ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ଓ ଧର୍ମଗଡଜିଲ୍ଲା ଦାବୀ ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକ।୬ଟି ବ୍ଲକ ଓ ୨ ଏନଏସିକୁ ନେଇ କେନ୍ଦ୍ରୀୟ କମିଟି ଗଠନ ନିଷ୍ପତି 

ଜୁନାଗଡ଼ ଓ ଧର୍ମଗଡଜିଲ୍ଲା ଦାବୀ ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକ।୬ଟି ବ୍ଲକ ଓ ୨ ଏନଏସିକୁ ନେଇ କେନ୍ଦ୍ରୀୟ କମିଟି ଗଠନ ନିଷ୍ପତି 

ଜୁନାଗଡ଼,୧୦/୧୦(ମ ନି ସ) ଜୁନାଗଡ଼ ଆରଏମସି ସଭାଗୃହ ଠାରେ ଜୁନାଗଡ଼ ଓ ଧର୍ମଗଡ଼ ଜିଲ୍ଲା ଦାବୀ କ୍ରିୟାନୁଷ୍ଠାନ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଜୁନାଗଡ଼ କ୍ରିୟାନୁଷ୍ଠାନ କମିଟିର ଆବାହକ ହିମାଂଶୁ ବରାଡ଼ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମିଳିତ ବୈଠକରେ ଧର୍ମଗଡ଼ କ୍ରିୟାନୁଷ୍ଠାନ କମିଟିର ଆବାହକ ତୁଷାର ପଟ୍ଟଯୋଶୀ ,ଜୁନାଗଡ଼ ବ୍ଲକ ଅଧକ୍ଷ୍ୟା ସବିତା ମେହେର, ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ,ଧର୍ମଗଡ଼ ନଗରପାଳ ଅଶୋକ ମହାନ୍ତି, ସହ ଆବାହକ ପ୍ରଭାତ ଦାସ ,ଓ ଦୁଇ କ୍ରିୟାନୁଷ୍ଠାନ କମିଟିର ବିଭିନ୍ନ ସଂଗଠନର କର୍ମକର୍ତା ଉପସ୍ଥିତ ରହି ଥିଲେ।ଜୁନାଗଡ଼ ସମ୍ପାଦକ ସନ୍ତୋଷ ସିଂହଦେଓ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଧର୍ମଗଡ଼ କ୍ରିୟାନୁଷ୍ଠା କମିଟିର ଆବାହକ ତୁଷାର ପଟ୍ଟଯୋଶୀ ଧର୍ମଗଡ଼ ଉପଖଣ୍ଡକୁ ନେଇ ଜିଲ୍ଲା ଦାବୀ କରାଯାଉଛି ଏବଂ ସଦରମହକୁମା ଯେଉଁଠାରେ ହେଲେମଧ୍ୟ କୌଣସି ଦିଧ ନାହିଁ ବୋଲି ନିଜ ବକ୍ତବ୍ୟ ରଖିଥିଲେ। ଦୁଇ କ୍ରିୟାନୁଷ୍ଠାନ କମିଟିର ନିଷ୍ପତି କ୍ରମେ ଧର୍ମଗଡ଼ ଓ ଜୁନାଗଡ଼ ଠାରେ ସାମୟିକ ଭାବେ ଜିଲ୍ଲା ଗଠନ ଗଣଧାରଣା ସ୍ଥଗିତ, ରଖାଯାଇ ଉଭୟ ସଂଗଠନ ର ମିଳିତ ପ୍ରସ୍ତାବ ମୁତାବକ ୬ ଗୋଟି ବ୍ଲକ କୁ ନେଇ କେନ୍ଦ୍ରୀୟ କମିଟି ଗଠନ ପରେ ପୁଣି ଉପଖଣ୍ଡ ଜିଲ୍ଲା ମାନ୍ୟତା ପାଇଁ ସରକାରଙ୍କ ଠାରେ ଦାବୀ କରାଯିବା ମିଳିତ ଭାବେ ନିଷ୍ପତ୍ତି ନିଆଯାଇଛି।ଏହି ବୈଠକରେ ଧର୍ମଗଡ଼ରୁ ବିବେକ ମିଶ୍ର, ହୃଷିକେଶ ମିଶ୍ର ବିଦ୍ୟାଧର ସାହୁ,ଜୁନାଗଡ଼ ସହ ସମ୍ପାଦକନରେନ୍ଦ୍ର କ୍ଷିତି, ବହୁଜନ ସଂଗ୍ରାମ ସମିତିସଭାପତି ରଞ୍ଜନ ଜାଲ, ନାଗରିକ କମିଟିର ଅଶୋକ ପାତ୍ର, ପଣ୍ଡରା ମଳି ଯୁବବହିନୀ ର ଦୁର୍ଗାପ୍ରସାଦ ନାଏକ ,ଦାମୋଦର ବେହେରା, ବିରଞ୍ଚି ପଣ୍ଡା ଓ ଅନେକ ସଦସ୍ୟ ଉପସ୍ଥିତ ରହି ଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଝରିଗାଁ ଠାରେ ବୃହତ କୃଷକ ସମ୍ମିଳନୀ ଏବଂ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

masiha

ମୋ ସ୍କୁଲ ଅଭିଯାନ,ଢେଙ୍କାନାଳ ଜିଲ୍ଲା ସ୍ତରୀୟ ପୁରାତନ ଛାତ୍ରୀ ଛାତ୍ର ସମ୍ମିଳନୀ ଓ ଫୋଟୋ ପ୍ରଦର୍ଶନୀ -୨୦୨୩ ଅନୁଷ୍ଠିତ 

Sunil Chandra Nayak

ଅଜଣା ବୃଦ୍ଧଙ୍କ ଶବ ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!