ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ 

ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ 

 ତେନ୍ତୁଳିଖୁଣ୍ଟି 01/12/23 //  ଆଜି ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଲ 2023 24 ନବରଙ୍ଗପୁର ପୋଲିସ ପଡିଆରେ ଉଦ୍ ଘାଟିତ ହୋଇ ଯାଇଛି । ଏହି ମେଳା ପାଞ୍ଚ ଦିନ ଧରି ଚାଲିବ । କୃଷି ଓ କୃଶକ ସଶକ୍ତି କାରଣ ବିଭାଗ ଅନୁକୂଲ୍ୟରେ ଏହା ଆୟୋଜିତ ହେଉଛି। ଚାଷୀ ମାନଙ୍କ କୃଷି କରଜ୍ୟରେ ଆବଶ୍ୟକ ସମସ୍ତ ପ୍ରକାର କୃଷି ଯନ୍ତ୍ରପାତି ଏହି ମେଳରେ ପ୍ରଦର୍ଶିତ ହେବ ସହ କୃଷି ଯନ୍ତ୍ରପାତି ଉତ୍ପାଦଙ୍କରୀ , ବିତରକ ଋଣ ପ୍ରଦାନକାରୀ ସଂସ୍ଥା ଯୋଗ ଦେଇଛନ୍ତି। କେଉଁ ସାମଗ୍ରୀ କେଉଁ ଯୋଜନାରେ କେତେ ପ୍ରତିଶତ ସବସିଡି ଦିଅ ଯାଉଛି ବୁଝାଇ ଦିଆଯାଉଛି। 

  ଆଜିର କାର୍ଯ୍ୟ କ୍ରମ ର ଜି ଭେଙ୍କଟ ରେଡ୍ଡୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ହୋଇଥିଲା । ଅ ଡି ଏମ ମହେଶ୍ଵର ନାୟକ ମୁଖ୍ୟ ଅତିଥି , ସି ଡି ଭି ଓ ଡ଼ିକେଟିଆର ରାଧେଶ୍ୟାମ ନାୟକ ବରିଷ୍ଠ ବିଜ୍ଞାନୀ ଏସ ଏସ ଲେଙ୍କା ମୁଖ୍ୟ ବକ୍ତା ପୌରଧ୍ୟକ୍ଷ କୁନୁ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟ କ୍ରମ ଆରମ୍ଭରେ ବୈଦିକ ରୀତିରେ ମନ୍ତ୍ରୋଚରଣ ସହ ପ୍ରଦୀପ ପ୍ରଜ୍ଵଳନ ସହ ଆରମ୍ଭ ହୋଇଥିଲା । ଏହି ମେଳରେ 50 ବିଭିନ୍ନ ବିଭାଗ 9 କେଆରଇଉଏସଏଚଆଇ , ମତ୍ସ୍ୟ, ପଶୁପାଳନ , ଓଡ଼ିଶା ବିହନ ନିଗମଆଦି ) ର ଯନ୍ତ୍ରପାତି ଥିବା ଷ୍ଟଲ ରହିଛି। ଉମରକୋଟ ର ରାଜେଶ ବମନ ଗୌତମ ବିଶୋଇ, ମାନକ ଗଣ୍ଡ ସବସି ଡି ରେ ଟ୍ରାକ୍ଟର ନେଇଥିଲେ। ଏହି ମେଳା ର ମୁଖ୍ୟ ଆକର୍ଷଣ ହେଳା ଫସଲରେ ଦ୍ରୋଣ ମଧ୍ୟମରେ ସାର ଓ ଔଷଧ ପ୍ରୟୋଗ, ଲେମନ ଗ୍ରାସ ରୁ ତେଲ ଉତ୍ପାଦନ ମେସିନ , ଆଦି ରହିଛି। ଆଜି ଏହି ମେଲା ରେ ଚାଷୀ ଙ୍କୁ ଦୁଗ୍ଧ ଚାଷ ହେଉ ମତ୍ସ୍ୟ ଚାଷ ଓ ପଶୁ ପାଳନ ଅଣ୍ଡା ଉତ୍ପାଦନ ରେ ଯାନ୍ତ୍ରିକ ପ୍ରୟୋଗ କରିବାକୁ ଗୁରୁତ୍ଵ ଦେଇଥିଲେ। ଗୌରିଶଙ୍କର ସାହୁ ସହକରୀ କୃଷି ନିର୍ବାହୀ ଯନ୍ତ୍ରୀ ଯନ୍ତ୍ରପାତି ପ୍ର ୟୋଗ ରେ ଆର୍ଥିକ ଫାଇଦା ସହ ସମୟ ବଞ୍ଚିବା ବିଷୟରେ ବ୍ୟାଖ୍ୟା କରିଥିଲେ। ଆଜି କାର୍ଯ୍ୟକ୍ରମ ଶେଷରେ ସହକରୀ କୃଷି ଅଧିକାରୀ ପ୍ରଣୟ ମନ୍ତ୍ରୀ ଧନ୍ୟବାଦ ପ୍ରଦ୍ନ କରିଥିଲେ । 

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଦୁର୍ନୀତି ନିବାରଣ ସପ୍ତାହରେ ଶପଥ ପାଠ

Sunil Chandra Nayak

ବ୍ୟାସ ପୂଜନ ଉତ୍ସବ ପାଳନ

Sunil Chandra Nayak

କୁମଝରିଆ ହାଇସ୍କୁଲରେ ଜଙ୍ଗଲ ସୁରକ୍ଷା ନେଇ ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!