ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଚାଷୀ ଙ୍କୁ ଅଦା ବିହନ ବଣ୍ଟନ

ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଚାଷୀ ଙ୍କୁ ଅଦା ବିହନ ବଣ୍ଟନ 

ଡାବୁଗାଁ,୧୯/୫(ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଡାବୁଗାଁ ବ୍ଲକ ର ଚାଷୀ ମାନଙ୍କୁ ଅଦା ବିହନ ମଙ୍ଗଳବାର ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଡାବୁଗାଁ ବ୍ଲକ ର ୧୨ ଟି ପଞ୍ଚାୟତ ରେ ଖରିଫ ଋତୁରେ ୪ ହେକ୍ଟର ଜମି ରେ ଅଦା ଚାଷ ପାଇଁ ୪୦ ଜଣ ଚାଷୀ ଙ୍କୁ ୭୫ କେଜି ଲେଖାଏଁ ୩ କୁଇଣ୍ଟାଲ ଅଦା ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ସହକାରୀ ଉଦ୍ୟାନ ଅଧିକାରୀ ରବି ଶଙ୍କର ପଣ୍ଡା ଚାଷୀ ଙ୍କୁ ଅଦା ବଣ୍ଟନ କରିଥିଲେ । ଅଦା ଚାଷ ହେବା ପରେ ଚାଷୀ ଙ୍କୁ ସରକାର ଙ୍କ ତାରଫରୁ ସବସିଡି ଦିଆଯିବ ସହକାରୀ ଉଦ୍ୟାନ ଅଧିକାରୀ ସୂଚନା ପ୍ରଦାନ କରିଥିଲେ ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଛଟ ମହାପର୍ବକୁ ୟୁନେସ୍କୋ ଐତିହ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ

Sunil Chandra Nayak

ବିଦ୍ୟୁତ ଆଘାତରେ ବିଦ୍ୟୁତ କର୍ମଚାରୀ ଙ୍କ ମୃତ୍ୟୁ

Sunil Chandra Nayak

ସମ୍ବେଦନଶୀଳ ଅଞ୍ଚଳରେ ମଦଦୋକାନ ଖୋଲା କାହା ସ୍ୱାର୍ଥରେ ? ଜୁନାଗଡ଼ ଏକ ନମ୍ବର ବିଦେଶୀ ମଦ ଦୋକାନ ଖୋଲା କୁ ନେଇ ଆନ୍ଦୋଳନ ଦାନା ବାନ୍ଦୁଛି !

Leave a Comment

error: Content is protected !!