ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ଜୀବିକା ମିଶନ ଶକ୍ତି ଇ.ସି ସଂଘର ନବରଙ୍ଗପୁର ଜିଲ୍ଲା କମିଟି ଗଠନ 

ଓଡିଶା ଜୀବିକା ମିଶନ ଶକ୍ତି ଇ.ସି ସଂଘର ନବରଙ୍ଗପୁର ଜିଲ୍ଲା କମିଟି ଗଠନ 

ନବରଙ୍ଗପୁର:(୨।୨)(ରବି ନାରାୟଣ ମହାନ୍ତି)ଓଡ଼ିଶା ଜୀବିକା ମିଶନ ଶକ୍ତି ଇ. ସି ମାନଙ୍କ ର ଏକ ସାଧାରଣ ବୈଠକ ଭାରତୀୟ ମଜଦୁର ସଂଘ କାର୍ଯ୍ୟାଳୟ,ନୀଳକଣ୍ଠ ଗୁଡା ଠାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ନବରଙ୍ଗପୁର ଜିଲ୍ଲା ଭାରତୀୟ ମଜଦୁର ସଂଘର ସଭାପତି ବାଙ୍କ ବିହାରୀ ବିଷୋୟୀ, ଭାରତୀୟ ମଜଦୁର ସଂଘ ଉପଦେଷ୍ଠା ପରମେଶ୍ୱର ବିଷୋୟୀ ଉପସ୍ଥିତ ଥିଲେ l ଜିଲ୍ଲାର ବିଭିନ୍ନ ଗ୍ରାମର ମହିଳା ସ୍ଵୟଂ ସହାୟିକା ଗୋଷ୍ଠି ଦ୍ଵାରା ମନୋନୀତ କାର୍ଯ୍ୟନିବାହୀ କମିଟି (ଇ.ସି)ସଦସ୍ୟା, ଗ୍ରାମପଞ୍ଚାୟତ ସ୍ତରୀୟ ଫେଡେରେସନ୍‌, ବ୍ଲକସ୍ତରୀୟ ଫେଡେରେସନ୍‌ ଓ ଜିଲ୍ଲା ସ୍ତରୀୟ ଫେଡେରେସନ୍ ର କର୍ମକର୍ତ୍ତା ଯୋଗ ଦେଇଥିଲେ । ଏହି ସଂଘ ଭାରତୀୟ ମଜଦୁର ସଂଘରେ ସାମିଲ ହେବାକୁ ନେଇ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା । ପରେ ନୂତନ ଜିଲ୍ଲା କମିଟି ଗଠନ କରାଯାଇଛି । ସର୍ବସମ୍ମତି କ୍ରମେ ସଭାନେତ୍ରୀ ଭାବେ ପ୍ରମିଳା ସାମନ୍ତରାୟ, ଉପ ସଭାନେତ୍ରୀ ରୁକ୍ମଣୀ ହରିଜନ ଓ ଅମ୍ବିକା ହରିଜନ, ସାମ୍ବାଦିକା ଭବାନୀ ଡଙ୍ଗରି, ସହ ସମ୍ପାଦିକା ଗୌରୀ ବେହେରା ଓ ଅଞ୍ଜନା ଛାତି, କୋଷାଧ୍ୟକ୍ଷା ଭାବେ କାବେରୀ ସ।ନ୍ତା ଙ୍କୁ ମନୋନୀତ କରାଯାଇଛି। ଏହି ସଂଘ ଆଜି ସୋମବାର ଦିନ ଏକ ଶୋଭା ଯାତ୍ରା କରାଯାଇ ୭ଦଫା ଦାବି ପତ୍ର ମୁଖ୍ୟମନ୍ତ୍ରୀ,ଉପମୁଖ୍ୟ ମନ୍ତ୍ରୀ ତଥା ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଙ୍କୁ ନବରଙ୍ଗପୁର ଜିଳ୍ଲାପାଳ ଙ୍କ ଜରିଆରେ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା ଏବଂ ଆଗାମୀ ଦିନରେ ସଂଗଠନ କୁ ମଜଭୂତ କରି ଲଢେଇ କରାଯିବ ବୋଲି ପ୍ରସ୍ତାବ ପାରିତ ହୋଇଛି। ଆଜିର ବୈଠକରେ ନବରଙ୍ଗପୁର ଜିଲ୍ଲାର ଦଶଟି ବ୍ଲକ ରୁ ଶତାଧିକ ଇ.ସି କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ l 

( ମ ନି ସ ) 

Related posts

ସାମ୍ବାଦିକ ଙ୍କ ପିତୃ ବିୟୋଗ 

masiha

ଡାହାଣି ଶିକାର ପ୍ରତିରୋଧ ଅଧିନିୟମ ଓ ଦଣ୍ଡ ବିଧାନ କର୍ମଶାଳା

Sunil Chandra Nayak

ବଡଡାଳିମା ସିରିଜ ଦୁର୍ଘଟଣାରେ ୫’ ଆହତ, ଜଣେ ଗୁରୁତର

masiha

Leave a Comment

error: Content is protected !!