ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟିପିଡବ୍ଲୁଓଡିଏଲ ସହାୟତା ରେ ଶ୍ରଦ୍ଧା ଆୟୋଜିତ ଭିନ୍ନକ୍ଷମ ମାନଙ୍କ ମୈ।ଳିକ ଅଧିକାର ଉପରେ ଏକ ଦିନିକିଆ କର୍ମଶାଳା 

ଟିପିଡବ୍ଲୁଓଡିଏଲ ସହାୟତା ରେ ଶ୍ରଦ୍ଧା ଆୟୋଜିତ ଭିନ୍ନକ୍ଷମ ମାନଙ୍କ ମୈ।ଳିକ ଅଧିକାର ଉପରେ ଏକ ଦିନିକିଆ କର୍ମଶାଳା 

ରାଉରକେଲା: ଶ୍ରଦ୍ଧା ଅନୁଷ୍ଠାନ ତରଫରୁ ଟିପିଡବ୍ଲୁଓଡିଏଲ ସହାୟତା ରେ ଶ୍ରଦ୍ଧା ଆୟୋଜିତ ଭିନ୍ନକ୍ଷମ ମାନଙ୍କ ପାଇଁ ସେମାନଙ୍କର ମୈ।ଳିକ ଅଧିକାର ଦିନିକିଆ କର୍ମଶାଳା ଆୟୋଜିତ ହୋଇଥିଲା । ରାଉରକେଲା ର ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ଆଲୋକ ରଂଜନ ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଯେ ଭିନ୍ନକ୍ଷମ ହେଉଛନ୍ତି ଆମ ସମାଜର ତଥା ପରିବାରର ଏକ ଅଭିନ୍ନ ଅଙ୍ଗ। ସ୍ଵତନ୍ତ୍ର ଭାବେ ଏମାନଙ୍କ ପ୍ରତି ଦୃଷ୍ଟି ଦେଇ ସେମାନଙ୍କର ମୈ।ଳିକ ଅଧିକାର ଯୋଗାଇଦେଇ ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଆମ୍ଭ ମାନଙ୍କ ର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଆମ୍ଭେ ମାନେ ସମସ୍ତେ ମିଶି ଭିନ୍ନକ୍ଷମ ମାନଙ୍କ ପାଇଁ ଆନ୍ତରିକ ଭାବେ କିଛି କରିବା। ଟିପିଡବ୍ଲୁଓଡିଏଲ ର ସି. ଏସ୍. ଆର ର ପ୍ରବନ୍ଧକ ହରପ୍ରସାଦ ଦାଶ ଟାଟା ପାୱାର ଦ୍ଵାରା ସି. ଏସ୍. ଆର ଅନ୍ତର୍ଗତ ସମାଜ କଲ୍ୟାଣ ପାଇଁ ବିଭିନ୍ନ ପ୍ରକାରର ଯୋଜନା ବିଭିନ୍ନ ସମାଜସେବୀ ଅନୁଷ୍ଠାନ ଙ୍କ ଦ୍ଵାରା ଚାଲୁଥିବା ଦର୍ଶାଇଥିଲେ। କିନ୍ତୁ ଭିନ୍ନକ୍ଷମ ମାନଙ୍କ ପାଇଁ ଶ୍ରଦ୍ଧା ଦ୍ଵାରା ପରିଚାଳିତ ଗୋଷ୍ଠୀ ଭିତ୍ତିକ କାର୍ଯ୍ୟକ୍ରମ ଅନନ୍ୟ । ଯେଉଁଥି ପାଇଁ ଭିନ୍ନକ୍ଷମ ମାନଙ୍କର ଅନେକ ସମାସ୍ୟ ର ସମାଧାନ ହୋଇପାରୁଛି । ଶ୍ରଦ୍ଧା ବାସ୍ତବିକ ଏଥିପାଇଁ ପ୍ରଶଂସା ର ପାତ୍ର । ଦ୍ବିତୀୟ ପର୍ଯ୍ୟାୟରେ ଚାଲୁଥିବା ଥେରାପି ଅନ୍ ହ୍ଵୁଇଲ କାର୍ଯ୍ୟକ୍ରମ ପାଇଁ ସେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ମୁଖ୍ୟଅତିଥି ଓ ଅନ୍ୟ ଅତିଥିମାନଙ୍କର ଦ୍ବାରା ଗତ ୩ ବର୍ଷ ର ବାର୍ଷିକ ବିବରଣୀ ର ସନ୍ଦର୍ଭ ଉନ୍ମୋଚନ କରାଯାଇଥିଲା । ସହରର ଜଣାଶୁଣା ସୁପରିଚିତ ସମାଜସେବୀ ପ୍ରକାଶ କୁମାର ପାଣିଗ୍ରାହୀ ଅନ୍ୟତମ ସମ୍ମାନିତ ଅତିଥିଭାବେ ଯୋଗଦେଇ ତାଙ୍କର ବକ୍ତବ୍ୟ ରେ ଶ୍ରଦ୍ଧା ଆରମ୍ଭ ହୋଇ ଥିବାବେଳେ ଯେଉଁ ବାଧାବିଘ୍ନ ଦେଇ ଗତି କରୁଥିଲା,ତାହା ଆଜି ପ୍ରତିଷ୍ଠାତା କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ଆନ୍ତରିକ ପ୍ରଚେଷ୍ଟା ଫଳରେ ବଟଦୃମ ରେ ପରିଣତ ହୋଇଛି । ଶ୍ରଦ୍ଧା ସମାଜ ତଥା ଭିନ୍ନକ୍ଷମ ମାନଙ୍କ ପାଇଁ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟକ୍ରମ କରି ଉଦାହରଣ ସୃଷ୍ଟି କରିଛି ବୋଲି ମତ ରଖିଥିଲେ।