ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଟ୍ରିକ ପରୀକ୍ଷାରେ ଛାତ୍ରୀ ପ୍ରତିଭା ମିଶ୍ର ବ୍ଲକ ଟପର 

ମାଟ୍ରିକ ପରୀକ୍ଷାରେ ଛାତ୍ରୀ ପ୍ରତିଭା ମିଶ୍ର ବ୍ଲକ ଟପର 

ଡାବୁଗାଁ, ୨୬/୫ (ମ.ନି.ସ.)- ରବିବାର ଚଳିତ ବର୍ଷ ମାଟ୍ରିକ ପରୀକ୍ଷା-୨୦୨୪ ର ପରୀକ୍ଷା ଫଳ ପ୍ରକାଶ ପାଇଛି | ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜିଲା ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଡାବୁଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା-୨୦୨୪ ରେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି | ସୂଚନାଯୋଗ୍ୟ:- ଚଳିତ ବର୍ଷ ବିଦ୍ୟାଳୟର ୮୫ ଜଣ ଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ | ଏଥିରେ ବି-୧ = ୩ଜଣ, ବି-୨ = ୨୩, ସି =୪୪ ଜଣ, ଡି=୧୪ ଜଣ ଓ ଇ= ୧ ଜଣ ଛାତ୍ରୀ ପାସ କରିଛନ୍ତି | ସେହିପରି ଡାବୁଗାଁ ସରକାରୀ ନୂତନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୨୦୬ ଜଣ ଛାତ୍ରୀ ଛାତ୍ର ମାଟ୍ରିକ ପରୀକ୍ଷା ଦେଇଥିଲେ | ଏଥିରେ ୨୦୬ ଜଣ ଛାତ୍ରୀ ଛାତ୍ର ପାସ କରିଛନ୍ତି | ବିଦ୍ୟାଳୟର ପାସ ହାର ଶତ ପ୍ରତିଶତ ରହିଛି | ବିଦ୍ୟାଳୟର ଛାତ୍ରୀ ପ୍ରତିଭା ମିଶ୍ର ୬୦୦ନମ୍ବର ରୁ ୫୧୮ ନମ୍ବର ରଖି ବ୍ଲକ ଟପର ହୋଇଛନ୍ତି | ମେଦନା ସରକାରୀ ଉଚ୍ଚ ବିଦ୍ୟାଳୟର ୧୫୭ ଜଣ ଛାତ୍ରୀ ଛାତ୍ର ମାଟ୍ରିକ ପରୀକ୍ଷା ଦେଇଥିଲେ | ଏଥିରୁ ୧୫୬ ଜଣ ଛାତ୍ରୀ ଛାତ୍ର ପାସ କରିଛନ୍ତି | ବଡଓଲମା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ୧୨୦ ଜଣ ଛାତ୍ରୀ ଛାତ୍ର ମାଟ୍ରିକ ପରୀକ୍ଷା ଦେଇଥିଲେ | ଏଥିରୁ ୧୧୪ ଜଣ ଛାତ୍ରୀ ଛାତ୍ର ପାସ କରିଛନ୍ତି | ବୋରିଗାଁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ୧୩୬ ଜଣ ଛାତ୍ରୀ ଛାତ୍ର ମାଟ୍ରିକ ପରୀକ୍ଷା ଦେଇଥିଲେ | ଏଥିରୁ ୧୨୪ ଜଣ ଛାତ୍ରୀ ଛାତ୍ର ପାସ କରିଛନ୍ତି | ଜବାଗୁଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ୪୪ ଜଣ ଛାତ୍ରୀ ଛାତ୍ର ମାଟ୍ରିକ ପରୀକ୍ଷା ଦେଇଥିଲେ | ଏଥିରୁ ୪୦ ଜଣ ଛାତ୍ରୀ ଛାତ୍ର ପାସ କରିଛନ୍ତି | ଚଚରାଗୁଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ୭୦ ଜଣ ଛାତ୍ରୀ ଛାତ୍ର ମାଟ୍ରିକ ପରୀକ୍ଷା ଦେଇଥିଲେ | ଏଥିରୁ ୬୭ ଜଣ ଛାତ୍ରୀ ଛାତ୍ର ପାସ କରିଛନ୍ତି | ଜୁନାପାଣି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ୧୨୧ ଜଣ ଛାତ୍ରୀ ଛାତ୍ର ମାଟ୍ରିକ ପରୀକ୍ଷା ଦେଇଥିଲେ | ଏଥିରୁ ୧୧୫ ଜଣ ଛାତ୍ରୀ ଛାତ୍ର ପାସ କରିଛନ୍ତି | ଘୋଡାଖୁଣ୍ଟା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ୧୩୩ ଜଣ ଛାତ୍ରୀ ଛାତ୍ର ମାଟ୍ରିକ ପରୀକ୍ଷା ଦେଇଥିଲେ | ଏଥିରୁ ୧୩୨ ଜଣ ଛାତ୍ରୀ ଛାତ୍ର ପାସ କରିଛନ୍ତି | ରାବଣାଗୁଡା ଆଇଏସଆରଡି ଉଚ୍ଚ ବିଦ୍ୟାଳୟର ୩୭ ଜଣ ଛାତ୍ରୀ ଛାତ୍ର ମାଟ୍ରିକ ପରୀକ୍ଷା ଦେଇଥିଲେ | ଏଥିରୁ ୩୫ ଜଣ ଛାତ୍ରୀ ଛାତ୍ର ପାସ କରିଛନ୍ତି | ଡାବୁଗାଁ ଗୌରୀଦେବୀ ବାଳିକା ଉଚ୍ଚ ବିଦ୍ୟାଳୟର ୪୭ ଜଣ ଛାତ୍ରୀ ଛାତ୍ର ମାଟ୍ରିକ ପରୀକ୍ଷା ଦେଇଥିଲେ | ଏଥିରୁ ୪୭ ଜଣ ଛାତ୍ରୀ ଛାତ୍ର ପାସ କରିଛନ୍ତି | ପାସ ହାର ଶତ ପ୍ରତିଶତ ରହିଛି |       

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜିଲ୍ଲା ସ୍ତରୀୟ ଯୁବରେଡକ୍ରସ ଶିବିର ଉଦଯାପିତ 

Sunil Chandra Nayak

ବିକାଶ ମେଳା ଉପଲକ୍ଷେ ଜିଲ୍ଲା ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା 

masiha

ରାଇରଙ୍ଗପୁର ଟାଉନଥାନା ରେ ନବ ନିଯୁକ୍ତ ଆଇ.ଆଇ .ସି. ଭାବେ ରୋଜାଲିନ ବେହେରା ଙ୍କ ଦାୟିତ୍ଵ ଗ୍ରହଣ 

masiha

Leave a Comment

error: Content is protected !!