ନବରଙ୍ଗପୁରର ନୂତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଶ୍ରୀ ପ୍ରହ୍ଲାଦ ଖୋସଲାଙ୍କ ଯୋଗଦାନ
ନବରଙ୍ଗପୁର :(ତା. ୦୩.୦୯. ୨୦୨୬)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲାର ନୂତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆରଓ) ଭାବେ ଆଜି ଶ୍ରୀ ପ୍ରହ୍ଲାଦ ଖୋସଲା ଆନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି। ଏହା ପୂର୍ବରୁ ସେ ବରଗଡ଼ ଜିଲ୍ଲାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ।ଅନ୍ୟପକ୍ଷରେ, ନବରଙ୍ଗପୁରରେ ଡିଆଇପିଆରଓ ଭାବେ କାର୍ଯ୍ୟରତ ଥିବା ଶ୍ରୀ ମନୋଜ କୁମାର ବେହେରାଙ୍କର
ବଦଳି ହୋଇଥିବା ବେଳେ ସେ କଳାହାଣ୍ଡି ଜିଲ୍ଲାର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ନୂତନ ଦାୟିତ୍ୱରେ ଯୋଗଦାନ କରିବେ।ଶ୍ରୀ ପ୍ରହ୍ଲାଦ ଖୋସଲାଙ୍କ ନବରଙ୍ଗପୁରରେ ଯୋଗଦାନ ଅବସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ତାଙ୍କୁ ଉଷ୍ମ ସ୍ୱାଗତ ଜଣାଇଥିଲେ। ଏଥିସହ ତାଙ୍କର ନୂତନ ଦାୟିତ୍ୱ ଓ କାର୍ଯ୍ୟକାଳ ସଫଳ ହେଉ ବୋଲି ଶୁଭେଚ୍ଛା ଜଣାଇବା ସହ ଜିଲ୍ଲାର ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟକୁ ଅଧିକ ସୁଦୃଢ଼ ଓ ଫଳପ୍ରଦ କରିବା ଦିଗରେ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାକୁ କର୍ମଚାରୀମାନେ ଆଶ୍ୱାସନ ଦେଇଥିଲେ।ଏହି ଅବସରରେ ଶ୍ରୀ ଖୋସଲା ସମସ୍ତଙ୍କ ଉଷ୍ମ ସ୍ୱାଗତ ଓ ସହଯୋଗ ପାଇଁ କୃତଜ୍ଞତା ପ୍ରକାଶ କରିବା ସହ ଜିଲ୍ଲା ପ୍ରଶାସନର ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା, ବିକାଶମୂଳକ କାର୍ଯ୍ୟକ୍ରମ ଓ ସରକାରୀ ପଦକ୍ଷେପ ସମ୍ପର୍କିତ ସୂଚନାକୁ ଜନସାଧାରଣଙ୍କ ନିକଟରେ ସଠିକ୍, ସ୍ୱଚ୍ଛ ଓ ସମୟୋପଯୋଗୀ ଭାବେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥିଲେ।ଏଥିସହ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଶ୍ରୀ ମନୋଜ କୁମାର ବେହେରା ତାଙ୍କ କାର୍ଯ୍ୟକାଳରେ ନବରଙ୍ଗପୁର ଜିଲ୍ଲାର ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିଥିବାରୁ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ତାଙ୍କୁ ଧନ୍ୟବାଦ ଜଣାଇବା ସହ ନୂତନ କର୍ମସ୍ଥଳୀ କଳାହାଣ୍ଡିରେ ତାଙ୍କର ସଫଳତା କାମନା କରିଥିଲେ।ନୂତନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ନେତୃତ୍ୱରେ ନବରଙ୍ଗପୁର ଜିଲ୍ଲାର ସୂଚନା ପ୍ରସାରଣ, ଗଣମାଧ୍ୟମ ସମନ୍ୱୟ ଓ ଲୋକସମ୍ପର୍କ କାର୍ଯ୍ୟ ଆହୁରି ଗତିଶୀଳ ହେବ ବୋଲି କାର୍ଯ୍ୟାଳୟ ପକ୍ଷରୁ ଆଶା ପ୍ରକାଶ କରାଯାଇଛି। ଏହି ଅବସରରେ ସମସ୍ତ ସାମ୍ବାଦିକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ, ଗ୍ରନ୍ଥଗରିକ ଦିଲୀପ କୁମାର ମଲ୍ଲିକ, ଭଣ୍ଡାର ରକ୍ଷକ ବନମାଳୀ ଗୋଚି, ବରିଷ୍ଠ କିରାଣୀ ରେଖା ପଟନାୟକଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

