ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇସିଆରଆଇଏସଏଟି ସଂସ୍ଥା ପକ୍ଷରୁ ଚାଷୀଙ୍କୁ ଚଣା ବିହନ ବଣ୍ଟନ 

ଆଇସିଆରଆଇଏସଏଟି ସଂସ୍ଥା ପକ୍ଷରୁ ଚାଷୀଙ୍କୁ ଚଣା ବିହନ ବଣ୍ଟନ 

ନବରଙ୍ଗପୁର:(୨୧/୧୨/୨୪)(ରବି ନାରାୟଣ ମହାନ୍ତି)-ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକର ଭିକ୍ଷା ପଂଚାୟତ, ଚିତାବେଡା ପଂଚାୟତ, ଏକାମ୍ବା ପଂଚାୟତ ଓ ବେଲଗାଁ ପଞ୍ଚାୟତରେ ଆଜି ଆଇସିଆରଆଇଏସଏଟି (ଇକ୍ରିସେଟ) ନାମକ ଏକ ସଂସ୍ଥା ପକ୍ଷରୁ ଚାଷୀମାନଙ୍କୁ ନାକଚଣା ବିହନ ବଣ୍ଟନ କରାଯାଇଛି |ଏହି ଚଣାବଣ୍ଟନ କାର୍ଯ୍ୟକ୍ରମରେ ଝରୀଗାଁ ବିଧାୟକ ନରସିଂହ ଭତରା,ବ୍ଲକ କୃଷି ଅଧିକାରୀ ଗଜାନନ ସାହୁ,ପୂର୍ବତନ ଭିକ୍ଷା ସରପଞ୍ଚ ରିକ୍ଷୀରାମ ବଞ୍ଜାରା, ଗଣପତି ସାହୁ, କାଲା ଦା ପ୍ରମୁଖ ଉପସ୍ଥିତ ରହିଥିଲେ |ଭିକ୍ଷା ପଂଚାୟତର ମୋଟ ୨୩୦ଜଣ ଚାଷୀଙ୍କୁ ନାକଚଣା ବିହନ ବଣ୍ଟନ କରାଯାଇଥିବା ସୂଚନା ମିଳିଛି |ବିଧାୟକ ଶ୍ରୀ ଭତରା ଏହି ଅବସରରେ ଚାଷୀମାନଙ୍କୁ ବୁଝେଇଛନ୍ତି କି ଖରିପ ଧାନ ଅମଳ ପରେ ଚାଷ ଜମିରେ ଡାଲି ଜାତୀୟ ଫସଲ କରିବା ଦ୍ୱାରା ସେମାନେ ନିଜ ଜମିରୁ ହିଁ ଡାଲି ଜାତୀୟ ଫସଲ ପାଇପାରିବେ ଓ ନିଜ ଆବଶ୍ୟକ ମୁତାବକ ଚଣା ନିଜ ପାଖରେ ରଖି ବଳକା ଚଣା ବଜାରରେ ବିକ୍ରୟ କରି ବେଶ ଦୁଇ ପଇସା ରୋଜଗାର ମଧ୍ୟ କରିବେ |ତାଛଡା କ୍ଷେତରେ ବିଭିନ୍ନ ଚଣା ଚାଷ କରିବା ଦ୍ୱାରା କ୍ଷେତର ଉର୍ବରତା ମଧ୍ୟ ବୃଦ୍ଧି ପାଇ ଥାଏ |ଯଦଦ୍ୱାରା ସେମାନେ ରାସାୟନିକ ସାର ବାବଦକୁ ଖର୍ଚ୍ଚ କରୁଥିବା ଟଙ୍କା ମଧ୍ୟ କମିଯିବ ବୋଲି କହିଥିଲେ |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜୟ ବାଲାଜି ଷ୍ଟିଲ କାରଖାନା ସମ୍ପ୍ରସାରଣକୁ ଗ୍ରାମବାସୀଙ୍କ ପ୍ରବଳ ବିରୋଧ

Sunil Chandra Nayak

ଲକ୍ଷ୍ମୀପୁର ତାଲୁକା ଆଇନ ସହାୟତା ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ 

masiha

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନରେ ରାଇରଙ୍ଘପୁର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ସେବା ବିପର୍ଯ୍ୟସ୍ତ

Leave a Comment

error: Content is protected !!