ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚେମ୍ବର ଅଫ କମର୍ସ ର ଦାବୀ ପରେ  ଧର୍ମଗଡ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ପାର୍କିଂ ବ୍ୟବସ୍ଥା ତ୍ଵରାନିତ

ଚେମ୍ବର ଅଫ କମର୍ସ ର ଦାବୀ ପରେ 

ଧର୍ମଗଡ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ପାର୍କିଂ ବ୍ୟବସ୍ଥା ତ୍ଵରାନିତ

ଧର୍ମଗଡ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖା ପରିସରରେ ପାର୍କିଂ ବ୍ୟବସ୍ଥା ନ ଥିବାରୁ ଉକ୍ତ ଅଞ୍ଚଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ନେଇ ଧର୍ମଗଡ ଚେମ୍ବର ଅଫ କମର୍ସ ତରଫରୁ ପାର୍କିଂ ବ୍ୟବସ୍ଥା ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଥିଲା।ବ୍ୟବସାୟୀ ସଙ୍ଘର ଦାବୀ କୁ ଗୁରୁତ୍ଵ ଦେଇ ଗାଡ଼ି ପାର୍କିଂର ବ୍ୟବସ୍ଥା କରିବା ପାଇଁ ଚିଫ୍ ଜେନେରାଲ ମ୍ୟାନେଜର,ଭୁବନେଶ୍ୱର ଧର୍ମଗଡ ଷ୍ଟେଟ ବ୍ୟାଙ୍କ କର୍ତ୍ତୃପକ୍ଷ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଧର୍ମଗଡ ମୁଖ୍ୟ ଶାଖାରେ ପଛପଟେ ମଟର ସାଇକେଲ ର ପାର୍କିଂ ବ୍ୟବସ୍ଥା କରାଯାଇଛି। ଏନେଇ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାର ଶାଖା ପରିଚାଳକ ସାଇ ଶଙ୍କର ପ୍ରଧାନ ବ୍ୟବସାୟୀ ସଙ୍ଘର ସଭାପତି ବିଦ୍ୟାଧର ସାହୁଙ୍କୁ ଭେଟି ଧର୍ମଗଡ ଷ୍ଟେଟ ବ୍ୟାଙ୍କ ପରିସରରେ ପାର୍କିଂ ବ୍ୟବସ୍ଥା କରାଯାଇ ଥିବାର ଅବଗତ କରି ଏ ସମ୍ପର୍କିତ ଏକ ପତ୍ର ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ ଯେ,ଧର୍ମଗଡ ଏସ ବି ଆଇ ର ମୁଖ୍ୟ ଶାଖା ରେ ପାର୍କିଂ ବ୍ୟବସ୍ଥା ନ ଥିବାରୁ ବ୍ୟାଙ୍କ କୁ କାରବାର ଆସୁଥିବା ଗ୍ରାହକ ତଥା ହିତାଧିକାରୀ ମାନେ ଜାତୀୟ ରାଜପଥ କଡ଼ରେ ନିଜ ନିଜର ଗାଡ଼ି ପାର୍କିଂ କରୁଥିଲେ ଏନେଇ ବହୁ ସମୟ ଧରି ସେଠାରେ ଟ୍ରାଫିକ ପରିସ୍ଥିତ ପରିସ୍ଥିତି ସୃଷ୍ଠି ହେଉଥିଲା। ଏନେଇ  ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଓଡିଶା ଶାଖାର ଚିଫ ମ୍ୟାନେଜର ଙ୍କୁ ବ୍ୟାଙ୍କ ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରିବା ପାଇଁ ସଂଘ ପକ୍ଷରୁ ଦାବୀ ପତ୍ର ପ୍ରଦାନ କରିବା ସହ ଧର୍ମଗଡ ଉପ ଜିଲ୍ଲାପାଳ ଧିମାନ ଚକମା ଙ୍କୁ ଏକ ପତ୍ର ଦିଆଯାଇ ପାର୍କିଂ ସ୍ଥାନ ଅଭାବରୁ ବ୍ୟାଙ୍କ ସାମ୍ନା ଜାତୀୟ ରାଜପଥ ପଥରେ ଟ୍ରାଫିକ ସମସ୍ୟା ଏଡ଼ାଇବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବାକୁ ଦାବୀ କରାଯାଇଥିଲା। ଗତ ୧.୮.୨୦୨୪ ତାରିଖ ଦିନ ସିଜିଏମ ଶ୍ରୀ ଦିନେଶ ପ୍ରୁଥୀ ଧର୍ମଗଡ ଗ୍ରସ୍ତ ରେ ଆସିଥିବା ସମୟରେ ବ୍ୟାଙ୍କ ର ପାର୍କିଂ ବ୍ୟବସ୍ଥା କୁ ନେଇ ସାମ୍ୱାଦିକ ମାନେ ମଧ୍ଯ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଗରିବ ସେନା ପକ୍ଷରୁ ସ୍ୱାଭିମାନ ପଦଯାତ୍ରା , ୪୦ ଦିନରେ ୬୦୦ କିମି ପାଇଁ ଚାଲିଛି ଯାତ୍ରା

Sunil Chandra Nayak

ମୁକୁନ୍ଦପୁର ଅଞ୍ଛଳ ରେ ସିପିଆଇ (ଏମ୍ଏଲ) ଲିବରେସନ ର ମିଶ୍ରଣ ପର୍ବ ରେ ଶତାଧିକ ମହିଳା ପୁରୁଷ ଯୋଗ ଦାନ 

ବୁଗୁଡ଼ା ବାର ଏସୋସିଏସନ ନିର୍ବାଚନ ଫଳାଫଳ  ମାନସ ସଭାପତି ଓ ଶ୍ୟାମ ସମ୍ପାଦକ 

Sunil Chandra Nayak

Leave a Comment

error: Content is protected !!