ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନଜାତୀୟ ଗରିମା ଉତ୍ସବ କାର୍ଯ୍ୟକ୍ରମ 

ଜନଜାତୀୟ ଗରିମା ଉତ୍ସବ କାର୍ଯ୍ୟକ୍ରମ 

ଡାବୁଗାଁ,୧୯/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକରେ ୧୨ ଗୋଟି ଗ୍ରାମ ପଞ୍ଚାୟତର ୬୨ ଗ୍ରାମର ଜନସାଧାରଣ ୧୯.୫.୨୬ ଠାରୁ ତା ୨୨.୫.୨୬ ପର୍ଯ୍ୟନ୍ତ ଜନ ଜାତୀୟ ଗରିମା ଉତ୍ସବ-୨୦୨୬ ଜନ ଭାଗୀଦାରୀ ଅଭିଯାନ କାର୍ଯ୍ୟକ୍ରମ ରେ ସ୍ୱାସ୍ଥ୍ୟସେବା ପାଇ ପାରିବେ ବୋଲି କାର୍ଯ୍ୟକ୍ରମ ମଙ୍ଗଳବାର ଆରମ୍ଭ ହୋଇଛି l ଆଜି ଡାବୁଗାଁ ବ୍ଳକର ଡାବୁଗାଁ, ଡଙ୍ଗରିଗୁଡ଼ା ଓ କୋଇଲାରୀ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା. ଶୁଭାଶିଷ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ନିୟୋଜିତ ଦାୟିତ୍ୱରେ ଥିବା ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପୁଷ୍ପାଞ୍ଜଳୀ ସାମଲଙ୍କ ଉପସ୍ଥିତିରେ ଡାବୁଗାଁ ଗ୍ରାମ ପଞ୍ଚାୟତରେ ଡା. ପ୍ରଦ୍ୟୁମ୍ନ କର ଓ ତାଙ୍କ ସହଯୋଗୀ ଙ୍କ ଦ୍ଵାରା ପ୍ରତ୍ୟାଶିତ ହିତାଧିକାରୀ ୬୫ ଜଣ, ଡଙ୍ଗରିଗୁଡ଼ା ଗ୍ରାମ ପଞ୍ଚାୟତରେ ଡା. ଅଶୋକ କୁମାର ବାରିକ ଓ ତାଙ୍କ ସହଯୋଗୀ ଙ୍କ ଦ୍ଵାରା ୫୪ ଜଣ, କୋଇଲାରୀ ଗ୍ରାମ ପଞ୍ଚାୟତରେ ଡା. ବଦ୍ରୀ ପ୍ରାସାଦ ନାୟକ ଓ ତାଙ୍କ ସହଯୋଗୀ ଙ୍କ ଦ୍ୱାରା ୬୭ ଜଣ ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବାକୁ ଥିବାବେଳେ ୨୦ ତାରିଖ ରେ ବଡଓଲମା, ଜବାଗୁଡା, ଜୁନାପାଣି, ୨୧ ତାରିଖରେ ବୋରିଗାଁ, ଘୋଡାଖୁଣ୍ଟା, ନନ୍ଦପୁରା ଓ ୨୨ତାରିଖରେ ରେ ମେଦନା, ଅଂଚଳା,ଚଚରାଗୁଡା ପ୍ରଭୃତି ଗ୍ରାମ ପଞ୍ଚାୟତ ଗୃହରେ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ସଭ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ସହଯୋଗରେ ୧୨ ଗୋଟି ଗ୍ରାମ ପଞ୍ଚାୟତର ମୋଟ ୬୮୨ ଜଣ ହିତାଧିକାରୀ ଏହାର ସୁବିଧା ପାଇ ପାରିବେ ବୋଲି ଧାର୍ଯ୍ୟ ରଖାଯାଇଛି l ଉଚ୍ଚ ରକ୍ତଚାପ, ମଧୁମେହ ଭଳି ବିଭିନ୍ନ ରୋଗ ଉପରେ ଚିକିତ୍ସା କରାଯଇ ମାଗଣାରେ ଔଷଧ ବିତରଣ କରାଯାଇଥିଲା l ଏଭଳି କାର୍ଯ୍ୟକ୍ରମ ଯୋଗୁଁ ସ୍ୱାସ୍ଥ୍ୟସେବା ହାତ ପାହାନ୍ତାରେ ବୋଲି ଗ୍ରାମାଞ୍ଚଳର ଜନସାଧାରଣ ତଥା ଗ୍ରାମବାସୀ ଆଲୋଚନା କରୁଛନ୍ତି l ଡାବୁଗାଁ ବ୍ଳକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଆଦିତ୍ୟ କୁମାର ରଥ, ବ୍ଳକ ଦକ୍ଷତା ସହଭାଗୀ ମୋନାଲ ପରିଡା ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଦୂର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ବିଧାୟକ ପ୍ରତିନିଧି

Sunil Chandra Nayak

ନୂତନ ବିଇଓଙ୍କୁ ଲାଞ୍ଜିଗଡ ପ୍ରାଥମିକ ଶିକ୍ଷକ ସଂଘର ସ୍ଵାଗତ ସମ୍ବର୍ଦ୍ଧନା

masiha

ଜୁଏଲଙ୍କୁ ସମ୍ବର୍ଦ୍ଧନା ଓ ମତଦାତାଙ୍କୁ ଅଭିନନ୍ଦନ 

masiha

Leave a Comment

error: Content is protected !!