ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲା ସ୍ତରୀୟ ବିଶ୍ଵ ଆଦିବାସୀ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ 

ଜିଲା ସ୍ତରୀୟ ବିଶ୍ଵ ଆଦିବାସୀ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ 

ଡାବୁଗାଁ,୧୪/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ସମ୍ମିଳନୀ କକ୍ଷରେ ଜିଲା ସ୍ତରୀୟ ବିଶ୍ଵ ଆଦିବାସୀ ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଦକ୍ଷୀଣ ଓଡିଶା ଜନଜାତି ସୁରକ୍ଷା ମଞ୍ଚ ତଥା ଅଖିଳ ଭାରତୀୟ ବିକାଶ ପରିଷଦ ଜିଲା ସଭାପତି ଅର୍ଜୁନ ଭତ୍ରl ଙ୍କ ସଭାପତିତ୍ଵରେ ଦକ୍ଷିଣ ଓଡିଶା ଜନଜାତି ସୁରକ୍ଷା ମଞ୍ଚ ସଂଯୋଜକ ରାଜମନ ଭତ୍ରl, ଜିଲା ଜନଜାତି ସୁରକ୍ଷା ମଞ୍ଚ ସାଧାରଣ ସମ୍ପାଦକ ଲଛମନ ମାଝୀ, ସମସ୍ତ ବ୍ଳକ ର ସଭାପତି, ସମ୍ପାଦକ ଓ କାର୍ଯ୍ୟକାରୀ ସଦସ୍ୟ ବୃନ୍ଦ ଙ୍କ ଉପସ୍ଥିତିରେ ଆଗାମୀ ଅଗଷ୍ଟ ମାସ ୯ ତାରିଖ ରେ ବିଶ୍ଵ ଆଦିବାସୀ ଦିବସ ଉମରକୋଟ ଠାରେ ପାଳନ କରାଯିବ l ସେଥିନେଇ ଯେପରି ସୁରୁଖୁରୁରେ ଉକ୍ତ ଦିବସ ପାଳନ କରାଯିବ, ସେ ନେଇ ବ୍ୟାପକ ପ୍ରସ୍ତୁତି ଓ ଦାୟିତ୍ଵ ବଣ୍ଟନ କରାଯାଇଥିଲା l ପ୍ରତ୍ୟେକ ଉକ୍ତ ଦିବସ କୁ ଶାନ୍ତି ଶୃଙ୍ଖଳା ସହକାରେ ପାଳନ କରିବା ପାଇଁ ନିଜ ନିଜର ମତବ୍ୟକ୍ତ କରିଥିଲେ l ଆଜି ଠାରୁ ସେହି ଦିବସ କୁ ପାଳନ ନିମନ୍ତେ ସମସ୍ତେ ଚେଷ୍ଟା କରି ସଫଳ ରୂପାୟନ କରିବେ ବୋଲି କହିଥିଲେ l ଉକ୍ତ ପ୍ରସ୍ତୁତି ବୈଠକରେ ଜିଲା ଜନଜାତି ସୁରକ୍ଷା ମଞ୍ଚ ଉପସଭାପତି ରତନ ମାଝୀ, ଉପଦେଷ୍ଟା ଶିଶିଧର ମାଝୀ, ଜିଲା ପରଜା ବିକାଶ ପରିଷଦ ସଭାପତି ବୁଦୁ ଜାନି, ଡାବୁଗାଁ ବ୍ଳକ ଜନଜାତି ସୁରକ୍ଷା ମଞ୍ଚ ସଭାପତି ମୋହନ ସିଂ ଗଣ୍ଡ, ମଙ୍ଗରାଜ ମାଝୀ, ଦୈତାରୀ ପୂଜାରୀ, ରାଇସିଂ ପୁଜାରୀ, ନରସିଂ ମାଝୀ ପ୍ରମୂଖ ବହୁ ସଂଖ୍ୟାରେ ସଦସ୍ୟ ଉପସ୍ଥିତ ଥିଲେ l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପୋଲିସ ଓ ସାଧାରଣ ଜନତା ମଧ୍ୟରେ ସମ୍ପର୍କ ନିକଟତର କରିବା ପ୍ରୟାସ 

masiha

ଜାମଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ;୨୦୨୫ ଷ୍ଟୁଡେଣ୍ଟ୍ ଅଫ୍ ଦ୍ୟା ଇଅର,୨୦୨୫ ର ଅନନ୍ୟା ଚୟନ

masiha

ବସ୍ତା ଅଞ୍ଚଳ ର ସମାଚାର

masiha

Leave a Comment

error: Content is protected !!