁଙ୍କ ସେବା, ତ୍ୟାଗ, ସ୍ୱାଧୀନତା ସଂଗ୍ରାମ, ରାଜନୈତିକ ଚିନ୍ତାଧାରା, ସର୍ବୋପରି ନବ ଓଡିଶା ଗଠନରେ ତାଙ୍କର ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ l ଆଜିର ଯୁବ ଓ ଛାତ୍ର ସମାଜ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ବକ୍ତା ମାନେ ଆହ୍ୱାନ ଦେଇଥିଲେ, ରାଜ୍ୟ ଓ କେନ୍ଦ୍ର ସରକାର ଉତ୍କଳମଣି ଙ୍କ ନାମରେ କିଛି ଜନହିତକର ଯୋଜନା ପ୍ରଣୟନ କରିବା ପାଇଁ ଏହି ସଭାରେ ମତପ୍ରକାଶ ପାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ବାସୁଦେବ ସାମଲ, ଅସିତ କୁମାର ଦୁବେ, ବସୁଦେବ ସାହୁ, ହରିହର ବେହେରା, କମଳାକାନ୍ତ ପତି, ଭଗବାନ ସାହୁ, ବିଶ୍ୱନାଥ ପଟ୍ଟନାୟକ, ପୁଷ୍ପାଞ୍ଜଳି ଜେନା, ସୁଭଦ୍ରା ସାହୁ,ହୃଷିକେଶ ମହାପାତ୍ର, କୈଳାସ ଚନ୍ଦ୍ର ମଲ୍ଲିକ, ଶଷଧର ସାହୁ, ରାମଚନ୍ଦ୍ର ଟୁଡୁ, ଆର୍ତବନ୍ଧୁ ଦାସ, ମୋହିନୀ ନାୟକ,ବାମନ ଚରଣ ପ୍ରଧାନ,ଓ ଅଭିମନ୍ୟୁ ଜେନା ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରି ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେl l ବାଲିଯୋଡି ଛକକୁ ପଣ୍ଡିତ ଗୋପବନ୍ଧୁ ଙ୍କ ନାମରେ ନାମିତ କରିବା ପାଈଁ ଅନୁଷ୍ଠାନ ପକ୍ଷରୁ ଜିଲ୍ଲା ପ୍ରଶାସନ ତଥା ବାଲିଯୋଡି ବାସିନ୍ଦା ଏବଂ ଅଞ୍ଚଳବାସୀଙ୍କୁ ନିବେଦନ କରାଯାଇଛି l ଏଥିରେ ରାଉରକେଲା ମହାନଗର ନିଗମ ର ସ୍ଵଛ ସାଥି ଓ ସଫେଇ କର୍ମଚାରୀ ମାନେ ସମ୍ପୂର୍ଣ୍ଣ ସହଯୋଗ କରରିଥିଲେ ଶେଷରେ ଟ୍ରଷ୍ଟର ସହ ସମ୍ପାଦିକା ସଚଲା ପଣ୍ଡା ଧନ୍ୟବାଦ ଦେଇଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

 

 

Related posts

ଆଵାସ ଗୃହ ତାଲିକା ପ୍ରକାଶରେ ଅନିୟମିତତା ଅଭିଯୋଗ କରି ଜନ ପ୍ରତିନିଧିଙ୍କୁ ତାଲା ଦେଲେ ହିତାଧିକାରୀ

Sunil Chandra Nayak

ଗୌସ-ଉଲ-ୱାରା ସମ୍ମିଳନୀରେ ଭାରତ ସମେତ ବିଦେଶର ପ୍ରସିଦ୍ଧ ବିଦ୍ୱାନମାନଙ୍କ ଅଂଶଗ୍ରହଣ ଲଣ୍ଡନରୁ ଆସୁଛନ୍ତି ହାସିମ ଅବଦୁଲ କାଦିର ମନସୁର ଜିଲାନି

Sunil Chandra Nayak

ଉମରକୋଟ ପୂଜାରୀ ଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଝରିଗାଁ ବିଧାୟକ ଙ୍କ ପ୍ରତିନିଧି ହେଲେ ଲବ କୁମାର ଦତ୍ତ 

masiha

Leave a Comment

error: Content is protected !!