ଅନୁଷ୍ଠାନ ର ସଭାପତି ଡଃ ରାମକୃଷ୍ଣ ବିଶ୍ଵାଳ ଏ‌ହି କର୍ମଶାଳା ରେ ପୈ।ରହିତ କରିବା ସହିତ ଭିନ୍ନକ୍ଷମ ମାନଙ୍କୁ ସେବା ଯୋଗାଇ ଦେଉଥିବା ବାପା ମା ଏବଂ କେୟାର ଟେକର ମାନଙ୍କ ସମସ୍ୟା କଥା କେହି ବୁଝନ୍ତି ନାହିଁ । ଭିନ୍ନକ୍ଷମ ମାନଙ୍କୁ ପାଳନ ପାଇଁ ଏମାନେ ଯେ କେତେ ସମାସ୍ୟା ସମ୍ମୁଖୀନ ହୁଅନ୍ତି ତାହା ଆମ୍ଭେ ମାନେ ସମସ୍ତେ ଜାଣିବା ଦରକାର । ତେଣୁ ସରକାର ଏମାନଙ୍କ ପାଇଁ ମଧ୍ୟ ଏକ ଯୋଜନା କରିବା ଉଚିତ ବୋଲି ମତ ରଖିଥିଲେ। ପ୍ରାରମ୍ଭରେ ଶ୍ରଦ୍ଧା ର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିବା ସହିତ ଭିନ୍ନକ୍ଷମ ମାନଙ୍କ ପାଇଁ ଥିବା ଯୋଜନା ଓ ଟିପିଡବ୍ଳୁଓଡିଏଲ ସହାୟତା ରେ ବିଶ୍ରାମ ବ୍ଳକ ରେ ଚାଲୁଥିବା ଗୋଷ୍ଠୀ ଭିତ୍ତିକ କାର୍ଯ୍ୟକ୍ରମ ଉପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ସେ ଦର୍ଶାଇଥିଲେ ଯେ, ସରକାର ଙ୍କ ସବୁ ଯୋଜନାରେ ସବୁ ଭିନ୍ନକ୍ଷମ ସାମିଲ ହୋଇପାରୁନାହାନ୍ତି। ଏଥିପାଇଁ ସରକାର ଓ ପ୍ରଶାସନିକ ବ୍ୟବସ୍ଥାରେ ସୁଧାର ଆଣିବା ଦରକାର। ନଚେତ୍ ଅଧିକାଂଶ ଭିନ୍ନକ୍ଷମ ମାନେ ବଂଚିତ ହୋଇ ରହିଥିବେ ।‌ ଏଭଳି ଅନେକ ସମସ୍ୟା ଅଛି ଯାହା ସ୍ଵାସ୍ଥ୍ୟ, ଭତ୍ତା, ଯାତାୟାତ ତଥା ଶିକ୍ଷା  କ୍ଷେତ୍ରରେ ଉପୁଜୁଛି । ସରକାର ଏଥିପାଇଁ ବିଶେଷ ଦୃଷ୍ଟି ଦେବାକୁ ସେ ସରକାର ଙ୍କୁ ଜଣାଇବେ ବୋଲି କହିଥିଲେ। ଶ୍ରଦ୍ଧା ର ସୁକୁମାର ପାଣ୍ଡବ, ଅର୍ଚ୍ଚନା ମିଞ୍ଜ୍, ସୁଜାତା ରାଉତ, ସୈ।ଦାମିନୀ, ଶ୍ଵେତା, ସନ୍ତୋଷୀ, ଇତିଶ୍ରୀ , ଚନ୍ଦ୍ରୀକା , ଗଗନ ଏବଂ ସି.ବି. ଆର ସ୍ଵେଚ୍ଛାସେବୀ . ଦୀପକ, କ୍ରୀଷ୍ଣା, ପ୍ରୀତମ, ଶିବ ମହାତୋ,ଓ୍ଵ।ଜିଦ୍,ଧାରୁ ଓରାମ, ମମତା ଓ ଗଙ୍ଗେଇ ମିଞ୍ଜ୍ ପ୍ରଭୃତି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଅନୁଷ୍ଠାନ ର ଉପସଭାପତି ଡା. ପ୍ରଭାକର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଯୋଡ଼ା ଶାସ୍ତ୍ରୀନଗର କାଳୀପୂଜା ପଡିଆର ଉର୍ଣ୍ଣତିକରଣ ନିମନ୍ତେ କମିଟି ଅଣ୍ଟା ଭିଡ଼ିଲେ

masiha

ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଦିଆଯାଇଥିବା ଦାବି ର କାର୍ଯ୍ୟକାରୀ ସୂଚନା

masiha

ପାନୀୟ ଜଳ ସମସ୍ୟା ନେଇ ଜାମଦା ବ୍ଲକ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗରେ ଧାରଣା ଦେଲେ ଜାମଦା ଅଞ୍ଚଳବାସୀ

Sunil Chandra Nayak

Leave a Comment

error: Content is protected !!