ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିହାର ପାଣିଗ୍ରାହୀ ତେନ୍ତୁଳିଖୁଣ୍ଟି ବ୍ଲକ ଟପ୍ପର ,ବ୍ଳକର 20 ଟି ହାଇସ୍କୁଲ ର 1310 ରୁ 1287 ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ

ନିହାର ପାଣିଗ୍ରାହୀ ତେନ୍ତୁଳିଖୁଣ୍ଟି ବ୍ଲକ ଟପ୍ପର ,ବ୍ଳକର 20 ଟି ହାଇସ୍କୁଲ ର 1310 ରୁ 1287 ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ

ତେନ୍ତୁଳିଖୁଣ୍ଟି ୨୬/୦୫/୨୪ // ଆଜି ପ୍ରକାଶିତ ହୋଇଥିବା ମାଟ୍ରିକ ପରୀକ୍ଷା ଫଳରେ ତେନ୍ତୁଳିଖୁଣ୍ଟି ବ୍ଳକର ସରକାରୀ ବାପୁଜୀ ହାଇସ୍କୁଲ ର ଛାତ୍ର ନିହାର ପାଣିଗ୍ରାହି 600 ରୁ 547(A1 )ରଖି ତେନ୍ତୁଳିଖୁଣ୍ଟି ବ୍ଳକର ଟପ୍ପର ହୋଇଛନ୍ତି ।ନିହାର କହିଛନ୍ତି ବାପା ଭୀମସେନ ପାଣିଗ୍ରାହି ମା ମଧୁସ୍ମିତା ,ବଡ ବାପା ,ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ପ୍ରେରଣା ଓ ଆଶୀର୍ବାଦ ରୁ ଆଜି ସଫଳତା ପାଇଛି ।ତେନ୍ତୁଳିଖୁଣ୍ଟି ବ୍ଳକର 20 ଟି ହାଇସ୍କୁଲ ରୁ 1310 ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ସେଥିରୁ 1287 ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା କହିଛନ୍ତି ବାପୁଜୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ଉମରସିଂ ନାୟକ।ବ୍ଲକ ର ବାପୁଜୀ ଉଚ୍ଚ ବିଦ୍ୟାଳୟ, ବିରୀଗୁଡ଼ା ଉଚ୍ଚ ବିଦ୍ୟାଳୟ, ଲମତା ଗୁଡ଼ା ଉଚ୍ଚ ବିଦ୍ୟାଳୟ,କଣ୍ଟା ଗାଁ ଉଚ୍ଚ ବିଦ୍ୟାଳୟ ,ଏସ ଏସ ଡି ପା ତ୍ରପୁଟ,ଏସ ଏସ ଡି ବିଜ୍ର।ଗୁଦା ସମେତ ଇନ୍ଦ୍ରାବତୀ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଓ ସରସ୍ଵତୀ ବିଦ୍ୟାମନ୍ଦିର ର ଶତ ପ୍ରତିଶତ ଛାତ୍ରୀ ଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି।ବ୍ଲକ ରେ ପାସ ହାର 96 ପ୍ରତିଶତ ରହିଛି।

 ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ମହାବିଦ୍ୟାଳୟ ପାଇଁ ଭୂମିଦାନ କରିଥିବା ସମାଜସେବୀ ପାଇଁ  ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶୋକ ସଭା 

masiha

କନ୍ଧାନ ଓ କୁଇ ଭାଷା ଉପରେ ବୈଠକ

Sunil Chandra Nayak

Entrepreneurship Awareness Programme Held for Rural Unemployed Youths at Therubali

masiha

Leave a Comment

error: Content is protected !!