ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟ ରେ ଭୀମଭୋଇ ଦିବ୍ୟାଙ୍ଗ ସାମର୍ଥ୍ୟ ଅଭିଯାନ

ଧରାକୋଟ ରେ ଭୀମଭୋଇ ଦିବ୍ୟାଙ୍ଗ ସାମର୍ଥ୍ୟ ଅଭିଯାନ 

ଆସିକା, ୩/୯/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକ ପରିସରରେ ଆଜି ଭୀମଭୋଇ ଦିବ୍ୟାଙ୍ଗ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ,ସମ୍ମାନୀତ ଅତିଥିଭାବେ ବି ଡି ଓ ତୃପ୍ତିମୟି ଜେନା, ତହସିଲଦାର ଲମ୍ବୋଦର ମାରାଣ୍ଡି,ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଅସିଓ ସବର,ସାଂସଦ ପ୍ରତିନିଧି ମୁନା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଦିବ୍ୟାଙ୍ଗ ମାନଙ୍କ ପାଇଁ ରହିଥିବା ସରକାରୀ ସୁବିଧା ସୁଯୋଗ ଓ ଏହାର ସଫଳ ଉପଯୋଗ ଉପରେ ନିଜ ନିଜର ମତ ରଖିଥିଲେ । ବି ଏସ ଏସ ଓ ସଚିନ ପାତ୍ର ଶିବିର ପରିଚାଳନା କରିଥିବା ବେଳେ ଏ ସି ପି ଅମେସ ବେହେରା ସଂଯୋଜନା କରିଥିଲେ। ଶିବିରରେ ଏଗାର ଜଣ ଭିନ୍ନକ୍ଷମ ଙ୍କୁ ଟ୍ରାଇ ସାଇକେଲ, ଚାରି ଜଣ ଙ୍କୁ ହ୍ୱିଲ ଚେୟାର, ତେର ଜଣ ଙ୍କୁ ଅନ୍ୟାନ୍ୟ ସରଞ୍ଜାମ ଓ ଅଣ ତିରିଶି ଜଣଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା ।କନିଷ୍ଠ ସହାୟକ ବାବୁ ବେହେରା ଓ ଦୀପକ ବେହେରା ଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ ପ୍ରଦାନ କରିଥିଲେ।

Related posts

ପରୋପକାରୀ ଅରୁଣ ରଣାଙ୍କ ପରଲୋକ

Sunil Chandra Nayak

ଜାମଦା ବ୍ଳକ! ବେଲପୋଷୀ ଗାଁ ରେ ଅଖିମୁଠି ଅନୁକୂଳ କଲେ ବିଧାୟକ ଜଲେନ ନାଏକ

masiha

ବିନା ସୂଚନାଫଳକରେ ଚାଲିଛି ହଳଦିକୁଣ୍ଡି ମହାପାଟ ଠାକୁରରାଣୀଙ୍କ ପୀଠରେ ପାଚେରୀ କାମ

Sunil Chandra Nayak

Leave a Comment

error: Content is protected !!