ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିୟମର ଖୋଲା ଉଲଂଘନ କରି ଗାଡ଼ି ସୋରୁମ : ପରିବହନ ଅଧିକାରୀ ଲୁଚାଉଛନ୍ତି ତଥ୍ୟ

ନିୟମର ଖୋଲା ଉଲଂଘନ କରି ଗାଡ଼ି ସୋରୁମ : ପରିବହନ ଅଧିକାରୀ ଲୁଚାଉଛନ୍ତି ତଥ୍ୟ

ରାୟଗଡ-ରାୟଗଡ଼ରେ କିଛି ବର୍ଷ ହେବ ଗୋଟିଏ ପରେ ଗୋଟିଏ କରି ମାଳ ମାଳ କାର ସୋରୁମ ଖୋଲୁଥିବା ବେଳେ ତାହା ବିକ୍ରୟ ପାଇଁ ସୋରୁମ ନା ସର୍ଭିସ ସେଣ୍ଟର ତାହା ଠିକ ଭାବେ ଜାଣିବା ଗ୍ରାହକଙ୍କ ପାଇଁ କଷ୍ଟ କର ହୋଇ ପଡିଛି । କାରଣ ଉକ୍ତ ସ୍ଥାନରେ ବିକ୍ରି ସହ ସର୍ଭିସିଂ ମଧ୍ୟ କରାଯାଉଛି । କିନ୍ତୁ ଅନେକ ସମୟରେ କାରର ଛୋଟିଆ ଛୋଟିଆ ସମସ୍ୟା ହେଲେ ଗ୍ରାହକଙ୍କୁ ଜୟପୁର କିମ୍ବା ବ୍ରହ୍ମପୁର, ବିଶାଖାପାଟଣା, ଭୁବନେଶ୍ୱର ଅଧିକ ଖର୍ଚ୍ଚାନ୍ତ ହୋଇ ଯିବାକୁ ପଡୁଛି।

