ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଯୋଗାସନ ସଂଘ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ

ଜିଲ୍ଲା ଯୋଗାସନ ସଂଘ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ

କେନ୍ଦ୍ରାପଡ଼ା : ଜିଲ୍ଲା ଯୋଗାସନ ସଙ୍ଘ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ସଂଘର ସଭାପତି ତଥା ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ନିରଞ୍ଜନ ବେହେରା ପ୍ରଦୀପ ଜାଳି ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ I ଉପଦେଷ୍ଟା ସ୍ବପ୍ନlଶୁ କୁମାର ଦାସ, ସଂପାଦକ ସଞ୍ଜୟ କୁମାର ମଥାନ, ରାଜ୍ୟ ସମ୍ପାଦକ ମନୋଜ କୁମାର ମୁଖ୍lର୍ଜି,ସହସଂପlଦକ ଡ ଆଲୋକ କୁମାର ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ l ଉଭୟ କନିଷ୍ଟ ଓ ବରିଷ୍ଟ ବର୍ଗରୁ ପ୍ରତ୍ୟେକ ଚଉଦ ଟି ଇଭେଣ୍ଟ ପାଇଁ ଯୋଗାସନ ପ୍ରତିଯୋଗିତା କରାଯାଇଥିଲା l ଏହାକୁ ସଭ୍ୟ ଭରତ କୁମାର ସାହୁ, ଯୁଗ୍ମ ସଂପାଦକ ପଦ୍ମ ଲୋଚନ ଦାସ ଓ ୧୪ ଜଣ ବିଚାରକ ପରିଚାଳନା କରିଥିଲେ l କୃତକାର୍ଯ୍ୟ ହୋଇଥିବା ସର୍ବମୋଟ ୭୨ ଜଣ କୃତୀ ପ୍ରତିଯୋଗୀମାନଙ୍କ ନାମ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଭାଗ ନେବା ପାଇଁ ସ୍ଥିର କରାଯାଇଥିଲା l ସର୍ବମୋଟ ୨0୩ ଜଣ ପ୍ରତିଯୋଗୀ ପ୍ରତିଯୋଗିତା ରେ ଭାଗ ନେଇଥିଲେ l ମୁଖ୍ୟ ଅତିଥି ଭାବେ ଅତିରିକ୍ତ , ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ କୁମାର ବଳିଆର ସିଂ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ,ବିଶିଷ୍ଟ ଶିକ୍ଷାବିତ୍ ପ୍ରତିଜ୍ଞା ସାମଲ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର, ସିଲ୍ ପ୍ରଦାନ କରିଥିଲେ l ଅତିଥିମାନେ ଦୈନ୍ୟ ଦିନ ଜୀବନରେ ଯୋଗର ଆବଶ୍ୟକତା ବିଷୟରେ ଆଲୋଚନା ସହ ଏଭଳି ପ୍ରୟାସକୁ ଉଚ୍ଚ ପ୍ରଶଂସା କରିବା ସହ ସଙ୍ଘର ଉତ୍ତୋରତର ଉନ୍ନତି କାମନା କରିଥିଲେ l ଶିକ୍ଷାବିତ୍ ଶ୍ରୁତି ଶୟlନ୍ତିନୀ ଏହାକୁ ସଞ୍ଚାଳନ କରିଥିଲେ l ସଭ୍ୟ ଆଲୋକ, ସମୀର, ବୁଲୁ ମମତା, ମାନସ ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ଯୋଗଗୁରୁ ସଞ୍ଜୟ କୁମାର ମଥାନ ଧନ୍ୟବାଦ ଅର୍ପଣ କରିଥିଲେ l

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ମା ମାଣିକେଶ୍ୱରୀ ବିଶ୍ଵବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ଦିବସ ପାଳିତ

Sunil Chandra Nayak

ବୋଡେ଼ନ ବ୍ଲକ ଭଇଁସାଦାନୀରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ 

Sunil Chandra Nayak

ରୋଟାରି କ୍ଲବ ରିଭରସାଇଡର ଦଶମ ସ୍ଥାପନା ଦିବସ ପାଳିତ

Leave a Comment

error: Content is protected !!