ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ରେ ନୂତନ ବିଡିଓ ଯୋଗଦାନ 

ନର୍ଲା ରେ ନୂତନ ବିଡିଓ ଯୋଗଦାନ 

ନର୍ଲା/ମସିହା/06/02/24 // କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକରେ ସୋମବାର ରିପୁନାଥ ସୁନା ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବରେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକରେ ବିଡିଓ ଭାବରେ କାର୍ଯ୍ୟ କରି ଅନେକ ଉନ୍ନୟନ କାର୍ଯ୍ୟକୁ ସଫଳତାର ସହ କରି ସାଧାରଣ ଲୋକଙ୍କ ପ୍ରିୟ ଭାଜନ ହୋଇଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ତାଙ୍କର ପ୍ରାଥମିକତା ହେବ ବୋଲି ସେ ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ସୋମବାର ନର୍ଲା ବ୍ଲକ କାର୍ଯ୍ୟାଳୟ ଠାରେ ବ୍ଲକର ସମସ୍ତ କର୍ମଚାରୀ, ସର୍ଗିଗୁଡା ସମିତି ସଭ୍ୟ ଚିରଞ୍ଜିବୀ ଗଉଡିଆ, ନର୍ଲା ପ୍ରେସ୍ କ୍ଲବ ସଦସ୍ୟ ସୁଶାନ୍ତ ଚାନ୍ଦ, ମନୋଜ ଷଡ଼ଙ୍ଗୀ, ଦୀପକ ଠାକୁର ପ୍ରମୁଖ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଥିଲେ।

ଦୀପକ ଠାକୁର, ନର୍ଲା

Related posts

ଚେନାଇରାଧା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

masiha

ଅସ୍ତିତ୍ବ ହରାଇଛି ଜୁନାଗଡ଼ କେନାଳ,,ଦୁର୍ଗତିରେ ଚାଷୀଙ୍କ ସ୍ଥିତି 

Sunil Chandra Nayak

ବାଧ୍ୟତାମୂଳକ ସେବା ନିବୃତ ନିଷ୍ପତ୍ତି ବିରୁଦ୍ଧରେ କଳାବ୍ୟାଚ ପରିଧାନ 

masiha

Leave a Comment

error: Content is protected !!