ଉଦାହରଣ ସ୍ୱରୂପ ରାୟଗଡ ଚାନ୍ଦିଲି ଥାନା ଅନ୍ତର୍ଗତ କତାପେଟା ୩୨୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଟାଟା ମୋଟର ,ଲଙ୍କେଶ୍ୱରୀ ଲେଖା ରହିଥିବା ଏକ ବ୍ୟବସାୟିକ ସ୍ଥଳ ରହିଛି। ସେଠାରେ ଅନେକ ସମୟରେ ଟାଟା କାର ରଖାଯାଇ ବିକ୍ରି କରାଯିବା ସହ ମାସିକ ଥରେ ସର୍ଭିସ ଦିଆଯାଉଛି । ଅନ୍ୟ ସମୟରେ ଗାଡ଼ିର ଛୋଟିଆ ସମସ୍ୟା ହେଲେ ଗ୍ରାହକଙ୍କୁ ଅଧିକ ଖର୍ଚ୍ଚାନ୍ତ ହୋଇ ଜୟପୁର ଯିବାକୁ ନିର୍ଦ୍ଦେଶ ଦିଆଯାଉଛି । ଗ୍ରାହକ ଜୟପୁର ନିଜ କାର ନେଇ ଯିବା ହେଉ କିମ୍ବା କତାପେଟା କର୍ମଚାରୀଙ୍କ ସହାୟତାରେ ଜୟପୁର ପଠେଇଲେ ବି ଗାଡି ତୁରନ୍ତ ମରାମତି ହେବା ପ୍ରଶ୍ନ ଉଠୁନାହିଁ। କାରଣ ଗାଡିର ପ୍ରକୃତ ସମସ୍ୟା ଧରିବାରେ ବିଳମ୍ବ ଘଟାଇ କେବଳ ଚେଷ୍ଠାରେ ଦିନ ପରେ ଦିନ ଏକ୍ସପେରିମେଂଟ କରି ସମୟ ଅତିବାହିତ କରୁଥିବା ଭଳି ଅଭିଯୋଗ ରହିଥିବା ବେଳେ କିଛି ଦିନ ପୂର୍ବରୁ ଜଣେ ଗ୍ରାହକ ରାୟଗଡ କତାପେଟା କର୍ମଚାରୀଙ୍କ ଅବଗତରେ ଗାଡିରେ ଅଳ୍ପ ଟଙ୍କା ରଖି ଜୟପୁର ସର୍ଭିସିଂ ପାଇଁ ଦେଇଥିଲେ। ଜୟପୁର ସର୍ଭିସିଂରୁ ଗାଡି ଫେରିପାଇବା ବେଳେ ଗ୍ରାହକଙ୍କ ଟଙ୍କା ନଥିବା ଜାଣି ଗାଡି ହସ୍ତାନ୍ତର କରିଥିବା କର୍ମଚାରୀଙ୍କୁ ପଚାରିବାରୁ ସେ ଆଉ କିଛି ଉତ୍ତର ଦେଇପାରିଲେ ନାହିଁ। ଯାହାକି ସେଠାରେ ଚୋରି ଭଳି ସଙ୍ଗିନ ଅଭିଯୋଗ ମଧ୍ୟ ଆସୁଛି। କେବଳ ସେତିକି ନୁହେଁ ରାୟଗଡ଼ରେ କାର କ୍ରୟ କିମ୍ବା ସର୍ଭିସିଂ କେନ୍ଦ୍ର କରିଥିଲେ ବି ରାୟଗଡ ଠିକଣା ରେ ବିଲ ପ୍ରଦାନ ନ କରି ଜୟପୁର ଠିକଣାରେ ବିଲ ଗ୍ରାହକଙ୍କୁ ପ୍ରଦାନ କରାଯାଉଛି ଯଦ୍ଦ୍ୱାରାକି ଏହି ସଂସ୍ଥା ସରକାରୀ ନିୟମ ଅନୁଯାୟୀ ଖୋଲା ଯାଇଛି ନା ନାହିଁ ଗ୍ରାହକଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଛି। ଅପର ପକ୍ଷେ ଏଭଳି ସ୍ଥିତିରେ ଟାଟା ମୋଟର ,ଲଙ୍କେଶ୍ୱରୀ ବିକ୍ରୟକେନ୍ଦ୍ର କିମ୍ବା ସର୍ଭିସିଂ କେନ୍ଦ୍ର ହୋଇଥିଲେ ବି ସରକାରଙ୍କ ନିୟମ ଅନୁଯାୟୀ ବ୍ୟବସାୟିକ ସ୍ଥଳ ନିମନ୍ତେ ଆବଶ୍ୟକୀୟ ସ୍ଥାନର ସୀମା, ପ୍ରମାଣ ପତ୍ର, ନିଜସ୍ୱ କୋଠା କିମ୍ବା ଭଡାସୁତ୍ର ଅବଧି ସୀମା, ଗାଡି ରହିବା ସ୍ଥାନ ସୀମା, ଗୋଦାମ ଗୃହ ସୀମା, ରିସେପସନ ସୀମା, ସର୍ଭିସିଂ ଗୃହ ସୀମା, ଗାଡି ପାର୍କିଂଗ ସୀମା, ବ୍ୟବସାୟ ଭିତ୍ତିକ ବିଦ୍ୟୁତ ସଂଯୋଗ(୩ ଫେଜ), କେତେ କର୍ମଚାରୀ କାର୍ଯ୍ୟରତ, ପରିବେଶ ପ୍ରଦୂଷଣ ବିଭାଗ ପ୍ରମାଣ ପତ୍ର, ଅଗ୍ନିନିର୍ବାପକ ପ୍ରମାଣ ପତ୍ର, ପଂଚାୟତ କାର୍ଯ୍ୟଳୟ ଅନୁମତି, ଏଭଳି ଅନେକ ନିୟମର ଖୋଲା ଉଲଂଘନ କରି ବେନିୟମରେ ଗ୍ରାହକଙ୍କୁ ଠକୁଥିବା ଅନୁମାନ ହେଉଛି । କାରଣ ଗୋଟିଏ କୋଠାର ଖୋଲା ସ୍ଥାନରେ ନୂଆ ବିକ୍ରୟ ନିମନ୍ତେ କାର ରଖିବା,ଗ୍ରାହକଙ୍କ ଅପେକ୍ଷା ଚେୟାର ଟେବୁଲ,କର୍ମଚାରୀଙ୍କ କାର୍ଯ୍ୟାଳୟ,ମାସିକ ଥରେ ସର୍ଭିସିଂ ଭଳି ସମସ୍ତ କାର୍ଯ୍ୟ ଗୋଟିଏ ସ୍ଥାନରେ ହିଁ କରାଯାଉଛି। ଏପରି ଯାନବାହାନ ବିକ୍ରୟ କିମ୍ବା ସର୍ଭିସିଂ ସେଣ୍ଟର ପରିବହନ ବିଭାଗ ଅଧୀନରେ ଆସୁଛି। ଯାହାକି ଏଭଳି ବ୍ୟବସାୟ ଆରମ୍ଭ ସମୟରେ ପରିବହନ ବିଭାଗ ଅଧିକାରୀ,ଅଗ୍ନିବିଭାଗ ଅଧିକାରୀ,ବିଦ୍ୟୁତ ବିଭାଗ ଅଧିକାରୀଙ୍କ ସମେତ ବ୍ୟବସାୟ ସହ ସମ୍ପର୍କିତ ଅଧିକାରୀ ବ୍ୟକ୍ତିଗତ ଭାବେ ଗ୍ରସ୍ତ କରି ଅନୁମତି ପ୍ରଦାନ କରିବା ନିୟମ ରହିଛି। ସମସ୍ତ ଅବ୍ୟବସ୍ଥାକୁ ଅନୁଧ୍ୟାନ କଲେ ବେନିୟମରେ ଵ୍ୟଵସାୟ ଚାଲିଥିବା ସନ୍ଦେହକୁ ଦ୍ବିଗୁଣିତ କରିଛି। ଏଭଳି ବେନିୟମ ବ୍ୟବସ୍ଥାକୁ ନେଇ ସନ୍ଦେହ ହେବାରୁ ଜଣେ ଗ୍ରାହକ ଆଞ୍ଚଳିକ ପରିବହନ ବିଭାଗରେ ସୂଚନା ଆଇନ ଅଧିକାର ବଳରେ ସୂଚନା ମାଗିବାରୁ ଆଞ୍ଚଳିକ ପରିବହନ ଅଧିକାରୀ ସୂଚନା ପ୍ରଦାନ ନକରି ଲଙ୍କେଶ୍ୱରୀ ମୋଟର୍ସ କର୍ମକର୍ତ୍ତାଙ୍କୁ ଡାକି ସେ କହିବା ପ୍ରକାରେ ଏହି ସୂଚନା ସବୁ ବ୍ୟକ୍ତିଗତ ବୋଲି ଲେଖିଦେଲେ ଯାହାକି ଉକ୍ତ କେନ୍ଦ୍ରଟି ବେନିୟମରେ ଚାଲିଥିବା ସ୍ପଷ୍ଟ ବାରି ହେଉଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ତଦନ୍ତକରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।

