ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୁଗୁଡ଼ା ବାର ଏସୋସିଏସନ ନିର୍ବାଚନ ଫଳାଫଳ  ମାନସ ସଭାପତି ଓ ଶ୍ୟାମ ସମ୍ପାଦକ 

ବୁଗୁଡ଼ା ବାର ଏସୋସିଏସନ ନିର୍ବାଚନ ଫଳାଫଳ

 ମାନସ ସଭାପତି ଓ ଶ୍ୟାମ ସମ୍ପାଦକ 

ପୋଲସରା, ୩୦/୦୩ ଗଞ୍ଜାମ ଜିଲ୍ଲାର ବୁଗୁଡା ବାର ଏସୋସିଏସନର ନୂତନ କର୍ମକର୍ତ୍ତା ନିର୍ବାଚନ ଶନିବାର ଦିନ ଅନୁଷ୍ଠିତ ହୋଇ ଫଳାଫଳ ପ୍ରକାଶ ପାଇଛି । ଏହି ନିର୍ବାଚନରେ ସମୁଦାୟ ୫୨ ଜଣ ଆଡଭୋକେଟ ମତଦାନ ପ୍ରଦାନ କରିଥିଲେ । ମାନସ ରଞ୍ଜନ ଦାଶ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଶ୍ୟାମ ସୁନ୍ଦର ବିଷୋୟୀ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଉପସଭାପତି ଭାବେ ସୁବ୍ରତ କୁମାର ପଟ୍ଟନାୟକ,ସହ-ସମ୍ପାଦକ ଭାବେ ମନୋଜ କୁମାର ପାଣିଗ୍ରାହୀ, କୋଷାଧ୍ୟକ୍ଷ ଭାବେ କାହ୍ନୁ ଚରଣ ସାହୁ ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ସରୋଜ କୁମାର ଦାଶ, ଦେବୀ ନିବେଦିତା ଚୌଧୁରୀ ଓ ସାଇ ସନ୍ତୋଷିନୀ ପ୍ରଧାନ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ଅଧିକାରୀ ଭାବେ ସତ୍ୟ ନାରାୟଣ ମିଶ୍ର ଦାୟିତ୍ଵ ନିର୍ବାହ କରି ଫଳାଫଳ ଘୋଷଣା କରିଥିଲେ। ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ସଙ୍ଘର ସମସ୍ତ ସଦସ୍ୟ ଶୁଭେଚ୍ଛା ଜଣାଇଥିଲେ।

Related posts

ସଶକ୍ତ ଓଡ଼ିଶା, ବିକଶିତ ଭାରତ – ଯୁବ ଶକ୍ତିର ଭୂମିକା

Sunil Chandra Nayak

କୋଟିଆ ପାଳିଲା ଓଡ଼ିଶା ଦିବସ ଗୋଟିଏ ମଞ୍ଚରେ ଏକାଠି ହେଲେ ସର୍ବ ଦଳୀୟ ନେତା ଏକାଠି ହେଲେ ବିବାଦୀୟ ଗ୍ରାମବାସି

masiha

ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟା ତପସ୍ଵିନୀ କୁଅଁର ଙ୍କ ଅକାଳ ବିୟୋଗ  ଶୋକାକୁଳ ପରିବାର ବର୍ଗଙ୍କୁ ସମବେଦନା ଜଣାଇଲେ ଉପମୂଖ୍ୟ ମନ୍ତ୍ରୀ

masiha

Leave a Comment

error: Content is protected !!