ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଯୋଗାସନ ସଂଘ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ

ଜିଲ୍ଲା ଯୋଗାସନ ସଂଘ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ

କେନ୍ଦ୍ରାପଡ଼ା : ଜିଲ୍ଲା ଯୋଗାସନ ସଙ୍ଘ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ସଂଘର ସଭାପତି ତଥା ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ନିରଞ୍ଜନ ବେହେରା ପ୍ରଦୀପ ଜାଳି ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ I ଉପଦେଷ୍ଟା ସ୍ବପ୍ନlଶୁ କୁମାର ଦାସ, ସଂପାଦକ ସଞ୍ଜୟ କୁମାର ମଥାନ, ରାଜ୍ୟ ସମ୍ପାଦକ ମନୋଜ କୁମାର ମୁଖ୍lର୍ଜି,ସହସଂପlଦକ ଡ ଆଲୋକ କୁମାର ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ l ଉଭୟ କନିଷ୍ଟ ଓ ବରିଷ୍ଟ ବର୍ଗରୁ ପ୍ରତ୍ୟେକ ଚଉଦ ଟି ଇଭେଣ୍ଟ ପାଇଁ ଯୋଗାସନ ପ୍ରତିଯୋଗିତା କରାଯାଇଥିଲା l ଏହାକୁ ସଭ୍ୟ ଭରତ କୁମାର ସାହୁ, ଯୁଗ୍ମ ସଂପାଦକ ପଦ୍ମ ଲୋଚନ ଦାସ ଓ ୧୪ ଜଣ ବିଚାରକ ପରିଚାଳନା କରିଥିଲେ l କୃତକାର୍ଯ୍ୟ ହୋଇଥିବା ସର୍ବମୋଟ ୭୨ ଜଣ କୃତୀ ପ୍ରତିଯୋଗୀମାନଙ୍କ ନାମ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଭାଗ ନେବା ପାଇଁ ସ୍ଥିର କରାଯାଇଥିଲା l ସର୍ବମୋଟ ୨0୩ ଜଣ ପ୍ରତିଯୋଗୀ ପ୍ରତିଯୋଗିତା ରେ ଭାଗ ନେଇଥିଲେ l ମୁଖ୍ୟ ଅତିଥି ଭାବେ ଅତିରିକ୍ତ , ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ କୁମାର ବଳିଆର ସିଂ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ,ବିଶିଷ୍ଟ ଶିକ୍ଷାବିତ୍ ପ୍ରତିଜ୍ଞା ସାମଲ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର, ସିଲ୍ ପ୍ରଦାନ କରିଥିଲେ l ଅତିଥିମାନେ ଦୈନ୍ୟ ଦିନ ଜୀବନରେ ଯୋଗର ଆବଶ୍ୟକତା ବିଷୟରେ ଆଲୋଚନା ସହ ଏଭଳି ପ୍ରୟାସକୁ ଉଚ୍ଚ ପ୍ରଶଂସା କରିବା ସହ ସଙ୍ଘର ଉତ୍ତୋରତର ଉନ୍ନତି କାମନା କରିଥିଲେ l ଶିକ୍ଷାବିତ୍ ଶ୍ରୁତି ଶୟlନ୍ତିନୀ ଏହାକୁ ସଞ୍ଚାଳନ କରିଥିଲେ l ସଭ୍ୟ ଆଲୋକ, ସମୀର, ବୁଲୁ ମମତା, ମାନସ ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ଯୋଗଗୁରୁ ସଞ୍ଜୟ କୁମାର ମଥାନ ଧନ୍ୟବାଦ ଅର୍ପଣ କରିଥିଲେ l

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ମୁଖ୍ୟଯନ୍ତ୍ରୀ ତଥା ବେସିନ ମ୍ୟାନେଜର ଙ୍କୁ ଭେଟି ଚାରି ଦଫା ଦାବୀ ଦୋହରାଇଲା ଇନ୍ଦ୍ରାବତୀ ନାଗରିକ ମଞ୍ଚ

Sunil Chandra Nayak

ନିହାର ପାଣିଗ୍ରାହୀ ତେନ୍ତୁଳିଖୁଣ୍ଟି ବ୍ଲକ ଟପ୍ପର ,ବ୍ଳକର 20 ଟି ହାଇସ୍କୁଲ ର 1310 ରୁ 1287 ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ

masiha

କବି ବ୍ରଜନାଥ ବଡ଼ଜେନା ଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ

Sunil Chandra Nayak

Leave a Comment

error: Content is protected !!