କିଛି ବର୍ଷ ହେବ ମାଳ ମାଳ କାର ସୋରୁମ ଖୋଲିବାରେ ଲାଗିଛି ରାୟଗଡ଼ା ଜିଲ୍ଲାରେ । ପରିବହନ ଅଧିକାରୀ ଓ ଅନ୍ୟାନ୍ୟ ସରକାରୀ ସଂସ୍ଥାଗୁଡ଼ିକ ର ମିଲିଭଗତରେ କୋଟି କୋଟି ଟଙ୍କାର ଲାଞ୍ଚ କାରବାର ହେଉଛି ବୋଲି ସ୍ଥାନୀୟ ବୁଦ୍ଧିଜିବୀ ମତ ଦେଇଛନ୍ତି । ରାୟଗଡ଼ା ଜିଲ୍ଲା ସୀମାନ୍ତକୁ ଲାଗିଛି ଆନ୍ଧ୍ର ପ୍ରଦେଶ ଯେଉଁଠାରୁ ଶହ ଶହ ଗାଡ଼ି ରାୟଗଡ଼ା ପରିବହନ କାର୍ଯ୍ୟାଳୟରେ ବେନିୟମ ଭାବେ ପଞ୍ଜୀକୃତ ହେଉଛି ଯାହାକି ସାରା ଓଡ଼ିଶାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । କିଛି ମାସ ପୂର୍ବେ ସରକାରୀ ନୀତିନିୟମକୁ ଦଳି ମକଚି ଗୋଟିଏ ପାସେଞ୍ଜର ବସ୍ ର ପଞ୍ଜୀକରଣ ହୋଇଥିଲା ରାୟଗଡାରେ । ତାହା କିଛିଦିନ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ଚାଲିବା ପରେ ସମ୍ପୂର୍ଣ୍ଣ ଜଳିଯାଇ ଥିଲା ଯେଉଁଥିରେ ଏହିଜିଲ୍ଲାର ମୁନିଗୁଡା ବ୍ଲକ୍ ର ଜଣେ ଇଞ୍ଜିନିୟର ଙ୍କ ଅତି ଦୁଃଖଦ ମୃତ୍ୟୁ ହୋଇଥିଲା । ଠିକ୍ ସେମିତି ସରକାରୀ ପ୍ରାବଧାନ ଥିବା ନିୟମଗୁଡିକର ଉଗ୍ର ଉଲ୍ଲଂଘନ କରି ଗାଡ଼ି ସେଲ୍ସ ସର୍ଭିସ କେନ୍ଦ୍ରଗୁଡ଼ିକ ଖୋଲିଥିବାରୁ ସେଥିରେ ଦୁର୍ଘଟଣା ହେବାର ଅନେକ ନଜିର ରହିଛି ବୋଲି କହିଛନ୍ତି ସ୍ଥାନୀୟ ବୁଦ୍ଧିଜିବୀ ଓ ଶ୍ରମିକ ନେତା ଯୋଗେଶ୍ୱର ଦାସ । ଓଡ଼ିଶା ସରକାର ଓ ଜିଲ୍ଲା ପ୍ରଶାସନ ଯଦି ଏସବୁକୁ ନଜର ଅନ୍ଦାଜ୍ କରନ୍ତି, ତେବେ ରାୟଗଡାରେ ମଧ୍ୟ ଏଭଳି ଦୁର୍ଘଟଣା ଗୁଡିକୁ ଆଡ଼େଇ ଦେଇ ହେବନାହିଁ ବୋଲି କହିଛନ୍ତି ରାୟଗଡ଼ା ନାଗରିକ ମଞ୍ଚର ସଭାପତି ଡଃ ବାଦଲ କୁମାର ତା ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମହିଳା ମହାବିଦ୍ୟାଳୟରେ ନବାଗତ ଛାତ୍ରୀମାନଙ୍କୁ ସ୍ବାଗତ ସଂବର୍ଧନା 

masiha

ମଣଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ନେଇ ମଣଦା ଯୁବ ସଂଗ୍ରାମ କମିଟି ପକ୍ଷରୁ ବିକ୍ଷୋଭ

masiha

ଜିଲ୍ଲା ସ୍ତରୀୟ ଓଡିଶା ରାଜ୍ୟ ବିପର୍ଯୟ ପ୍ରସ୍ତୁତି ଦିବସ ପାଳିତ

masiha

Leave a Comment

error: Content is protected !!